• About Us
  • Contact Us
Thursday, November 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପୋଲିସ୍ ଫୋର୍ସ ଉପରେ ଆତଙ୍କବାଦୀଙ୍କ ଭୟଙ୍କର ଆକ୍ରମଣ, ୧୧ କର୍ମଚାରୀ ମୃତ

by Voice of Victims
November 12, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ପୋଲିସ୍ ଫୋର୍ସ ଉପରେ ଆତଙ୍କବାଦୀଙ୍କ ଭୟଙ୍କର ଆକ୍ରମଣ, ୧୧ କର୍ମଚାରୀ ମୃତ

ପାକିସ୍ତାନ: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର କୋହାଟ ଅଞ୍ଚଳରେ ପୋଲିସ ଟିମ୍ ଉପରେ ଆତଙ୍କବାଦୀ ଭୟଙ୍କର ଆକ୍ରମଣ କରିଛନ୍ତି । ବେଆଇନ ସୁନା ଖଣି ବିରୋଧରେ ଚାଲିଥିବା ଅଭିଯାନ ଶେଷ କରି ଫେରୁଥିବା ପୋଲିସ ଟିମ୍‌କୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଏହି ଆକ୍ରମଣରେ ୧୮ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୧୧ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।

ସୂଚନାନୁଯାୟୀ, ସ୍ଥାନୀୟ ପ୍ରଶାସନ ସହ ମିଶି ପୋଲିସ କୋହାଟ ନିକଟସ୍ଥ ଦରାବୁକାଚ ଅଞ୍ଚଳରେ ଏକ ମିଳିତ ଅଭିଯାନ ଚଳାଇଥିଲା ବୋଲି ଖାଇବର ପଖତୁନଖ୍ୱା ପୋଲିସର ଜନସମ୍ପର୍କ ନିର୍ଦ୍ଦେଶକଙ୍କ ପକ୍ଷରୁ ବିବୃତି ଜାରି ହୋଇଛି । ଅଭିଯାନ ଶେଷ କରି ପୋଲିସ ଟିମ୍ ଫେରୁଥିବା ସମୟରେ ଅପରାଧୀଙ୍କ ପ୍ରୋତ୍ସାହନରେ ଫିତନା-ଅଲ-ଖୱାରିଜ୍ ଗୋଷ୍ଠୀ ପୋଲିସ ଉପରେ ଆକ୍ରମଣ କରିଥିଲେ । ପୋଲିସ କର୍ମଚାରୀମାନେ ସାହସର ସହ ଆକ୍ରମଣକାରୀଙ୍କ ମୁକାବିଲା କରିଥିଲେ । ଏଥିରେ ୧୮ ଜଣ ଆତଙ୍କବାଦୀ ନିହତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ପାକିସ୍ତାନ ସରକାର ନିଷିଦ୍ଧ ଆତଙ୍କବାଦୀ ସଂଗଠନ ତେହରିକ-ଏ-ତାଲିବାନ ପାକିସ୍ତାନ (TTP) ସହ ଜଡ଼ିତ ଆତଙ୍କବାଦୀଙ୍କୁ ‘ଫିତନା-ଅଲ-ଖୱାରିଜ୍’ ବୋଲି ସମ୍ବୋଧନ କରିଥାନ୍ତି । ଏହାରି ମଧ୍ୟରେ ପୋଲିସ ମୁଖପାତ୍ର ମହମ୍ମଦ ନୋମାନ ଜେବଙ୍କ ସୂଚନା ଅନୁଯାୟୀ, କୋହାଟ ଏବଂ କରକ ମଧ୍ୟରେ ଥିବା ଦଡ଼ବୋକାଚ ଜଲନ୍ଧର ବାନ୍ଦା ଅଞ୍ଚଳ ଦେଇ ଯାଉଥିବା ପୋଲିସ ଟିମ୍ ଉପରେ ଆତଙ୍କବାଦୀମାନେ ଅନ୍ଧାଅନ୍ଧି ଗୁଳିଚାଳନା କରିଥିଲେ । ମୃତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଗମ୍ଭଟର ଡିଏସପି ହାଇଦର ଜମାନ ଏବଂ ସବ୍-ଇନ୍ସପେକ୍ଟର ମୁଖତିୟାର ମଧ୍ୟ ରହିଛନ୍ତି । ଆକ୍ରମଣକାରୀମାନେ ପୋଲିସର ୫ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଆକ୍ରମଣ ପରେ ଘଟଣାସ୍ଥଳକୁ ଅତିରିକ୍ତ ପୋଲିସ ଫୋର୍ସକୁ ପଠାଯାଇଥିବାବେଳେ ଜିଲ୍ଲା ମୁଖ୍ୟାଳୟ ଶିକ୍ଷା ହସ୍ପିଟାଲରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଥିଲା ।

ଅନ୍ୟପଟେ ପୋଲିସର କହିବା ଅନୁଯାୟୀ, ଏହି ଘଟଣା ବେଆଇନ ସୁନା ଖଣିରେ ସମ୍ପୃକ୍ତ ଅପରାଧୀ ଏବଂ ଫିତନା-ଅଲ-ଖୱାରିଜ୍ ଆତଙ୍କବାଦୀ ଗୋଷ୍ଠୀ ମଧ୍ୟରେ ଥିବା ସମ୍ପର୍କକୁ ସାମ୍ନାକୁ ଆସିଛି । ଖାଇବର ପଖତୁନଖ୍ୱାର ରାଜ୍ୟପାଳ ଫୈସଲ କରିମ କୁଣ୍ଡି ପୋଲିସ କର୍ମଚାରୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ଘଟଣା ସମ୍ପର୍କରେ ରିପୋର୍ଟ ମାଗିଛନ୍ତି ।

ସୂଚନାଯୋଗ୍ୟ, ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଫର କନଫ୍ଲିକ୍ଟ ଆଣ୍ଡ ସିକ୍ୟୁରିଟି ଷ୍ଟଡିଜ୍ ଅନୁଯାୟୀ, ଖାଇବର ପଖତୁନଖ୍ୱା ପ୍ରଦେଶରେ ସୁରକ୍ଷା ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ରହିଛି । ଅକ୍ଟୋବର ୧୧ରୁ ଉତ୍ତର-ପଶ୍ଚିମ ପାକିସ୍ତାନର ଏହି ପ୍ରଦେଶରେ ରାଜ୍ୟପାଳ ଶାସନ ଏବଂ ଜରୁରୀକାଳୀନ ସ୍ଥିତି ଲାଗୁ ରହିଛି । ଆତଙ୍କବାଦ ବିରୋଧୀ ଲଢ଼େଇରୁ ପିଟିଆଇ ନେତୃତ୍ୱାଧୀନ ପ୍ରାଦେଶିକ ସରକାର ଜାଣିଶୁଣି ଦୂରେଇ ରହୁଥିବା ଅଭିଯୋଗ କରି କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଇଛି ।

Post Views: 8
Share196Tweet123Send
Voice of Victims

Voice of Victims

Recent Posts

  • ଗଞ୍ଜାମ ବନ୍ୟା ପାଇଁ ପୂର୍ବ ସରକାରର ୨୪ ବର୍ଷର ବିଫଳତା ଦାୟୀ: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ  
  • ଆସନ୍ତା ୧୪ରେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପକ୍କା ଘର: ରବି ନାରାୟଣ ନାଏକ
  • କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ; ବରଗଡ଼ ଚିନି କଳ ପୁନରୁଦ୍ଧାର ପାଇଁ କଲେ ଆଲୋଚନା
  • ଚାଷୀଙ୍କ ଆର୍ଥିକ ସୁରକ୍ଷା ଓ ଉଦ୍ୟୋଗୀଙ୍କ ସଶକ୍ତୀକରଣ: କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତିକୁ ଓଡ଼ିଶା ବିଜେପିର ସ୍ୱାଗତ
  • ଭୋରୁ ଭୂକମ୍ପରେ ଦୋହଲିଲା ନେପାଳ, ତୀବ୍ରତା ୪.୯

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In