• About Us
  • Contact Us
Monday, August 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କଂଗ୍ରେସକୁ ଝଟକା, ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କ ଏଆଇ ଭିଡିଓ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଲେ ପାଟନା ହାଇକୋର୍ଟ

by Voice of Victims
September 17, 2025
in ଦେଶ ବିଦେଶ, ମୁଖ୍ୟ ଖବର
କଂଗ୍ରେସକୁ ଝଟକା, ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କ ଏଆଇ ଭିଡିଓ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଲେ ପାଟନା ହାଇକୋର୍ଟ

ବିହାର : କଂଗ୍ରେସ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ ଏଆଇ ଭିଡିଓ ମାମଲାର ଶୁଣାଣି କରିବା ସମୟରେ ବର୍ଷିଛନ୍ତି ପାଟନା ହାଇକୋର୍ଟ । ତୁରନ୍ତ ଏହି ଭିଡିଓକୁ ହଟାଇବାକୁ କଂଗ୍ରେସକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ପାଟନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ପି.ବି. ବଜନ୍ତରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସ୍ୱର୍ଗତ ମାତା ହୀରାବେନ ମୋଦଙ୍କୁ ଅପମାନିତ କରୁଥିବା ଭିଡିଓକୁ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ତୁରନ୍ତ ହଟାଯାଉ ।

ଖବର ମୁତାବକ, ସେପ୍ଟେମ୍ବର ୧୦ ତାରିଖରେ ବିହାର କଂଗ୍ରେସର ଅଫିସିଆଲ୍ X ହ୍ୟାଣ୍ଡେଲରେ ଏକ ପୋଷ୍ଟ କରାଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱପ୍ନରେ ତାଙ୍କ ମାଆଙ୍କ AI ଆଧାରିତ ଭିଡିଓ ଚିତ୍ରଣ କରାଯାଇଥିଲା । ଏହି ଭିଡିଓରେ ସ୍ୱର୍ଗତ ହୀରାବେନ ମୋଦିଙ୍କ ଚରିତ୍ର ରାଜନୈତିକ ଲାଭ ପାଇଁ ତାଙ୍କ ପୁଅକୁ ତାଙ୍କ ନାମର ଅପବ୍ୟବହାର କରିବା ପାଇଁ ଭର୍ତ୍ସନା କରୁଥିବାର ଦେଖାଯାଇଥିଲା । ଯାହା ପରେ ବିଜେପି ଏହାକୁ ଘୃଣ୍ୟ ଏବଂ ମାଆଙ୍କ ପ୍ରତି ଅପମାନ ବୋଲି କହିଥିଲା ଏବଂ ଭିଡିଓ ବିରୁଦ୍ଧରେ ପାଟନା ହାଇକୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଥିଲା ।

ବିଜେପି ଦାବି କରିଥିଲା କି, ଏହି ଭିଡିଓ କେବଳ ପ୍ରଧାନମନ୍ତ୍ରୀଙ୍କ ଛବିକୁ ଖରାପ କରୁନି, ତାହା ସହିତ ମହିଳାଙ୍କ ଗରିମାକୁ ଉଲ୍ଲଙ୍ଘନ କରୁଛି । ଦିଲ୍ଲୀ ପୋଲିସ ପୂର୍ବରୁ ୧୩ ସେପ୍ଟେମ୍ବରରେ ବିଜେପି କାର୍ଯ୍ୟକର୍ତ୍ତା ସଙ୍କେତ ଗୁପ୍ତାଙ୍କ ଅଭିଯୋଗରେ ଏଫଆଇଆର ଦାୟର କରାଯାଇଥିଲା । ଆଉ ଭାରତୀୟ ନ୍ୟାସ ସଂହିତାର ଅନେକ ଧାରାରେ କଂଗ୍ରେସ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଥିଲେ ।

Post Views: 65
Share199Tweet124Send
Voice of Victims

Voice of Victims

Recent Posts

  • ରଣପୁରରେ ଭବ୍ୟ ଭାବେ ପାଳିତ ୮୦ତମ ପବିତ୍ର ସ୍ୱାଧୀନତା ଦିବସ
  • ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
  • ସିକ୍କିମରେ ବିଶାଳ ଭୂସ୍ଖଳନ, ଖସୁଛି ପାହାଡ଼, ବିପଦରେ ୧୫୦ ଲୋକ
  • ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ, ଟିଏମସି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର
  • ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ, ୩ ଦିନ ଭିଜିବ ଓଡ଼ିଶା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In