• About Us
  • Contact Us
Thursday, August 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home କ୍ରୀଡା

ଗୁଜରାଟର ଶୋଚନୀୟ ପରାଜୟ, ପ୍ରଥମ ଦଳ ଭାବେ ଫାଇନାଲରେ RCB

by Voice of Victims
May 27, 2026
in କ୍ରୀଡା, ଦେଶ ବିଦେଶ, ମୁଖ୍ୟ ଖବର
ଗୁଜରାଟର ଶୋଚନୀୟ ପରାଜୟ, ପ୍ରଥମ ଦଳ ଭାବେ ଫାଇନାଲରେ RCB

ଗୁଜରାଟର ଶୋଚନୀୟ ପରାଜୟ । ପ୍ରଥମ ଦଳ ଭାବେ ଫାଇନାଲରେ RCB । ଅଧିନାୟକ ରଜତ ପାଟିଦାରଙ୍କ ଧମାକାଦାର ଇନିଂସ ପରେ ବୋଲରଙ୍କ ଘାତକ ବୋଲିଂ। ପ୍ରଥମ କ୍ଵାଲିଫାୟରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ୯୨ ରନର ବିଶାଳ ବ୍ୟବଧାନରେ ଗୁଜରାଟ ଟାଇଟନ୍ସକୁ ହରାଇଛି । ଏହାସହ ଡିଫେଣ୍ଡିଂ ଚାମ୍ପିଅନ ଆରସିବି ଚତୁର୍ଥ ଥର ଫାଇନାଲରେ ପହଞ୍ଚିଛି। ଧର୍ମଶାଳାରେ ଖେଳା ଯାଇଥିବା ଏକତରଫା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ରଜତ ପାଟିଦାରଙ୍କ ୯୩ ରନର ଇନିଂସ ଏବଂ ବ୍ୟାଟରଙ୍କ ଉପଯୋଗୀ ରନ ବଳରେ ୫ ଓ୍ଵିକେଟ୍ ହରାଇ ୨୫୪ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଗୁଜରାଟ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୬୨ ରନ କରି ପାରିଛି ।

ରାହୁଲ ତେଓ୍ଵତିଆ(୬୮ ରନ)ଙ୍କୁ ବାଦ୍ ଦେଲେ ବାକି ବ୍ୟାଟର ନିରାଶ କରିଥିଲେ। ୨୫୫ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଗୁଜରାଟ ଟାଇଟନ୍ସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଜୋସ ବଟଲର ବିସ୍ଫୋରକ ବ୍ୟାଟିଂ କରି ୧୧ ବଲରୁ ୨୯ ରନ କରିଥିଲେ ହେଁ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ରାହୁଲ ତେଓ୍ଵତିଆ ଶେଷ ଆଡ଼କୁ ଅର୍ଦ୍ଧଶତକୀୟ ଇନିଂସ ଖେଳି ଗୁଜରାଟର ସମ୍ମାନ ରଖିଛନ୍ତି। ସେ ୬୮ ରନ କରି ଆଉଟ୍ ହୋଇଥିଲେ। ବୋଲିଂରେ ଆରସିବି ପକ୍ଷରୁ ଜାବକ ଡଫି ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଭୁବନେଶ୍ଵର କୁମାର, ରଶିଖ ସଲାମ ଡାର ଓ କୃଣାଲ ପାଣ୍ଡ୍ୟା ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳ ବିଜୟରେ ଯୋଗଦାନ ଦେଇଛନ୍ତି।

Post Views: 173
Share201Tweet126Send
Voice of Victims

Voice of Victims

Recent Posts

  • ସ୍ମୃତି, ସମ୍ମାନ ଓ ସ୍ୱାଗତର ମିଳନ: ରାଜସୁନାଖଳା ଡାଏଟରେ ଆୟୋଜିତ ସମ୍ବର୍ଦ୍ଧନା ସଭା
  • ରଣପୁରରେ ୮୦ତମ ସ୍ୱାଧୀନତା ଦିବସ ପାଇଁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
  • ପୁରୀ ମୁନିସିପାଲିଟି ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ସତର୍କତା: ଗୋଟିଏ ଦିନ ପାଇଁ କଡା ନିର୍ଦ୍ଦେଶ ଜାରି କଲେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ
  • ମହିଳାଙ୍କୁ ମିଳିବ ସୁନା କଏନ, ପିଲାଙ୍କୁ ମିଳିବ ୫ ଲକ୍ଷର AI ସ୍କିଲ୍ ଟ୍ରେନିଂ
  • ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ବିରୁଦ୍ଧରେ ବାଚସ୍ପତିଙ୍କୁ ଚିଠି ଲେଖିଲେ କଟକ ବିଧାୟକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In