• About Us
  • Contact Us
Thursday, August 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ହରିୟାଣା ଏକଜିଟ୍‌ ପୋଲ୍‌: ବିଜେପିକୁ ଜବରଦସ୍ତ ଝଟ୍‌କା

by Voice of Victims
October 5, 2024
in ଦେଶ ବିଦେଶ, ମୁଖ୍ୟ ଖବର
ହରିୟାଣା ଏକଜିଟ୍‌ ପୋଲ୍‌: ବିଜେପିକୁ ଜବରଦସ୍ତ ଝଟ୍‌କା

ନୂଆଦିଲ୍ଲୀ: ଆସିଛି ଭୋଟ ବାହୁଡା ମତ। ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଭୋଟିଂ ସରିବା ପରେ ପ୍ରକାଶ ପାଇଛି ଏକଜିଟ୍‌ ପୋଲ୍‌। ହରିୟାଣା ବିଧାନସଭାର ୯୦ଟି ଆସନ ପାଇଁ ଭୋଟ ଶେଷ ହେବା ପରେ ସମସ୍ତଙ୍କ ଅପେକ୍ଷା ଅକ୍ଟୋବର ୮କୁ। କାରଣ ସେହିଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ ଆସିଛି ଏକଜିଟ ପୋଲ ରେଜଲ୍ଟ। ତେବେ ଆସନ୍ତୁ ଜାଣିବା ବିଭିନ୍ନ ଏକଜିଟ୍‌ ପୋଲ୍‌ ଏଜେନ୍ସି ଅନୁସାରେ ହରିୟାଣାରେ କିଏ ସରକାର ଗଢିବାକୁ ଯାଉଛି। ୨୦୧୪ ଓ ୨୦୧୯ରେ ହରିୟାଣାରେ କ୍ଷମତା ଦଖଲ କରିଥିବା ବିଜେପିକୁ ଏକଜିଟ ପୋଲ ଫଳାଫଳ ଝଟକା ଦେଇଛି। ହ୍ୟାଟ୍ରିକ ବିଜୟ ପାଇଁ ଲକ୍ଷ୍ୟ ରଖିଥିବା ଭାଜପାକୁ ହରିୟାଣାରେ ପରାଜୟର ସାମ୍ନା କରିବାକୁ ପଡ଼ିପାରେ।ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟରେ କଂଗ୍ରେସ ୧୦ ବର୍ଷ ପରେ ହରିୟାଣାରେ କ୍ଷମତାକୁ ଆସୁଥିବା ଦର୍ଶାଯାଇଛି । ଦୈନିକ ଭାସ୍କର ଏକଜିଟ ପୋଲ୍‌ ଅନୁସାରେ ହରିୟାଣାରେ କଂଗ୍ରେସ ସରକାର ଗଢିବାକୁ ଯାଉଛି। ବିଧାନସଭା ୯୦ ଆସନ ମଧ୍ୟରୁ କଂଗ୍ରେସକୁ ୪୪-୫୪ ସିଟ୍‌ ମିଳିପାରେ। ସେହିପରି ବିଜେପିକୁ ୧୫-୨୯ ଆସନ ମିଳିପାରେ ବୋଲି ଆକଳନ ହୋଇଛି। ସେହିପରି ମ୍ୟାଟ୍ରିଜ ଅନୁସାରେ କଂଗ୍ରେସକୁ ୫୫-୬୨ ସିଟ୍‌ ମିଳିପାରେ। ବିଜେପିକୁ ମାତ୍ର ୧୮-୨୪ ଆସନ ମିଳିପାରେ। ପ୍ରତି ନିର୍ବାଚନରେ କିଙ୍ଗ୍‌ ମେକର୍‌ ସାଜିଥିବା ଜେଜେପି ୦-୩ ଆସନ ପାଇପାରେ ବୋଲି କୁହାଯାଇଛି। ସେହିପରି ପିପୁଲ ପ୍ଲସ ଅନୁସାରେ କଂଗ୍ରେସକୁ ୪୯-୬୧ ଆସନ ମିଳିପାରେ। ବିଜେପିକୁ ୨୦-୩୨ ଆସନ ମିଳିପାରେ।

Post Views: 48
Share199Tweet124Send
Voice of Victims

Voice of Victims

Recent Posts

  • ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉନ୍ନତିକରଣ ଲାଗି ୩.୧୦ କୋଟି ଯୋଗାଇ ଦେଲେ ଅଶ୍ୱିନୀ ବୈଷ୍ଣବ
  • ଦିଲ୍ଲୀରେ ଖୁବ୍ ଶୀଘ୍ର ‘ଜନ୍ତର ମନ୍ତର ସିଜିନ୍ ୨’!
  • ରେମୁଣାରେ “ତ୍ରୀରଙ୍ଗା ପଦଯାତ୍ରା” ଅନୁଷ୍ଠିତ
  • ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଏନ୍. ଚନ୍ଦ୍ରଶେଖର, ୨୦୨୭ ରେ ସରିବ କାର୍ଯ୍ୟକାଳ
  • “ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେବି”: ବିରୋଧୀଙ୍କ ହଟ୍ଟଗୋଳ ଉପରେ ଅମିତ ଶାହଙ୍କ ପ୍ରଥମ ପ୍ରତିକ୍ରିୟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In