• About Us
  • Contact Us
Monday, June 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆସାମରେ ବନ୍ୟା ବିତ୍ପାତ, ୨୨ ହଜାର ପ୍ରଭାବିତ, ଅମିତ ଶାହ ଦେଲେ ସହାୟତା କରିବାର ପ୍ରତିଶ୍ରୁତି

by Voice of Victims
June 29, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା ଅଭିଯୋଗ
ଆସାମରେ ବନ୍ୟା ବିତ୍ପାତ, ୨୨ ହଜାର ପ୍ରଭାବିତ, ଅମିତ ଶାହ ଦେଲେ ସହାୟତା କରିବାର ପ୍ରତିଶ୍ରୁତି

ଗୌହ୍ବାଟୀ : ଆସାମରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ହାହାକାର ସ୍ଥିତି ଦେଖାଦେଇଛି । ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଏକ ରେଳ ବ୍ରିଜ କ୍ଷତିଗ୍ରସ୍ତ ଯୋଗୁଁ ଏକ ଅଞ୍ଚଳକୁ ରେଳ ସଂଯୋଗ ଶେଷ ହୋଇଛି । ବନ୍ୟା ଯୋଗୁଁ ୬ଟି ଜିଲ୍ଲାରେ ପ୍ରାୟ ୨୨ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ଏନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କ ସହ କଥା ହୋଇଛନ୍ତି । ବନ୍ୟା ସ୍ଥିତି ସମ୍ପର୍କରେ ପଚାରି ବୁଝିବା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ହିମନ୍ତ ବିଶ୍ବଶର୍ମା ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି, ମୁଁ ମାନନୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧେମାଜି ବନ୍ୟା ସ୍ଥିତି ପଚାରି ବୁଝିଥିବାରୁ ଧନ୍ୟବାଦ ଦେଉଛି । ମୁଁ ତାଙ୍କୁ ଏଠାରେ ଚାଲିଥିବା ଉଦ୍ଧାର ଏବଂ ପୁର୍ନବାସ ଉପାୟ ବିଷୟରେ ସୂଚନା ଦେଇଛି । ଏଭଳି ସ୍ଥିତିରୁ ମୁକୁଳିବା ପାଇଁ ଭାରତ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସହାୟତା ଦେବାକୁ ଭରସା ଦେଇଛନ୍ତି ।

ଆସାମ ଏବଂ ପଡୋଶୀ ଅରୁଣାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଧେମାଜି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଆସାମ ବିପର୍ଯ୍ୟୟ ପ୍ରଶମନ ଅଧିକାରୀଙ୍କ ଦ୍ଵାରା ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଧେମାଜି, ନଲବାଡି, ଡିବ୍ରୁଗଡ଼, ଚିରାଙ୍ଗ, ଲକ୍ଷ୍ମୀପୁର ଓ କୋକରାଝାର ଜିଲ୍ଲାରେ ମୋଟ ୨୨,୧୨୪ ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି । ବନ୍ୟା ପରିସ୍ଥିତି ଯୋଗୁଁ ଲଗାତାର ସ୍ଥିତି ଉପରେ ନଜର ରଖାଯାଇଛି ।

Post Views: 22
Share197Tweet123Send
Voice of Victims

Voice of Victims

Recent Posts

  • ଶେଖ ହସିନା ଫେରିବେ ବାଂଲାଦେଶ! ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଲେ ମନର କଥା
  • ଆସାମରେ ବନ୍ୟା ବିତ୍ପାତ, ୨୨ ହଜାର ପ୍ରଭାବିତ, ଅମିତ ଶାହ ଦେଲେ ସହାୟତା କରିବାର ପ୍ରତିଶ୍ରୁତି
  • ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ
  • ନୟାଗଡ଼ ଜିଲ୍ଲାପାଳଙ୍କ ରଣପୁର ବ୍ଲକରେ ଜନ ଶୁଣାଣି ଶିବିର ଅନୁଷ୍ଠିତ
  • ସେସେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେଲେ ପ୍ରଧାନମନ୍ତ୍ରୀ ମୋଦି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In