• About Us
  • Contact Us
Thursday, August 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସରିଲା ଐତିହାସିକ କଟକ ବାଲିଯାତ୍ରା: ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମ ବେଳେ ଅବ୍ୟବସ୍ଥା, ୫ ଜଣ ଆହତ

by Voice of Victims
November 14, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସରିଲା ଐତିହାସିକ କଟକ ବାଲିଯାତ୍ରା: ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମ ବେଳେ ଅବ୍ୟବସ୍ଥା, ୫ ଜଣ ଆହତ

କଟକ : ଅଘଟଣରେ ସରିଲା ଐତିହାସିକ କଟକ ବାଲିଯାତ୍ରା । ସମାପନୀ ଉତ୍ସବରେ ବଲିଉଡ୍ ପ୍ରଚ୍ଛଦପଟ୍ଟ ଗାୟିକା ଶ୍ରେୟା ଘୋଷାଲଙ୍କ ବୈଷ୍ଣବ ପାଣି ମଞ୍ଚରେ ଥିବା ଲାଇଭ୍ କାର୍ଯ୍ୟକ୍ରମ ଅବ୍ୟବସ୍ଥାରେ ପରିଣତ ହୋଇଥିଲା । ନାହିଁ ନଥିବା ଭିଡ଼ରୁ ଠେଲାପେଲା ଦଳଚକଟା ଭଳି ସ୍ଥିତି ଉପୁଜିଥିଲା । ବ୍ୟାରିକେଡ଼ ନିକଟରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଫଳରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଦଳାଚକଟା ଭଳି ପରିସ୍ଥିତି ଯୋଗୁଁ ୫ ଜଣ ଆହତ ହୋଇଥିଲେ। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସକୁ କିଛି ସ୍ଥାନରେ ବଳ ପ୍ରୟୋଗ କରିବାକୁ ପଡିଥିଲା । ଦୁଇଟି ଜାଗାରେ ଲୋକେ ବ୍ୟାରିକେଡ଼ ଭାଙ୍ଗି ଦେଇଥିଲେ । ସମସ୍ତେ ମଞ୍ଚର ନିକଟତର ହେବା ପାଇଁ ଚେଷ୍ଟା କରିଥିଲେ । ଭିଡ଼ ଭିତରେ ଠେଲାପେଲା ପାଇଁ ୩ ଜଣ ଅଚେତ୍ ହୋଇ ପଡିଥିଲେ । ସେମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।

ଭିଡ ବହୁତ ଅଧିକ ହେବାରୁ ସାମାନ୍ୟ ଅସୁବିଧା ହୋଇଥିବା ପୋଲିସ କମିଶନର କହିଛନ୍ତି । ତେବେ ସାଧାରଣ ଲୋକ ଏହି ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଭବିଷ୍ୟତରେ ଏପରି ଅଧିକ ଭିଡ଼ ହେଉଥିବା ଉତ୍ସବରେ ଅଘଟଣର ପୁନରାବୃତ୍ତିକୁ ରୋକିବା ପାଇଁ କର୍ତ୍ତୃପକ୍ଷ CCTV ଫୁଟେଜ୍ ସମୀକ୍ଷା କରୁଛନ୍ତି । ବାଲିଯାତ୍ରା ଅନ୍ତିମ ସଂଧ୍ୟାରେ ୨୦୨୫ରେ ପୁରୀ ରଥଯାତ୍ରା ଅଘଟଣ ଭଳି ଦଳାଚକଟା ସ୍ଥିତି ଉତ୍ପନ୍ନ ହୋଇଥିଲା ।

Post Views: 76
Share198Tweet124Send
Voice of Victims

Voice of Victims

Recent Posts

  • ଦେଶପ୍ରେମ ଏବଂ ପରିବେଶର ବାର୍ତ୍ତା ନେଇ ମହିଳା ମୋର୍ଚ୍ଚା ର ତ୍ରୀରଙ୍ଗା ଶୋଭାଯାତ୍ରା
  • ପୂରା ଓଡ଼ିଶାକୁ ବଡ଼ ଆଲର୍ଟ, ଆଜି ଅବପାତ, ପ୍ରବଳ ବର୍ଷିବ
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉନ୍ନତିକରଣ ଲାଗି ୩.୧୦ କୋଟି ଯୋଗାଇ ଦେଲେ ଅଶ୍ୱିନୀ ବୈଷ୍ଣବ
  • ଦିଲ୍ଲୀରେ ଖୁବ୍ ଶୀଘ୍ର ‘ଜନ୍ତର ମନ୍ତର ସିଜିନ୍ ୨’!

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In