• About Us
  • Contact Us
Tuesday, May 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭେନେଜୁଏଲା ରାଷ୍ଟ୍ରପତି ଭବନ ନିକଟରେ ଆଖିବୁଜା ଗୁଳିମାଡ଼, ନାହିଁ ଆମେରିକାର ସମ୍ପୃକ୍ତି

by Voice of Victims
January 6, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଭେନେଜୁଏଲା ରାଷ୍ଟ୍ରପତି ଭବନ ନିକଟରେ ଆଖିବୁଜା ଗୁଳିମାଡ଼, ନାହିଁ ଆମେରିକାର ସମ୍ପୃକ୍ତି

ଭେନେଜୁଏଲା : ଭେନେଜୁଏଲା ରାଜଧାନୀ କାରାକାସରେ ପୁଣି ଗୁଳିମାଡ଼ । କାରାକାସରେ ରାଷ୍ଟ୍ରପତି ଭବନ ନିକଟରେ ଆଖିବୁଜା ଗୁଳିମାଡ଼ ହୋଇଛି । ଘଟଣା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ରାଷ୍ଟ୍ରପତିଙ୍କ ଗିରଫଦାରୀ ପରେ ରାଷ୍ଟ୍ରପତି ଭବନ ଏବଂ ଆଖପାଖ ଅଞ୍ଚଳରେ ଗୁଳିମାଡ଼ ହୋଇଥିବା ଜଣାପଡିଛି । ଭେନେଜୁଏଲାର ରାଜଧାନୀ କାରାକାସରେ ଏକ ସନ୍ଦେହୀ ଡ୍ରୋନ୍ ଦେଖିବାକୁ ମିଳିଥିଲା । ତେବେ ରାଷ୍ଟ୍ରପତି ଭବନ ନିକଟରେ ଉଡୁଥିବା ସେହି ଡ୍ରୋନକୁ ମାରି ଖସାଇଛି ଭେନେଜୁଏଲା ସେନା । ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ।

ରାଷ୍ଟ୍ରପତି ଗିରଫ ହେବା ପରେ ସଶସ୍ତ୍ର ଯାନ ଓ ସାମରିକ କର୍ମଚାରୀମାନେ ରାଷ୍ଟ୍ରପତି ଭବନକୁ ଘେରି ରହିଛନ୍ତି । ତେବେ ସରକାର ପରିସରରେ ଡ୍ରୋନ୍ର ଉପସ୍ଥିତିକୁ ତୀବ୍ର ନିନ୍ଦା କରିଛନ୍ତି । କେନ୍ଦ୍ରୀୟ କାରାକାସର ମିରାଫ୍ଲୋରେସ୍ ପ୍ୟାଲେସ୍ ଉପରେ ଅଜ୍ଞାତ ଡ୍ରୋନ୍ ଉଡ଼ୁଥିବାର ଦେଖାଯାଇଥିଲା । ରାଷ୍ଟ୍ରପତି ଭବନ ଚାରିପାଖରେ ଥିବା ଅଞ୍ଚଳ ସମେତ କାରାକାସର ଅନେକ ଅଞ୍ଚଳରେ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ପ୍ରବଳ ଗୁଳିକାଣ୍ଡ ଶୁଣାଯାଇଥିଲା ।

ଆମେରିକା ଶନିବାର ଭେନେଜୁଏଲା ଉପରେ ଆକ୍ରମଣ କରିଥିଲା, ପଦଚ୍ୟୁତ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରିଥିଲା । ଭେନେଜୁଏଲା ଉପରେ ଗୁଳିମାଡ଼ ପରେ ଆମେରିକା ଏକ ବିବୃତ୍ତି ଜାରି କରିଛି । ହ୍ୱାଇଟ୍ ହାଉସ କହିଛି ଯେ, ଭେନେଜୁଏଲାରେ ଗୁଳିକାଣ୍ଡରେ ଆମେରିକା ସମ୍ପୃକ୍ତ ନାହିଁ । ହ୍ୱାଇଟ୍ ହାଉସ କହିଛି ଯେ, ଭେନେଜୁଏଲା ରାଷ୍ଟ୍ରପତି ଭବନ ନିକଟରେ ଗୁଳିକାଣ୍ଡ ଏବଂ ଡ୍ରୋନ୍ ଦେଖାଯାଇଥିଲା, କିନ୍ତୁ ଏହି ଘଟଣାରେ ଆମେରିକାର କୌଣସି ଭୂମିକା ନାହିଁ ।

Post Views: 43
Share199Tweet125Send
Voice of Victims

Voice of Victims

Recent Posts

  • ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା
  • ମୌସୁମୀ ପାଇଁ ପାଗ ଅନୁକୂଳ, ସପ୍ତାହ ଶେଷ ସୁଦ୍ଧା ଛୁଇଁବ ଦକ୍ଷିଣ ବଙ୍ଗୋପସାଗର
  • ଓଡ଼ିଶା ଆସିବେ ନୀତିନ ନବୀନ
  • ବାଲିଅନ୍ତା ହତ୍ୟା ମାମଲାରେ ଆଉ ଜଣେ ଗିରଫ, ୧୨ରେ ପହଞ୍ଚିଲା ଗିରଫଦାରୀ
  • NEET (UG) ୨୦୨୬ ପରୀକ୍ଷା ବାତିଲ, ଆଉ ଥରେ ହେବ ପରୀକ୍ଷା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In