• About Us
  • Contact Us
Saturday, August 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଦିଲ୍ଲୀରେ ହସ୍ପିଟାଲ ନିର୍ମାଣ ଦୁର୍ନୀତି: ପୂର୍ବ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ଘରେ ପଶିଲା ଇଡି, ୧୩ଟି ସ୍ଥାନରେ ଚାଲିଛି ଚଢ଼ାଉ

by Voice of Victims
August 26, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଦିଲ୍ଲୀରେ ହସ୍ପିଟାଲ ନିର୍ମାଣ ଦୁର୍ନୀତି: ପୂର୍ବ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ଘରେ ପଶିଲା ଇଡି, ୧୩ଟି ସ୍ଥାନରେ ଚାଲିଛି ଚଢ଼ାଉ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ବାଜଙ୍କ ୧୩ଟି ସ୍ଥାନରେ ଇଡି ଚଢ଼ାଉ କରିଛି । ତାଙ୍କ ଘରେ ମଧ୍ୟ ରେଡ୍ ଚାଲିଛି । ଆପ୍ ସରକାରଙ୍କ ସମୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସହ ଜଡ଼ିତ ପ୍ରକଳ୍ପରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ହୋଇଥିଲା । ଏ ନେଇ ଦିଲ୍ଲୀର ଦୁର୍ନୀତି ନିବାରଣ ଶାଖା (ACB) ଗତ ଜୁନରେ ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ବାଜ ଓ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଇଡି ଜୁଲାଇ ମାସରେ କେସ୍ ପଞ୍ଜୀକ୍‌ତ କରିଥିଲା ।

୫,୫୯୦ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଆପ୍ କାର୍ଯ୍ୟକାଳର ଦୁଇ ଜଣ ମନ୍ତ୍ରୀ ସୌରଭ ଭରଦ୍ବାଜ ଓ ସତ୍ୟେନ୍ଦ୍ର ଜୈନଙ୍କ ଭୂମିକା ତଦନ୍ତ ପରିସରଭୁକ୍ତ ରହିଛି । ଇଡି ମୁତାବକ, ୨୦୧୮-୧୯ରେ ଆମ୍ ଆଦମୀ ପାର୍ଟି ସରକାର ୨୪ଟି ହସ୍ପିଟାଲ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ୬ ମାସ ଭିତରେ ଆଇସିୟୁ ହସ୍ପିଟାଲ ପ୍ରସ୍ତୁତ କରି ଦିଆଯିବା ନେଇ ଯୋଜନା ଥିଲା । କିନ୍ତୁ ଦାବି କରାଯାଉଛି ଯେ ଏ ପର୍ଯ୍ୟନ୍ତ କାମ ସମ୍ପୂର୍ଣ୍ଣ ହୋଇନାହିଁ । ଯେତେବେଳେ କି, ୮୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇସାରିଛି । କେବଳ ୫୦% କାମ ହିଁ ପୂରା ହୋଇଛି ।

ଏସିବି ଦ୍ବାରା ପଞ୍ଜୀକ୍‌ତ ମାମଲାରେ କୁହାଯାଇଥିଲା କି, ସହର ସାରା ହସ୍ପିଟାଲ, ପଲିକ୍ଲିନିକ୍ ଏବଂ ଆଇସିୟୁ ଭିତ୍ତିଭୂମି ନିର୍ମାଣରେ ବ୍ୟାପକ ଅନିୟମିତତା, ବିନା କାରଣରେ ବିଳମ୍ବ ଏବଂ ପାଣ୍ଠିର ବ୍ୟାପକ ଅପବ୍ୟବହାର ସାମ୍ନାକୁ ଆସିଛି । ରିପୋର୍ଟ ମୁତାବକ, ଶହ ଶହ କୋଟି ଟଙ୍କା ଖର୍ଚ୍ଚ ବ୍‌ଦ୍ଧି ରେକର୍ଡ କରାଯାଇଛି ଏବଂ ଧାର୍ଯ୍ୟ ସମୟ ଭିତରେ ଗୋଟିଏ ବି ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ହୋଇନାହିଁ ।

୨୨ ଅଗଷ୍ଟ ୨୦୨୪ରେ ସେହି ସମୟର ଦିଲ୍ଲୀ ବିଧାନସଭାରେ ବିରୋଧୀ ନେତା ବିଜେନ୍ଦ୍ର ଗୁପ୍ତା ଏ ନେଇ ଅଭିଯୋଗ କରିଥିଲେ । ଅଭିଯୋଗରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ବାଜ ଓ ସତ୍ୟେନ୍ଦ୍ର ଜୈନଙ୍କ ନାମ ନିଆଯାଇଥିଲା । ପ୍ରକଳ୍ପ ବଜେଟରେ ସୁଚିନ୍ତିତ ହେରଫେର୍ ସାଙ୍ଗକୁ ଘରୋଇ ଠିକାଦାରଙ୍କ ସହ ପାରସ୍ପରିକ ମନ୍ତ୍ରଣା ନେଇ ଅଭିଯୋଗ ହୋଇଥିଲା ।

Post Views: 133
Share199Tweet125Send
Voice of Victims

Voice of Victims

Recent Posts

  • ପତଞ୍ଜଳି ଯୋଗପୀଠ ପକ୍ଷରୁ ସ୍ବାଧୀନତା ଦିବସ ପାଳନ
  • ଇଣ୍ଡୋନେସିଆରେ ୭.୭ ତୀବ୍ରତାର ଭୂକମ୍ପ, ୨ ମୃତ, ସୁନାମି ସତର୍କତା ଜାରି
  • ଲଘୁଚାପ ପରେ ପୁଣି ଲଘୁଚାପ, ରାଜ୍ୟର ୩୦ ଜିଲ୍ଲାକୁ ବର୍ଷା ସତର୍କତା
  • ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ, କହିଲେ…
  • ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In