• About Us
  • Contact Us
Tuesday, August 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସୋଆ ବିଶ୍ୱବିଦ୍ୟାଳୟରେ “ବିକଶିତ ଭାରତ ପାଇଁ ନିଶାମୁକ୍ତ ଭାରତ ଅଭିଯାନ” ଆୟୋଜିତ

by Voice of Victims
August 4, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା ଅଭିଯୋଗ
ସୋଆ ବିଶ୍ୱବିଦ୍ୟାଳୟରେ “ବିକଶିତ ଭାରତ ପାଇଁ ନିଶାମୁକ୍ତ ଭାରତ ଅଭିଯାନ” ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟ ଅଡିଟୋରିୟମ୍‌‌ରେ ରବିବାର “ବିକଶିତ ଭାରତ ପାଇଁ ନିଶାମୁକ୍ତ ଭାରତ ଅଭିଯାନ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଯୁବ ସମାଜକୁ ନିଶାଦ୍ରବ୍ୟର କୁପ୍ରଭାବ ସଂପର୍କରେ ସଚେତନ କରିବା ଏବଂ ନିଶାମୁକ୍ତ ଭାରତ ଗଠନରେ ସେମାନଙ୍କର ସକ୍ରିୟ ଭୂମିକାକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ।

ଏହି କାର୍ଯ୍ୟକ୍ରମରେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଭାରତ ସରକାରଙ୍କ ଏନ୍‌‌ଏସ୍‌‌ଏସ୍‌‌ ଆଂଚଳିକ ନିର୍ଦ୍ଦେଶାଳୟର ଯୁବ ଅଧିକାରୀ ଶ୍ରୀ ଏ. ଏସ୍‌. କବୀର ଓ ଶ୍ରୀ ଅଜିତ କୁଶୱାହା ଏବଂ ସୋଆ ବିଶ୍ୱବିଦ୍ୟାଳୟର ଏନ୍‌‌ଏସ୍‌‌ଏସ୍‌‌ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର କମଳ ଲୋଚନ ମହନ୍ତ ଉପସ୍ଥିତ ଥିଲେ ।ନିଜ ଅଭିଭାଷଣରେ ଶ୍ରୀ କବୀର ଏପରି ଏକ ସାମାଜିକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ନିମନ୍ତେ ସୋଆ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିବା ସହିତ ନିଶାମୁକ୍ତ ସମାଜ ଗଠନରେ ଶିକ୍ଷାନୁଷ୍ଠାନ ଓ ଏନ୍‌‌ଏସ୍‌‌ଏସ୍‌‌ ସ୍ୱେଚ୍ଛାସେବୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।

କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀଙ୍କୁ ସମସ୍ତ ପ୍ରକାର ନିଶାଦ୍ରବ୍ୟଠାରୁ ଦୂରେଇ ରହିବାକୁ ଆହ୍ୱାନ ଜଣାଇଥିଲେ ଏବଂ \”ନିଶାମୁକ୍ତ ଭାରତ\” ଶପଥ ପାଠ କରାଇଥିଲେ, ଯେଉଁଥିରେ ସମସ୍ତ ଉପସ୍ଥିତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଶାମୁକ୍ତ ଭାରତ ଗଠନର ସଂକଳ୍ପ ନେଇଥିଲେ ।ଛାତ୍ର କଲ୍ୟାଣ ଡିନ୍ ପ୍ରଫେସର ଦାସ ସମଗ୍ର କାର୍ଯ୍ୟକ୍ରମକୁ ସଂଚାଳନ କରିଥିବାବେଳେ, ଡ଼କ୍ଟର ମହନ୍ତ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ‘ମାଇ ଭାରତ’ ଏନ୍‌‌ଏସ୍‌‌ଏସ୍‌‌ ସ୍ୱେଚ୍ଛାସେବୀମାନଙ୍କୁ ନିଶାମୁକ୍ତ ଭାରତ ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ ଜଣାଇଥିଲେ ।ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସିଧାସଳଖ ସମ୍ବୋଧନ ଶୁଣିଥିଲେ । ନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ଦେଶର ଯୁବଶକ୍ତିଙ୍କୁ ନିଶା ବିରୋଧୀ ଆନ୍ଦୋଳନରେ ଅଗ୍ରଣୀ ଭୂମିକା ନେବାକୁ ଆହ୍ୱାନ ଜଣାଇଥିଲେ ଏବଂ ନିଶାମୁକ୍ତ ଭାରତ ଓ ବିକଶିତ ଭାରତ ଗଠନ ପାଇଁ ସମସ୍ତଙ୍କ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ସୋଆ କ୍ୟାମ୍ପସ-୨ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର, ଡିନ ଓ ୫୫୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଖଣ୍ଡଗିରି ବିଜେପି ମଣ୍ଡଳ ସଭାପତି ଶ୍ରୀମତି ଆରତୀ ଭୂୟାଁ ବିଧାୟକ ଶ୍ରୀ ବାବୁ ସିଂ ଙ୍କ ପ୍ରତିନିଧି ଭାବରେ ଯୋଗ ଦେଇଥଲେ । ସଭାର ଶେଷରେ ଡକ୍ଟର ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ସୃଷ୍ଟି କରିବା ଏବଂ ସମାଜରେ ଏହି ବାର୍ତା ପହଂଚାଇବାର ସଂକଳ୍ପ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା ।

Post Views: 7
Share197Tweet123Send
Voice of Victims

Voice of Victims

Recent Posts

  • ଆଇଟିଇଆରରେ ୧୦ ଦିନିଆ ଏନ୍‌‌ସିସି ସମ୍ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ
  • ସୋଆ ପକ୍ଷରୁ ଚେନ୍ନାଇରେ ‘ଆଲିସିପ୍‌++ ୨.୦’ ଆୟୋଜିତ
  • ସୋଆ ବିଶ୍ୱବିଦ୍ୟାଳୟରେ “ବିକଶିତ ଭାରତ ପାଇଁ ନିଶାମୁକ୍ତ ଭାରତ ଅଭିଯାନ” ଆୟୋଜିତ
  • ବିଭିନ୍ନ ବିଦ୍ୟାଳୟରେ ଅଭିଭାବକ–ଶିକ୍ଷକ ବୈଠକ ଅନୁଷ୍ଠିତ
  • ପତଞ୍ଜଳି ପକ୍ଷରୁ ଜଡ଼ିବୁଟି ଦିବସ ପାଳିତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In