• About Us
  • Contact Us
Monday, September 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଆଜି ସ୍ବାଭାବିକ ରହିବ ବ୍ୟାଙ୍କ କାର୍ଯ୍ୟ

by Voice of Victims
September 28, 2026
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଆଜି ସ୍ବାଭାବିକ ରହିବ ବ୍ୟାଙ୍କ କାର୍ଯ୍ୟ

ନୂଆଦିଲ୍ଳୀ: ଟଳିଲା ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ । ଗ୍ରାହକଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । IBA ଓ UFBU ମଧ୍ୟରେ ହେଲା ସହମତି । ୫ ଦିନିଆ କାର୍ଯ୍ୟଦିବସ ପାଇଁ ଗଠନ ହେବ ଉଚ୍ଚସ୍ତରୀୟ କମିଟି ।​ ସମସ୍ତ ଶନିବାର ଛୁଟି, PLI ସଂଶୋଧନ ଓ ଅନ୍ୟାନ୍ୟ ଦାବି ଉପରେ ଆଲୋଚନା ପାଇଁ ନିଷ୍ପତ୍ତି ହୋଇଛି । ଦେଶର ସମସ୍ତ ସରକାରୀ ଓ ପୁରୁଣା ଘରୋଇ ବ୍ୟାଙ୍କରେ ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ତିନିଦିନିଆ ରାଷ୍ଟ୍ରବ୍ୟାପୀ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ରହିଛି । ରବିବାର ବିଳମ୍ବିତ ରାତିରେ ବ୍ୟାଙ୍କ ପରିଚାଳନା ପରିଷଦ ‘ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍’ ଏବଂ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ମିଳିତ ସଂଗଠନ ‘ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ’ UFBU ମଧ୍ୟରେ ଅନୁଷ୍ଠିତ ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ସହମତି ପ୍ରକାଶ ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି ଫଳରେ ଆଜିଠାରୁଦେଶ ସମେତ ରାଜ୍ୟର ସମସ୍ତ ବ୍ୟାଙ୍କ ଶାଖାରେ ଦୈନନ୍ଦିନ କାରବାର ସ୍ୱାଭାବିକ ଭାବେ ଚାଲୁ ରହିବ । ​

ରବିବାର ରାତିରେ ଉଭୟ ପକ୍ଷଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ବିସ୍ତୃତ ଆଲୋଚନା ପରେ UFBU ପକ୍ଷରୁ ଧର୍ମଘଟ ପ୍ରତ୍ୟାହାର କରାଯାଇଥିବା ଘୋଷଣା କରାଯାଇଛି । ବୈଠକରେ ନିଷ୍ପତ୍ତି ଅନୁଯାୟୀ, ବ୍ୟାଙ୍କଗୁଡ଼ିକରେ ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ତଥା ମାସର ସମସ୍ତ ଶନିବାରକୁ ଛୁଟି ଘୋଷଣା କରିବା ଦାବି ଉପରେ ତୁରନ୍ତ ଏକ IBA-UFBU ମିଳିତ ଉଚ୍ଚସ୍ତରୀୟ କମିଟି ଗଠନ ହେବ । କମିଟି ସମସ୍ତ ବିକଳ୍ପ ଉପରେ ଅନୁଧ୍ୟାନ କରିବ । ବ୍ୟାଙ୍କିଙ୍ଗ୍ ଗ୍ରାହକ ଓ ସମସ୍ତ ଅଂଶୀଦାରଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏକ ସର୍ବମାନ୍ୟ ସମାଧାନର ସୂତ୍ର ବାହାର କରାଯିବ। ସ୍କେଲ୍-୪ ଏବଂ ତା’ଠାରୁ ଉଚ୍ଚ ପଦବୀର ଅଧିକାରୀଙ୍କ ପାଇଁ ଲାଗୁ ହୋଇଥିବା ପରଫରମାନ୍ସ ଲିଙ୍କଡ୍ ଇନସେଣ୍ଟିଭ୍ (PLI) ନିୟମାବଳୀକୁ ନେଇ ସଂଗଠନଗୁଡ଼ିକର ଆପତ୍ତି ଉପରେ ଆଲୋଚନା ଆରମ୍ଭ ହେବ ।

ଏଥିରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଲାଗି କେନ୍ଦ୍ର ସରକାରଙ୍କ ନିକଟରେ ସଂଶୋଧନ ପ୍ରସ୍ତାବ ରଖାଯିବ । ​ଗତ ୮ ମାର୍ଚ୍ଚ ୨୦୨୪ ଦ୍ୱିପାକ୍ଷିକ ବୈଠକର ଚୁକ୍ତିପତ୍ରରେ ଥିବା ଅବଶିଷ୍ଟ ପେଣ୍ଡିଂ ପ୍ରସଙ୍ଗଗୁଡ଼ିକୁ ଶୀଘ୍ର ସମାଧାନ କରିବା ପାଇଁ ପରବର୍ତ୍ତୀ ବୈଠକଗୁଡ଼ିକରେ ଆଲୋଚନା କରାଯିବ । ​ସେପ୍ଟେମ୍ବର ୩୦ ତାରିଖରେ ବ୍ୟାଙ୍କଗୁଡ଼ିକର ଅର୍ଦ୍ଧବାର୍ଷିକ ଆର୍ଥିକ ହିସାବ ନିକାଶ ଥିବାରୁ ଏହି ଧର୍ମଘଟ ହୋଇଥିଲେ ସାଧାରଣ ଜନତା, ବ୍ୟବସାୟୀ ଓ ସରକାରୀ କାରବାର ଉପରେ ବଡ଼ ଧରଣର ପ୍ରଭାବ ପଡ଼ିବାର ଆଶଙ୍କା ଥିଲା। ରବିବାର ରାତିର ଏହି ବୁଝାମଣା ଫଳରେ ଦେଶର କୋଟି କୋଟି ବ୍ୟାଙ୍କ ଗ୍ରାହକ ବଡ଼ ଆଶ୍ୱସ୍ତି ଲାଭ କରିଛନ୍ତି ।

Post Views: 10
Share197Tweet123Send
Voice of Victims

Voice of Victims

Recent Posts

  • ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଆଜି ସ୍ବାଭାବିକ ରହିବ ବ୍ୟାଙ୍କ କାର୍ଯ୍ୟ
  • UPI ପେମେଣ୍ଟରେ ଲାଗୁଥିବା MDR ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ, NPCI ଏବଂ RBIକୁ ନୋଟିସ୍
  • ଲୋୟର ପିଏମଜିରେ ବଢ଼ୁଛି ବିଜେଡି କର୍ମୀଙ୍କ ଭିଡ଼, MMDR ଆଇନକୁ ବିରୋଧ
  • ସୃଷ୍ଟି ହେଲା ଅବପାତ, ୧୨ ଘଣ୍ଟାରେ ଗଭୀର ଅବପାତ ସମ୍ଭାବନା !
  • ଏଣିକି ସୋମବାର ‘No Meeting Day’, ଜରୁରୀ ନଥିଲେ ହେବନି ସରକାରୀ ବୈଠକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In