ବାଲେଶ୍ଵର (ଭିଓଭି);୧୮/୮– ଇଲେକ୍ଟ୍ରୋହୋମିଓ ପାଥି ଚିକିତ୍ସା କୁ ସରକାରୀ ମାନ୍ୟତା ପ୍ରଦାନ ନିମନ୍ତେ ରାଜ୍ୟ ସଂଘର ସଭାପତି ଡ଼ ସରୋଜ କୁମାର ସାହୁ ଙ୍କ ପରାମର୍ଶ କ୍ରମେ ବାଲେଶ୍ଵର ଜିଲ୍ଲା ଇଲେକ୍ଟ୍ରୋହୋମିଓ ପାଥି ସଂଘ ତରଫରୁ ରେମୁଣା ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଆସନ୍ତା ବିଧାନସଭା ଅଧିବେଶନରେ ଉକ୍ତ ଦାବି କୁ ଉତ୍ଥାନ କରିବା ପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି । ସଭାପତି ଡ ପର୍ଶୁରାମ ସେଠୀ , ସମ୍ପାଦକ ଡ ଅରବିନ୍ଦ ପାତ୍ର , ଙ୍କ ସହିତ ଡ ଅମୀୟ ତାଲଦି , ଡ ମନୋରଞ୍ଜନ ମାହାର୍ଣା ଉପସ୍ଥିତ ଥିଲେ । ଆସନ୍ତା କାଲି ସଦର ବିଧାୟକ ଙ୍କୁ ଦାବିପତ୍ର ପ୍ରଦାନ କରିବାର ଯୋଜନା ରହିଛି ।
