• About Us
  • Contact Us
Tuesday, September 22, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home କ୍ରୀଡା

୪ର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା; ୬ ସପ୍ତାହ ବିଶ୍ରାମ ନେବାକୁ କହିଲେ ଡାକ୍ତର

by Voice of Victims
July 24, 2025
in କ୍ରୀଡା, ଦେଶ ବିଦେଶ, ମୁଖ୍ୟ ଖବର
୪ର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା; ୬ ସପ୍ତାହ ବିଶ୍ରାମ ନେବାକୁ କହିଲେ ଡାକ୍ତର

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆକୁ ୪ର୍ଥ ଟେଷ୍ଟରେ ବଡ଼ ଝଟକା ଳାଗିଛି । ଟିମର ଷ୍ଟାର ବ୍ୟାଟର ତଥା ଉପ ଅଧିନାୟକ ରିଷଭ ପନ୍ତ ଆହତ ଜନିତ ସମସ୍ୟା ଯୋଗୁଁ ବାକି ଥିବା ମ୍ୟାଚରେ ୱିକେଟ କିପିଂ କରିବେ ନାହିଁ । ପନ୍ତଙ୍କ ସ୍କାନ ରିପୋର୍ଟରେ ଏକ ଫ୍ରାକ୍ଚର ରହିଥିବା କୁହାଯାଉଛି । ତେଣୁ ପ୍ରାୟ ଛଅ ସପ୍ତାହ ପାଇଁ ପଡ଼ିଆ ବାହାରେ ରହିବେ । ଡାକ୍ତର ପନ୍ତଙ୍କୁ ପ୍ରାୟ ଦେଢ଼ ମାସ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ।

ମାଞ୍ଚେଷ୍ଟର ଟେଷ୍ଟ ମ୍ୟାଚର ୬୮ତମ ଓଭରର ଚତୁର୍ଥ ବଲରେ କ୍ରିସ୍ ଓକସଙ୍କ ବଲ ପନ୍ତଙ୍କ ଡାହାଣ ପାଦରେ ଲାଗିଥିଲା । ରିଭର୍ସ ସ୍ୱିପ୍ ଖେଳିବାକୁ ଚେଷ୍ଟା କରିଥିବା ବେଳେ ବଲଟି ସିଧାସଳଖ ତାଙ୍କ ପାଦରେ ବାଜିଥିଲା । ଟିମର ଫିଜିଓମାନେ ମଇଦାନକୁ ଆସି ରିଷଭଙ୍କ ଚିକିତ୍ସା କରିଥିଲେ ।

ପାଦରେ ଗୁରୁତର ସ୍ବେଲିଂ ଦେଖାଯାଇଥିବାରୁ ମେଡିକାଲ୍ ଟିମ୍ ଏକ ଆମ୍ବୁଲାନ୍ସ କାର୍ଟ ଆଣିଥିଲେ । ଏହା ସାହାଯ୍ୟରେ ରିଷଭଙ୍କୁ ମଇଦାନର ବାହାରକୁ ଅଣାଯାଇଥିଲା । ୩୭ ରନରେ ରିଟାୟାର୍ଡ ହର୍ଟ ହୋଇ ପନ୍ତ ମଇଦାନ ଛାଡ଼ିଥିଲେ । ପୂର୍ବରୁ ଲଡ୍ସ ଟେଷ୍ଟରେ ତାଙ୍କ ଆଙ୍ଗୁଠିରେ ଗଭୀର ଆଘାତ ଲାଗିଥିଲା । ଫଳରେ ସେ ୱିକେଟ କିପିଂରୁ ଦୂରେଇ ରହିଥିଲେ ।

ବିସିସିଆଇ X ରେ ପୋଷ୍ଟ କରିଛି କି, ଆହତ ହୋଇଥିବା ରିଷଭ ଇଂଲଣ୍ଡ ସିରିଜରେ ବାକି ଥିବା ମ୍ୟାଚରେ ୱିକେଟ କିପିଂ କରିବେ ନାହିଁ । ତାଙ୍କ ସ୍ଥାନରେ ଧ୍ରୁବ ଜୁରେଲ କିପିଂ କରିବେ । କିନ୍ତୁ ପନ୍ତ ଆବଶ୍ୟକୀୟ ସ୍ଥଳେ ବ୍ୟାଟିଂ କରିବାକୁ ଆସିବେ ।

Post Views: 115
Share200Tweet125Send
Voice of Victims

Voice of Victims

Recent Posts

  • ବନ୍ଦେ ମାତରମ୍ ପ୍ରସଙ୍ଗ: କେନ୍ଦ୍ରର ଜବାବ ମାଗିଲେ ସୁପ୍ରିମକୋର୍ଟ
  • ଗ୍ୟାସ୍ ସିଲିଣ୍ଡର୍ ଫାଟି ଜଳିଗଲା ହୋଟେଲ , ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ
  • ଶୋଲର ସେବକ ଜରାଶ୍ରମରେ ମେମୁ ଗୃପ୍ ପକ୍ଷରୁ ସେବା ଆୟୋଜନ
  • କାନାଡ଼ାରେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ
  • ପ୍ରବଳ ବର୍ଷାରେ ଜିଲ୍ଲା ପ୍ରଶାସନଙ୍କ ବଡ଼ ନିଷ୍ପତ୍ତି, ୪ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡି ବନ୍ଦ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In