• About Us
  • Contact Us
Sunday, August 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ହତାଶାକୁ ରାଜଭବନ ଆଡ଼କୁ ନମୁହାନ୍ତୁ: ଧର୍ମେନ୍ଦ୍ର

by Voice of Victims
October 5, 2024
in ମୁଖ୍ୟ ଖବର, ରାଜ୍ୟ
ହତାଶାକୁ ରାଜଭବନ ଆଡ଼କୁ ନମୁହାନ୍ତୁ: ଧର୍ମେନ୍ଦ୍ର

ଭୁବନେଶ୍ୱର: ବିଜେଡିର ରାଜଭବନ ଟାର୍ଗେଟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାଉଣ୍ଟର କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟପାଳଙ୍କ ଅଫିସ ମର୍ଯ୍ୟାଦା ସମ୍ପନ୍ନ କାର୍ଯ୍ୟାଳୟ । ଯେତେବେଳେ କିଛି ଲୋକଙ୍କ ମନ ଭିତରେ ହତାଶଭାବ ଆସେ ସେମାନେ ଏମିତି କହନ୍ତି । ଯେଉଁମାନେ ଅଗଣତାନ୍ତ୍ରିକ, ଯେଉଁମାନେ ପରାଜୟକୁ ସ୍ୱୀକାର କରିପାରନ୍ତି ନାହିଁ ସେମାନେ ଏଭଳି କୁହନ୍ତି । ଓଡ଼ିଶା ଲୋକ ତ ନିଷ୍ପତ୍ତି ନେଲେ, ତାକୁ ମୁଣ୍ଡପାତି ସ୍ୱୀକାର କରନ୍ତୁ । ସରକାରଙ୍କ ଦୋଷତ୍ରୁଟିକୁ ଲୋକଙ୍କ ସାମ୍ନାକୁ ଆଣିବା ତାଙ୍କ ଦାୟିତ୍ୱ । କିନ୍ତୁ ତାଙ୍କ ହତାଶାଭାବକୁ ରାଜଭବନ ଆଡ଼କୁ ନମୁହାନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଅନ୍ୟପକ୍ଷରେ ବିଜେପି ମିଛ କହୁଥିବା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି ।। ସେ କହିଛନ୍ତି ଯେ ରାଜନୀତିରେ ଜୟ ପରାଜୟ ଲାଗି ରହେ । ଜୟରେ ବହୁତ ଉନ୍ମାଦିତ ଏବଂ ପରାଜୟରେ ହତୋତ୍ସାହିତ ହେବାର ଆବଶ୍ୟକତା ନାହିଁ । ପୂର୍ବରୁ ବିଜେପି ବହୁତ ଥର ହାରିଛି, ଦେଶରେ ୨ଟି ଲୋକସଭା ଆସନ ଥିଲା, ଓଡ଼ିଶାରେ କିଛି ଲୋକ ବିଜେପିକୁ ସାଇନ୍ ବୋର୍ଡ ପାର୍ଟି କହୁଥିଲେ । କିନ୍ତୁ ଏବେ ଓଡ଼ିଆ ଲୋକଙ୍କ ଆଶୀର୍ବାଦରେ ସେବା କରିବାର ସୁଯୋଗ ମିଳିଛି । ଲୋକ ମାନେ ଯାହାକୁ ଯେଉଁ ଭୂମିକା ଦେଇଛନ୍ତି, ଯାହାକୁ ସେବା କରିବାର ଭୂମିକା ଦେଇଛନ୍ତି, ସେ ସେବା କରୁ । ଯାହାକୁ ଦାୟିତ୍ଵ ସମ୍ପନ୍ନ ବିରୋଧୀ ଦଳ ଭାବେ ଦାୟିତ୍ଵ ଦେଇଛନ୍ତି, ସେ ତାକୁ ପାଳନ କରନ୍ତୁ । ବାକି ଲୋକ ବିଚାର କରିବେ ।

Post Views: 49
Share198Tweet124Send
Voice of Victims

Voice of Victims

Recent Posts

  • ୭,୪୩୬.୨୨ କୋଟିର ପ୍ୟାକେଜ୍ କୁ ରାଜ୍ୟ କ୍ୟାବିନେଟର ମଞ୍ଜୁରି, ଜନଜାତି, ଚାଷୀ ଓ ସହର ବିକାଶକୁ ପ୍ରାଥମିକତା
  • ହୀରାକୁଦ ଡ୍ୟାମ : ୨୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେବୀ ମନ୍ଦିରରେ କରିବେ ପୂଜାଅର୍ଚ୍ଚନା
  • ରୋଟାରୀ କ୍ଲବ କଟକ କ୍ୟାଣ୍ଟନମେଣ୍ଟ ତରଫରୁ ରିଲିଫ ବଣ୍ଟନ
  • ଦ୍ୱିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ : ଲୋକାର୍ପିତ ହେଲା ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ କୁନି ରିପୋର୍ଟର ଚାନେଲ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In