• About Us
  • Contact Us
Friday, August 14, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଛତିଶଗଡ଼ରେ ପ୍ରଥମ HMPV ରୋଗୀ, ୩ ବର୍ଷର ଶିଶୁ ସଂକ୍ରମିତ, ଆଇସିୟୁରେ ଭର୍ତ୍ତି

by Voice of Victims
January 31, 2025
in ଦେଶ ବିଦେଶ
ଛତିଶଗଡ଼ରେ ପ୍ରଥମ HMPV ରୋଗୀ, ୩ ବର୍ଷର ଶିଶୁ ସଂକ୍ରମିତ, ଆଇସିୟୁରେ ଭର୍ତ୍ତି

ନୂଆଦିଲ୍ଲୀ: ଛତିଶଗଡ଼ରେ ପ୍ରଥମ HMPV ମାମଲା ସାମ୍ନାକୁ ଆସିଛି। କୋରବା ଜିଲ୍ଲାରେ ତିନି ବର୍ଷର ଏକ ଶିଶୁଠାରେ ହ୍ୟୁମାନ ମେଟାନ୍ୟୁମୋଭାଇରସ୍ (HMPV) ଚିହ୍ନଟ ହୋଇଛି । ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ଏହା ହେଉଛି ପ୍ରଥମ ଏଚଏମପିଭି ମାମଲା । ଏ ନେଇ ଏକ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟିମ୍ ସମୟ ସମୟରେ ଏହାର ଯାଞ୍ଚ କରୁଛି। ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ କୋରବା ଜିଲ୍ଲାର ତିନି ବର୍ଷର ଏହି ଶିଶୁ ଜାନୁୟାରୀ ୨୭ରୁ ବିଳାସପୁରର ଏକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛି । ଏଠାରେ ତା’ର ଚିକିତ୍ସା ଚାଲିଛି । ଅଧିକାରୀ କହିଛନ୍ତି ଯେ ଶିଶୁଠାରେ HMPV ନିଶ୍ଚିତ ହେବା ପରେ ବିଳାସପୁର ଓ କୋରବା ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି । ଶିଶୁକୁ ଉନ୍ନତ ଚିକିତ୍ସା ପାଇଁ ରାୟପୁର ଏମ୍ସକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି । ବିଳାସପୁର ଜିଲ୍ଲାର ସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀ ଡା. ପ୍ରମୋଦ ତିୱାରୀ କହିଛନ୍ତି ଯେ ପଡୋଶୀ ଜିଲ୍ଲା କୋରବାର ଜଣେ ବ୍ୟକ୍ତିଙ୍କର ତିନି ବର୍ଷର ପୁଅ ଏହି ଭାଇରସରେ ଆକ୍ରାନ୍ତ ହୋଇଛି । ଶିଶୁଠାରେ ଥଣ୍ଡା, କାଶ ଓ ଜ୍ୱର ଭଳି ଲକ୍ଷଣ ରହିଛି । କିନ୍ତୁ ସ୍ୱାସ୍ଥ୍ୟରେ ସୁଧାର ନ ଆସିବାରୁ ଜାନୁୟାରୀ ୨୭ରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶିଶୁର ନମୁନା ସଂଗ୍ରହ କରାଯାଇ ରାୟପୁର ଏମ୍ସକୁ ପଠାଯାଇଥିଲା । ରିପୋର୍ଟରେ ଶିଶୁଟି HMPVରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସଂକ୍ରମିତ ଶିଶୁକୁ ହସ୍ପିଟାଲରେ ଅନ୍ୟ ରୋଗୀଙ୍କଠାରୁ ଅଲଗା କରି ଆଇସିୟୁରେ ରଖାଯାଇଛି । ସେଠାରେ ସେ ଶିଶୁରୋଗ ବିଶେଷଜ୍ଞ ଡା. ସୁଶୀଲ କୁମାରଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛି । ଚୀନରେ ଏହି ରୋଗ କୋଭିଡ୍-୧୯ ଭଳି ବିସ୍ତାର ହେବାରେ ଲାଗିଛି । ମୁଖ୍ୟତଃ ୨ ବର୍ଷରୁ କମ୍ ବୟସର ଶିଶୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ସଂକ୍ରମିତ ରୋଗୀ କାଶିଲେ କିମ୍ବା ଛିଙ୍କିଲେ HMPV ଅନ୍ୟ ଜଣଙ୍କୁ ବ୍ୟାପିପାରେ । ଜୀବାଣୁ ସଂକ୍ରମିତ ପୃଷ୍ଠକୁ ସ୍ପର୍ଶ କଲେ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି । HMPV ଭାଇରସ୍ ପ୍ରଥମ ଥର ୨୦୦୧ରେ ଚିହ୍ନଟ ହୋଇଥିଲା । ଜଣେ ଡଚ୍ ବିଶେଷଜ୍ଞ ଶ୍ଵାସରୋଗରେ ପୀଡ଼ିତ ଶିଶୁର ନମୁନାରେ ଏହି ଭାଇରସକୁ ଚିହ୍ନଟ କରିଥିଲେ ।

Post Views: 91
Tags: 3-year-old child infectedFirst HMPV patient in Chhattisgarh
Share204Tweet128Send
Voice of Victims

Voice of Victims

Recent Posts

  • ଭାରତରେ ପୁଣି ଭୂକମ୍ପ ଝଟକା, ନାସିକରେ ଦୁଇଥର ଥରିଲା ଭୂମି
  • ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ
  • ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ସବୁ ପାଇଲଟଙ୍କ ହେବ ଟେଷ୍ଟ
  • UPSC ବୈଠକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ
  • ଅବପାତର ରୂପ ନେଲା ଲଘୁଚାପ, ଆଗାମୀ ଦୁଇ ଦିନ ଯାଏ ଅଧା ଓଡ଼ିଶାରେ କଳାହାଣ୍ଡିଆ ମେଘ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In