• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ସେବା, ମମତା ଓ ହୃଦୟଵତ୍ତାର ଅନ୍ୟନାମ “ଆକାଶ”

by Voice of Victims
March 3, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସେବା, ମମତା ଓ ହୃଦୟଵତ୍ତାର ଅନ୍ୟନାମ “ଆକାଶ”

ରଣପୁରର ଉଦୀୟମାନ ଯୁବନେତା

ରଣପୁର(ଭିଓଭି)- ଯେଉଁ ବୟସରେ ଯୁବପିଢି ମଉଜ ମଜଲିସ୍ ରେ ନିଜକୁ ବୁଡ଼ାଇ ରଖୁଛନ୍ତି, ସେହି ବୟସରେ ରଣପୁର ବ୍ଲକ୍ ମଝିଆଖଣ୍ଡ ଗ୍ରାମ ପଞ୍ଚାୟତ ଜରିପାଟଣା ଗ୍ରାମ ର ଆକାଶ କୁମାର ପାଣିଙ୍କ ମନ ସର୍ବଦା ସମାଜ କଲ୍ୟାଣ କାମରେ ନିଜକୁ ନିୟୋଜିତ କରି ରଖିବାକୁ। ତାଙ୍କ ମତରେ, ଲୋକଙ୍କ ସମସ୍ୟାକୁ ସମାଧାନ କରିବା, କାହାକୁ ସାହାଯ୍ୟ କରିବା ପାଇଁ କୌଣସି ପ୍ରାଶାସନିକ କ୍ଷମତା କି ରାଜନୈତିକ ପଦପଦବୀ ର ଆବଶ୍ୟକତା ନାହିଁ। କେବଳ ସେବା କରିବାର ମନୋବୃତ୍ତି ଥିଲେ ଭଗବାନ ରାସ୍ତା ବତାଇ ଦେବେ। ଖୁବ୍ କମ୍ ଲୋକଙ୍କ ଭିତରେ ଏଭଳି ମାନସିକତା ଦେଖିବାକୁ ମିଳିଥାଏ। ବୃ୍ତ୍ତି ଓ ପ୍ରବୃତ୍ତି ବିଷୟରେ ଏକଦମ ସ୍ପଷ୍ଟ ମତ ରଖୁଥିଵା ଆକାଶ କୁହନ୍ତି ମୋର ଦୁଇ ପ୍ରକାରର ବୃତ୍ତି। ଚାକିରି ଓ ରାଜନୈତିକ ସେବା। କିନ୍ତୁ ପ୍ରବୃତ୍ତି ହେଉଛି ସମାଜ ସେବା। ନିଜର ବୃତ୍ତି ଓ ପ୍ରବୃତ୍ତି କୁ ନେଇ ଖୁସିରେ ରହୁଥିବା ଜଣେ ନିଆରା ବ୍ୟକ୍ତିତ୍ଵ ଭାବରେ ରଣପୁର ଅଞ୍ଚଳରେ ତାଙ୍କର ଏକ ସ୍ଵତନ୍ତ୍ର ପରିଚିତି ରହିଛି। ଗୃହ ପାଳିତ ପଶୁପକ୍ଷୀ ଙ୍କ ପାଇଁ ସେ ଜଣେ ସମ୍ପୂର୍ଣ ସମର୍ପିତ ମଣିଷ।ଡାକ୍ତରଖାନା ରେ ଚିକିତ୍ସା ସେବା ଓ ସହଯୋଗ ପାଇବା ନିମନ୍ତେ ଯିଏ, ଯେଉଁଠି, ଯେତେବେଳେ ଡାକିଲା ସେ କୌଣସି ପ୍ରକାର କୁଣ୍ଠାବୋଧ ନକରି ଦେବଦୂତ ଭଳି ପହଞ୍ଚି ଯାଆନ୍ତି।

ନିଜର ନାମ ଆକାଶ ଭଳି ନିଜ ଖୋଲା ହୃଦୟ କୁ ସମାଜ ସେବା ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗ କରି ନାମକରଣ କୁ ଯଥାର୍ଥ କରି ପାରିଛନ୍ତି ଆକାଶ ପାଣି। ଚାକିରି ବୃତ୍ତି ରୁ ଟିକିଏ ଛୁଟି ମିଳିଲା ମାନେ ସେ ଆସିଯାନ୍ତି ନିଜ ଅଞ୍ଚଳବାସୀ ଙ୍କ ଦୁଃଖ ସୁଖରେ ନିଜକୁ ସାମିଲ କରି ସହଯୋଗ ର ହାତ ବଢେଇବା ପାଇଁ। କରୋନା ମହାମାରୀ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଅନେକ ଗରିବ ଲୋକଙ୍କୁ ସେ ଚିକିତ୍ସା ରେ ସହାୟତା କରିଛନ୍ତି । ଆବଶ୍ୟକ ପଡ଼ିଲେ ଅନେକ ଲୋକଙ୍କ ପାଇଁ ସେ ନିଜେ ରକ୍ତଦାନ କରିବା ସଙ୍ଗେସଙ୍ଗେ ରକ୍ତଦାନ କାର୍ଯ୍ୟକ୍ରମ କୁ ସହଯୋଗ ସହିତ ସହାୟତା ର ହାତ ବଢାଇଥାନ୍ତି। ଗାଆଁ ଗହଳି ଯେଉଁଠି ପ୍ରଶାସନ ଅପହଞ୍ଚ ସେଠାରେ ପହଞ୍ଚି ଯାଇ ରାସ୍ତା ନିର୍ମାଣ ଠାରୁ ଆରମ୍ଭ କରି ବିଦ୍ୟୁତ ବିତରଣ ରେ ନିଜେ ସହଯୋଗ କରିଥାନ୍ତି। କୃଷି ଓ କୃଷକ ର ସାଥୀ ଆକାଶ ସର୍ବଦା ନିଜ ରଣପୁର ନିର୍ବାଚନ ମଣ୍ଡଳୀ ର କୃଷକ ମାନଙ୍କୁ କେମିତି ଉନ୍ନତ ମାନର କୃଷି ପରାମର୍ଶ ସାଙ୍ଗକୁ ସରକାରୀ ସହଯୋଗ ମିଳିପାରିବ ସେଥିପାଇଁ ଚେଷ୍ଟା କରିଥାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ନିଜ ରୋଜଗାର ରୁ ସେ କେଉଁଠି ଗରିବ ଛାତ୍ରଛାତ୍ରୀ ଙ୍କୁ ପାଠ ପଢ଼ିବାରେ ସହଯୋଗ ସହିତ ଶିକ୍ଷା ଉପକରଣ ବାଣ୍ଟିଥାନ୍ତି ତ କେଉଁଠି ଶୀତ ରୁ ରକ୍ଷା ପାଇବା ନିମନ୍ତେ ଅସହାୟ ଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥାନ୍ତି। କେତେବେଳେ ଦେବଦୂତ ଭଳି ଡାକ୍ତର ଖାନାରେ ପହଞ୍ଚି ରୋଗୀଙ୍କୁ ଫଳ, ଔଷଧ ଓ ଖାଦ୍ୟ ବଣ୍ଟନ କରିଥାନ୍ତି ତ କେତେବେଳେ ଅନ୍ଧାର ରାସ୍ତା କୁ ନିଜ ଖର୍ଚ୍ଚରେ ଆଲୋକିକରଣ ବ୍ୟବସ୍ଥା କରି ଲୋକଙ୍କୁ ସାହାଯ୍ୟ କରିଥାନ୍ତି। ଲୋକେ ନିଜର ଜନ୍ମଦିନ ପାଳନ ନିମନ୍ତେ ଆଜିକାଲି ହୋଟେଲ ରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ନିକଟ ଅତୀତ ରେ ଆକାଶ ନିଜ ଧର୍ମପତ୍ନୀ ଙ୍କ ଜନ୍ମ ଦିନକୁ ଗରିବ ଲୋକଙ୍କ ଗହଣ ବିତାଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ସେଠାରେ ଖାଦ୍ୟପେୟ ର ବନ୍ଦୋବସ୍ତ ସହ ଛୋଟ ପିଲାମାନଙ୍କୁ ଖାତା, ପେନ୍, ବହି ବଣ୍ଟନ କରି ସାଧାରଣ ଲୋକଙ୍କ ଜୀବନଧାରା ସହିତ ନିଜକୁ ଯୋଡିଛନ୍ତି। ସମାଜ ସେବାକୁ ଜୀବନର ବ୍ରତ ବୋଲି ଆପଣେଇ ନେଇ ଥିବା ଆକାଶ ଙ୍କ ଯୁବ ପୀଢ଼ି ନିମନ୍ତେ ବାର୍ତ୍ତା ହେଲା ସମାଜର ନିମ୍ନ ସ୍ତରରେ ଥିବା ଲୋକଟି ପାଖରେ କେମିତି ସରକାର ଙ୍କ ଦ୍ୱାରା ଦିଆଯାଉଥିବା ସବୁ ସୁବିଧା ପହଞ୍ଚିବ ସେଥିପାଇଁ ମିଳିତ ଚେଷ୍ଠା କରିବା। ଯେଉଁଠି ସରକାରୀ ସୁବିଧା ପହଞ୍ଚି ପାରୁନାହିଁ ସେଠାରେ ନିଜ ରୋଜଗାର ରୁ ଯେତିକି ପାରିବା ସେତିକି ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବା। ସେଇ ଧାରାରେ ସେ ଯୁବ ପିଢ଼ି ମାନଙ୍କୁ ସନ୍ଦେଶ ଦେଉଛନ୍ତି।

ଆସନ୍ତା ମାର୍ଚ୍ଚ ୮ ତାରିଖ ଦିନ ପାଳିତ ହେବାକୁ ଥିବା ଆନ୍ତର୍ଜାତୀୟ ମହିଳା ଦିବସ ଅବସର ରେ ରଣପୁର ନିର୍ବାଚନ ମଣ୍ଡଳୀ ର ଏକ ଆଦିବାସୀ ଅଧ୍ୟୁଷିତ ଅନୁନ୍ନତ ପଞ୍ଚାୟତ ରେ ମହିଳା ମାନଙ୍କୁ ଦିବସର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇବା ସହିତ ମହିଳା ମାନେ କେମିତି ଆତ୍ମନିର୍ଭରଶୀଳା ହୋଇ ପରିବାର ର ଆର୍ଥିକ ମାନଦଣ୍ଡ ବଢାଇ ପାରିବେ ସେ ବିଷୟ ରେ ସଚେତନା ମୂଳକ କାର୍ଯ୍ୟକ୍ରମ କାରାଇବା ର ଲକ୍ଷ ରଖିଛନ୍ତି। ଆକାଶ ଙ୍କ ମତରେ ଜାତି ତଥା ନିଜ ଅଞ୍ଚଳ ର ଉନ୍ନତି ନିମନ୍ତେ ଶିକ୍ଷା ହିଁ ସର୍ବଦା ପ୍ରାଥମିକତା ହେବା ଉଚିତ। ଅନୁନ୍ନତ ଅଞ୍ଚଳରେ ବୈଷୟିକ ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ କରିବା ସହିତ ଭବିଷ୍ୟତ ରେ ବୈଷୟିକ ଶିକ୍ଷା ଲାଭ ଉଦ୍ଦେଶ୍ୟ ରଖିଥିବା ପିଲା ମାନଙ୍କୁ ସେ ଶିକ୍ଷା ସହଯୋଗ ପ୍ରଦାନ କରିବା ନିମନ୍ତେ ସଂକଳ୍ପବଦ୍ଧ। ବର୍ତ୍ତମାନ ଜନସାଧାରଣ ଙ୍କ ଉପୁଜୁଥିବା ସମସ୍ୟା ର ସମାଧାନ ନିମନ୍ତେ ସେ ଯେଉଁ ଉଦ୍ୟମ ଜାରିରଖିଛନ୍ତି ତାହାକୁ ନେଇ ତାଙ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି। ଆଗାମୀ ଦିନରେ ତାଙ୍କ ଲୋକପ୍ରିୟତା କୁ ଆଧାର କରି କୈାଣସି ଦଳ ତାଙ୍କୁ ଦଳୀୟ ଟିକେଟ ଦେବାର ସମ୍ଭାବନାକୁ ମଧ୍ୟ ଏଡାଇ ହେବନାହିଁ।

Post Views: 104
Tags: "Akash" is another name for service
Share210Tweet132Send
Voice of Victims

Voice of Victims

Recent Posts

  • ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
  • ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଯୁବକଙ୍କୁ ଧକ୍କା ଦେଲା କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ଯୁବକଙ୍କ ମୃତ୍ୟୁ
  • ଫୁକେଟ୍-ଦିଲ୍ଲୀ ବିମାନରେ ଭୟଙ୍କର ଟର୍ବୁଲାନ୍ସ ଘଟଣା, ପାଇଲଟଙ୍କ ଡୋପ୍ ଟେଷ୍ଟ ପଜେଟିଭ୍
  • ମୋଦିଙ୍କୁ ଫୋନ୍ କଲେ ଜେଡି ଭାନ୍ସ, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In