• About Us
  • Contact Us
Sunday, May 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନବୀନ ବର୍ଦ୍ଧିତ ଦରମା ନ ନେବା ପ୍ରସଙ୍ଗ: ଟାର୍ଗେଟ କଲେ ବିଜେପି ଓ କଂଗ୍ରେସ

by Voice of Victims
December 14, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ନବୀନ ବର୍ଦ୍ଧିତ ଦରମା ନ ନେବା ପ୍ରସଙ୍ଗ: ଟାର୍ଗେଟ କଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ବର: ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି । ନବୀନ ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ବିଜେଡି ସୁପ୍ରିମୋକୁ ଟାର୍ଗେଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସେ କହିଛନ୍ତି ବିଧାନସଭାରେ ନବୀନ ବାବୁଙ୍କୁ କହିବାର ସୁଯୋଗ ଥିଲା । କାହିଁକି ଆସିଲେ ନାହିଁ କି କାହିିଁକି ମତ ରଖିଲେ ନାହିଁ । ଏହା ଆଉ କିଛି ନୁହେଁ, କେବଳ ରାଜନୀତି । ବର୍ଦ୍ଧିତ ଦରମା ନ ନେବା କେବଳ ରାଜନୀତି ।

ସେହିପରି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ନବୀନ ବାବୁ ବହୁତ ଧନୀ ଲୋକ, ଏ ସବୁ ଡ୍ରାମା । ନବୀନ ବାବୁଙ୍କ ଡ୍ରାମାକୁ ଆଉ କେହି ଗ୍ରହଣ କରୁନାହାନ୍ତି ।ଅନ୍ୟପଟେ ଏହାକୁ ନେଇ କଂଗ୍ରେସ ବିଧାୟକ ପବିତ୍ର ସାଉଁତା ବିଜେଡ଼ିକୁ ଟାର୍ଗେଟ କରି କହିଛନ୍ତି ବିଧାୟକଙ୍କ ବର୍ଦ୍ଧିତ ଦରମା ବିଲ୍‌କୁ ବିଜେଡି କାହିଁକି ସମର୍ଥନ କଲା ପଚାରିଲେ ।

ବିରୋଧୀଦଳ ନେତା ବର୍ଦ୍ଧିତ ଦରମା ନ ନେବା ଘୋଷଣା ବିଜେଡିର ଦୋମୁହାଁ ନୀତି । ବିଜେଡି ସଦସ୍ୟ ଓ ବିରୋଧୀଦଳ ମୁଖ୍ୟ ସଚେତକ ବିଲକୁ ସମର୍ଥନ କରିଥିଲେ । ପଲିଟିକାଲ୍ ଷ୍ଟଣ୍ଟ ପାଇଁ ଦରମା ନେବି ନାହିଁ ବୋଲି ନବୀନ କହୁଛନ୍ତି ।

ସେ ଆଉ ମଧ୍ୟ କହିଛନ୍ତି ବିରୋଧୀଦଳ ନେତାଙ୍କ ପାଖରେ ଅପର୍ଯ୍ୟାପ୍ତ ସମ୍ପତ୍ତି ଅଛି । ସେ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବାପା ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ । ପୂର୍ବତନ ବିଧାୟକମାନଙ୍କ ପାଇଁ ବର୍ଦ୍ଧିତ ଦରମା ଏକ ବରଦାନ ସଦୃଶ । ନବୀନ ବାବୁ ଦୋମୁହାଁ ନୀତି ନ କରି ସରକାରଙ୍କୁ ସ୍ୱାଗତ କଲେ ଭଲ ହେବ। ତାଙ୍କ ଦଳ ନେତା କହୁଛନ୍ତି ଦରମା ବଢିବା ଠିକ୍, କାରଣ ପଇସା ନାହିଁ ।ନବୀନ ଦଳ ଭିତରେ ପ୍ରଥମେ ଆଲୋଚନା କରି ସାମ୍ନାକୁ ଆସନ୍ତୁ ।

ସୂଚନାଯୋଗ୍ୟ, ଗତକାଲି ନବୀନ ପଟ୍ଟନାୟକ କହିଥିଲେ ଯେ, ସେ ବର୍ଦ୍ଧିତ ଦରମା ନେବେନି । ବର୍ଦ୍ଧିତ ଦରମାକୁ ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ କରାଯାଉ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଶନିବାର ଚିଠି ଲେଖିଛନ୍ତି।

Post Views: 58
Share199Tweet125Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In