ଯାଜପୁର : ରୋଟାରୀ କ୍ଲବ କଟକ କ୍ୟାଣ୍ଟନମେଣ୍ଟ ଓ ଜାଗୃତି ଏମ୍ପାପାୱାରମେଣ୍ଟଙ୍କ ମିଳିତ ଆନୁକୂଲ୍ୟରେ ଯାଜପୁର ଜିଲ୍ଲା, ଦଶରଥପୁର ବ୍ଲକ ଅଧୀନସ୍ଥ ତରପଡା ଓ ଡୋଭାବିଲ ଗ୍ରାମରେ ବନ୍ୟା ପ୍ରପୀଡ଼ିତ ଗ୍ରାମବାସୀଙ୍କୁ ରିଲିଫ ସାମଗ୍ରୀ ଏବଂ ବେଡ଼ସିଟ ପ୍ରଦାନ କରାଯାଇଥିଲା।
ଏହି ମିଳିତ ସେବା କାର୍ଯ୍ୟକ୍ରମରେ ରୋଟାରି କ୍ଲବ୍ ସଭାପତି ଜ୍ୟୋତି ରଞ୍ଜନ ଲେଙ୍କା, ଜାଗୃତି ଏମ୍ପପାୱାରମେଣ୍ଟର ସଭାପତି ମୃତୁଞ୍ଜୟ ଜେନା ଏବଂ ବିଶ୍ୱଜିତ ସେନାପତି, ଅନଙ୍ଗ ନାୟକ, ନମିତା ମିଶ୍ର, ରୁପେଶ ଦାସ, ବିଦ୍ୟାସାଗର ଦାସ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ। ସମାଜସେବୀ ଦୀପକ ସାମନ୍ତରାୟ, ରୋହିତ ରାଉତଙ୍କ ଉପସ୍ଥିତରେ ଏହି ରିଲିଫ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା।
