• About Us
  • Contact Us
Friday, May 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବଢିଲା ସରକାରୀ ଚାକିରି ଆବେଦନ ସମୟ ସୀମା, ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି

by Voice of Victims
May 29, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ବଢିଲା ସରକାରୀ ଚାକିରି ଆବେଦନ ସମୟ ସୀମା, ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୫ଟି ପ୍ରସ୍ତାବକୁ ମୋହର। ସରକାରୀ ଚାକିରି ପ୍ରବେଶ କ୍ଷେତ୍ରରେ ଆବେଦନ ବୟସ ସୀମା ବୃଦ୍ଧି । ବୟସସୀମା ୩୨ ବର୍ଷ ରୁ ୪୨ ବର୍ଷ କୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ ।  ପୋଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ସେବା କିମ୍ବା ଯେଉଁ ସେବା ଓ ପଦବୀରେ ଶାରୀରିକ ଦକ୍ଷତା ପରୀକ୍ଷା ରହିଥାଏ ତାହାକୁ ବାଦ ଦିଆଯାଇଛି । ଏହା ସହ ଯେଉଁ ପଦବୀ ପାଇଁ ସର୍ବୋଚ୍ଚ ସୀମା ଉଲ୍ଲେଖ କରାଯାଇଥିବ ତା’କୁ ବାଦ ଦିଆଯାଇଛି।

ସେହିଭଳି, ରାଜ୍ୟରେ କୃତ୍ରିମ ବୁଦ୍ଧିମତାକୁ ସମ୍ପୂର୍ଣ୍ଣ ପ୍ରୋତ୍ସାହନ ଦେବାକୁ ଏଆଇ ନୀତିକୁ ଅନୁମୋଦନ ଦିଆଯାଇଛି। ଏହା ଅନୁସାରେ ଏଆଇ ମିଶନ ଓ ଏଆଇ ସେଲ ଆରମ୍ଭ କରାଯିବ। ଏଆଇ କ୍ଷେତ୍ରରେ ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହନ ଦିଆଯିବ।

ତୃତୀୟରେ ଢେଙ୍କାନାଳ ଯୋରନ୍ଦା ସ୍ଥିତ ମହିମା ଗାଦିର ଉନ୍ନତିମୂଳକ କାର୍ଯ୍ୟ ଓ ଶୂନ୍ୟ ମଣ୍ଡପ ନିର୍ମାଣକୁ ଅନୁମୋଦନ ମିଳିଛି । ୩୬ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜଗତସିଂହପୁରରେ JSWର ନିଜସ୍ୱ ଜେଟି ପାଇଁ ଅନୁମତି ମିଳିଛି। ଏଥିପାଇଁ ରାଜ୍ୟ ସରକାର ଓ JSW ମଧ୍ୟରେ ଚୁକ୍ତିନାମାକୁ ଅନୁମୋଦନ କରିଛି କ୍ୟାବିନେଟ। ଏହାଦ୍ବାରା ୩୪୫୦ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଯୁକ୍ତି ମିଳିବ । ସେହିଭଳି ଓଡ଼ିଶା ଚକ୍ଷୁ ସେବା ପାଇଁ ୧୪୧ଟି ନୂଆ ପଦବୀ ସୃଷ୍ଟି ହେବ ଓ ପଦୋନ୍ନତି ଭିତରେ ୨୦୦ଟି ପଦବୀ କରାଯାଇଛି ।

Post Views: 60
Share198Tweet124Send
Voice of Victims

Voice of Victims

Recent Posts

  • ଆଜି ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ
  • କୁମ୍ଭୀରଙ୍କ ପ୍ରଜନନ ଋତୁ, ଆଜିଠୁ ତିନି ମାସ ଯାଏଁ ଭିତରକନିକା ବନ୍ଦ
  • ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ଉପରେ ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ; ମହିଳା ସଶକ୍ତିକରଣ ପାଇଁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ
  • OAS ସ୍ତରରେ ବଡ଼ ଧରଣର ଅଦଳବଦଳ; ୨୯ ଜଣଙ୍କୁ ବଦଳି କଲେ ରାଜ୍ୟ ସରକାର
  • କାଶୀନାଥଙ୍କ ଘରେ ଫୁଟିଲା ଦୁର୍ଲଭ ବ୍ରହ୍ମକମଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In