• About Us
  • Contact Us
Wednesday, August 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନୂଆଦିଲ୍ଲୀର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶାର ‘ମିଶନ ଶକ୍ତି’ ମହିଳାଙ୍କ ହାତ ତିଆରି ଉତ୍ପାଦର ଚାହିଦା

by Voice of Victims
November 19, 2024
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
ନୂଆଦିଲ୍ଲୀର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶାର ‘ମିଶନ ଶକ୍ତି’ ମହିଳାଙ୍କ ହାତ ତିଆରି ଉତ୍ପାଦର ଚାହିଦା

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଛି ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୪। ଏହି ମେଳାରେ ଓଡ଼ିଶାର ମିଶନ ଶକ୍ତି ମହିଳାମାନଙ୍କ ହାତ ତିଆରି ବିଭିନ୍ନ ଉତ୍ପାଦର ବିଶେଷ ଚାହିଦା ରହିଛି। କନ୍ଧମାଳ ହଳଦୀ ସହିତ ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ‘ଓଡ଼ିଶା ମଣ୍ତପ’ରେ ଲୋକଙ୍କର ଭିଡ଼ ଜମୁଛି। ନଭେମ୍ବର ୧୪ରୁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆରମ୍ଭ ହୋଇଛି। ସୋମବାର ଦିନ ସଂସଦୀୟ କମିଟିର (ବାଣିଜ୍ୟ) ପ୍ରତିନିଧିମାନେ ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କରିଥିଲେ। ଓଡ଼ିଶାର କାରୁକାର୍ଯ୍ୟ, କଳା କାରିଗରିକୁ ଦେଖି ସେମାନେ ପ୍ରଶଂସା କରିଥିଲେ। ‘ଓଡ଼ିଶା ମଣ୍ଡପ’ରେ ଏଥର ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ମୋଟ ୨୫ଟି ଷ୍ଟଲ ସ୍ଥାନ ପାଇଛି। ତା’ଭିତରେ ମିଶନ ଶକ୍ତି ବିଭାଗ ପକ୍ଷରୁ ୫ଟି ଷ୍ଟଲ ରହିଛି। ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର (ଏସଏଚଜି) ସଦସ୍ୟାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ଆକର୍ଷଣ ସାଜିଛି। ଯାଜପୁର ଜିଲ୍ଲାର ଜୟ ମା’ ମଙ୍ଗଳା ଏସଏଚଜି, କେନ୍ଦ୍ରାପଡ଼ା ଜିଲ୍ଲାର ସତ୍ୟସାଇ ଉତ୍ପାଦକ ଗୋଷ୍ଠୀ, ବାଲେଶ୍ୱରର ମା’ ସୁଭଦ୍ରା ଏସଏଚଜି, କନ୍ଧମାଳର ଶ୍ରୀୟା ଏସଏଚଜି ଏବଂ ଖୋର୍ଦ୍ଧାର ରାଧାରାଣୀ ଏସଏଚଜି ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ଓଡ଼ିଶା ମଣ୍ଡପରେ ପ୍ରଦର୍ଶନ ଓ ବିକ୍ରି କରାଯାଉଛି। ‘‘ପ୍ରଥମ ଥର ପାଇଁ ଆମେ ଦିଲ୍ଲୀରେ ଚାଲିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାକୁ ଆସିଛୁ। ଆମ ଷ୍ଟଲରେ ଜଉ କଣ୍ଢେଇ ଓ ଲାଖ ଚୁଡ଼ି ଭଲ ବିକ୍ରି ହେଉଛି। ଲୋକମାନେ ଆସି ଏହାକୁ ଆଗ୍ରହର ସହିତ କିଣିବା ସହ ଏସବୁ କେମିତି ତିଆରି ହେଉଛି ତାହା ପଚାରି ବୁଝୁଛନ୍ତି’’, କହିଛନ୍ତି ଏସଏଚଜି ସଦସ୍ୟା ଫୁଲମଣି ସୋରେନ୍। ‘‘ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ନେଇ ଆମେ ଦିଲ୍ଲୀ ଆସିଛୁ। ମାଣ୍ଡିଆ ଛତୁଆ, କୁରୁମା, ବିସ୍କୁଟ ଆଦି କିଣିବାକୁ ଲୋକେ ପସନ୍ଦ କରୁଛନ୍ତି। ଆମେ ଭଲ ଦି’ ପଇସା ବ୍ୟବସାୟ ମଧ୍ୟ କରିପାରୁଛୁ,’’ କହିଛନ୍ତି ଏସଏଚଜି ସଦସ୍ୟା ପୂର୍ଣ୍ଣିମା ବେହେରା। ‘ଓଡ଼ିଶା ମଣ୍ଡପ’ରେ ଥିବା ମିଶନ ଶକ୍ତି ଷ୍ଟଲରେ କନ୍ଧମାଳ ହଳଦୀ ସହିତ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ନୁଡୁଲ୍ସ, ମିକ୍ସଚର, କୁରୁମା, ନିମିକି, ସେଉ ଏବଂ ଲଡୁ ଆଦି ରହିଛି। ସେହିପରି ଟସରରୁ ତିଆରି ଆକର୍ଷଣୀୟ ଶାଢ଼ି ଓ ଆଧୁନିକ ପୋଷାକ, ଜଉ କଣ୍ଢେଇ ଓ ଲାଖ ଚୁଡ଼ି, କାଇଁଚ ଓ ସବାଇ ଘାସରୁ ପ୍ରସ୍ତୁତ ଘର ସାଜସଜ୍ଜା ଜିନିଷ ଏବଂ ବିଭିନ୍ନ ମସଲା ଆଦି ଦର୍ଶକଙ୍କୁ ଆକୃଷ୍ଟ କରୁଛି। ମିଶନ ଶକ୍ତି ବିଭାଗ ପକ୍ଷରୁ ଖୋଲାଯାଇଥିବା ୫ଟି ଷ୍ଟଲରେ ୧୦ରୁ ଅଧିକ ଏସଏଚଜି ମହିଳା ଅଂଶଗ୍ରହଣ କରିଛନ୍ତି। ଦିଲ୍ଲୀ ବଜାରରେ ସେମାନଙ୍କ ହାତ ତିଆରି ସାମଗ୍ରୀ ବିକ୍ରି ଓ ପ୍ରଦର୍ଶନ କରିବାର ସୁଯୋଗ ପାଇଥିବାରୁ ସେମାନେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବାଣିଜ୍ୟ ମେଳା ବୁଲି ଆସୁଥିବା ଲୋକମାନେ ଓଡ଼ିଶା ମଣ୍ଡପରେ ମିଶନ ଶକ୍ତି ଷ୍ଟଲରୁ ମା’ମାନଙ୍କ ହାତ ତିଆରି ଜିନିଷ କିଣିବାକୁ ଆଗ୍ରହ ଦେଖାଉଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ଏକ ଅନନ୍ୟ ପଦକ୍ଷେପକୁ ସେମାନେ ପ୍ରଶଂସା କରୁଛନ୍ତି।

Post Views: 56
Share198Tweet124Send
Voice of Victims

Voice of Victims

Recent Posts

  • ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉନ୍ନତିକରଣ ଲାଗି ୩.୧୦ କୋଟି ଯୋଗାଇ ଦେଲେ ଅଶ୍ୱିନୀ ବୈଷ୍ଣବ
  • ଦିଲ୍ଲୀରେ ଖୁବ୍ ଶୀଘ୍ର ‘ଜନ୍ତର ମନ୍ତର ସିଜିନ୍ ୨’!
  • ରେମୁଣାରେ “ତ୍ରୀରଙ୍ଗା ପଦଯାତ୍ରା” ଅନୁଷ୍ଠିତ
  • ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଏନ୍. ଚନ୍ଦ୍ରଶେଖର, ୨୦୨୭ ରେ ସରିବ କାର୍ଯ୍ୟକାଳ
  • “ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେବି”: ବିରୋଧୀଙ୍କ ହଟ୍ଟଗୋଳ ଉପରେ ଅମିତ ଶାହଙ୍କ ପ୍ରଥମ ପ୍ରତିକ୍ରିୟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In