• About Us
  • Contact Us
Monday, August 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପୁଣି ଖୋଲିବ ଜମ୍ମୁ କଶ୍ମୀରର ବନ୍ଦଥିବା ପର୍ଯ୍ୟଟନ ସ୍ଥଳ, ଲେଫନାଣ୍ଟ ଗଭର୍ଣ୍ଣର ଦେଲେ ସୂଚନା

by Voice of Victims
September 27, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା ଅଭିଯୋଗ
ପୁଣି ଖୋଲିବ ଜମ୍ମୁ କଶ୍ମୀରର ବନ୍ଦଥିବା ପର୍ଯ୍ୟଟନ ସ୍ଥଳ, ଲେଫନାଣ୍ଟ ଗଭର୍ଣ୍ଣର ଦେଲେ ସୂଚନା

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର ବୁଲିବାକୁ ଇଚ୍ଛା ରଖିଥିବା ଲୋକଙ୍କ ପାଇଁ ଖୁସି ଖବର । ଜମ୍ମୁ କଶ୍ମୀରରେ ସୁରକ୍ଷା ସମୀକ୍ଷା ପରେ ସେପ୍ଟେମ୍ବର ୨୯ ରୁ ଅନେକ ପର୍ଯ୍ୟଟନ ସ୍ଥଳ ପୁଣିଥରେ ଖେଳାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏଲଜି ମନୋଜ ସିହ୍ନା ନିଜେ ସୂଚନା ଦେଇଛନ୍ତି ।ମନୋଜ ସିହ୍ନା କହିଛନ୍ତି, କଶ୍ମୀର ଏବଂ ଜମ୍ମୁ ଡିଭିଜନର ପ୍ରମୁଖ ଟୁରିଷ୍ଟ ସ୍ଥଳ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ । ଏହିସବୁ ସ୍ଥାନ ପହଲଗାମ ଆତଙ୍କୀ ଆକ୍ରମଣ ପରେ ବନ୍ଦ ହୋଇପଡିଛି । କଶ୍ମୀର ଡିଭିଜନର ଅରୁ ଭ୍ୟାଲି, ରାଫ୍ଟି ପଏଣ୍ଟ ୟାନ୍ନର, ଅକ୍କଡ ପାର୍କ, ପଦଶାହୀ ପାର୍କ ଏବଂ କମାନ ପୋଷ୍ଟ, ଡଗନ ଟପ୍, ରାମବନ, କଠୁଆର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଖୋଲାଯିବ ।

ମନୋଜ ସିହ୍ନା ଟ୍ବିଟ୍ କରି କହିଛନ୍ତି, ସୁରକ୍ଷା ଏଜେନ୍ସୀ ଏବଂ ଜିଲ୍ଲା ପ୍ରଶାସନ ସହିତ ବୈଠକରେ ବ୍ୟାପକ ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏପ୍ରିଲ ମାସରେ ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ଜୀବନ ଯିବା ପରେ ସୁରକ୍ଷା କାରଣରୁ ପର୍ଯ୍ୟଟନ ଗତିବିଧି ଉପରେ ରୋକ୍ ଲଗାଯାଇଥିଲା ।ଅପରେସନ ସିନ୍ଦୂର ଅଭିଯାନ କରାଯାଇଥିଲା ଏବଂ ପାକିସ୍ତାନ ଏବଂ ପିଓକେରେ ଥିବା ଅନେକ ଆତଙ୍କୀ ଠିକଣା ଉପରେ ଏୟାରଷ୍ଟ୍ରାଇକ କରାଯାଇଥିଲା । ଜୁନରେ ପ୍ରଶାସନ ପକ୍ଷରୁ ୧୬ଟି ପର୍ଯ୍ୟଟନ ସ୍ଥଳ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ କିଛି ସମ୍ବେଦନଶୀଳ ସ୍ଥାନ ଏବେ ଯାଏଁ ବନ୍ଦ ରହିଛି ।

ପର୍ଯ୍ୟଟନ ସ୍ଥଳ ପୁଣିଥରେ ଖୋଲିବା ଦ୍ବାରା କଶ୍ମୀର ଏବଂ ଜମ୍ମୁର ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ନୂଆ ଉର୍ଜା ମିଳିବାର ଆଶା ରହିଛି । ଆତଙ୍କୀ ଘଟଣା ଏବଂ ସୁରକ୍ଷା କାରଣରୁ ସ୍ଥାନୀୟ ବ୍ୟବସାୟ ଏବଂ ହୋଟେଲ ରେଷ୍ଣୁରାଣ୍ଟ ପ୍ରଭାବିତ ହୋଇଥିଲା । ଏହାଦ୍ବାରା କେବଳ ପର୍ଯ୍ୟଟକ ନୁହେଁ ବରଂ ସ୍ଥାନୀୟ ଲୋକଙ୍କୁ ରୋଜଗାର ଏବଂ ଆମଦାନୀ ମଧ୍ୟ ବଢିବ ।

Post Views: 56
Share198Tweet124Send
Voice of Victims

Voice of Victims

Recent Posts

  • ରଣପୁରରେ ଭବ୍ୟ ଭାବେ ପାଳିତ ୮୦ତମ ପବିତ୍ର ସ୍ୱାଧୀନତା ଦିବସ
  • ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
  • ସିକ୍କିମରେ ବିଶାଳ ଭୂସ୍ଖଳନ, ଖସୁଛି ପାହାଡ଼, ବିପଦରେ ୧୫୦ ଲୋକ
  • ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ, ଟିଏମସି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର
  • ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ, ୩ ଦିନ ଭିଜିବ ଓଡ଼ିଶା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In