• About Us
  • Contact Us
Tuesday, September 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମିଆଁମାରରେ ଭୟଙ୍କର ଏୟାରଷ୍ଟ୍ରାଇକ୍, ଚାଲିଗଲା ୪୯ ଜୀବନ

by Voice of Victims
September 29, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା ଅଭିଯୋଗ
ମିଆଁମାରରେ ଭୟଙ୍କର ଏୟାରଷ୍ଟ୍ରାଇକ୍, ଚାଲିଗଲା ୪୯ ଜୀବନ

ମିଆଁମାର: ମିଆଁମାରରେ ଭୟଙ୍କର ଏୟାରଷ୍ଟ୍ରାଇକ୍ । ବଜାର ନିକଟରେ ମିଆଁମାର ସେନାର ହାଇଆକ୍ରମଣରେ ଚାଲିଗଲା ୪୯ ଜଣଙ୍କ ଜୀବନ । ଆଉ ୫୮ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ବଜାରରେ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀ, କ୍ରେତା ଓ ପଥଚାରୀ ଥିବା ସୂଚନା ମିଳିଛି । ମିଆଁମାରର ପଶ୍ଚିମ ରଖାଇନ୍ ରାଜ୍ୟର କ୍ୟାଉକ୍ତାଉ ଟାଉନସିପରେ ସୋମବାର ଏହି ଆକ୍ରମଣ ହୋଇଥିଲା । ଏହି ଅଞ୍ଚଳ ଉପରେ ଶକ୍ତିଶାଳୀ ଜାତିଗତ ସଶସ୍ତ୍ର ଗୋଷ୍ଠୀ ‘ଆରାକାନ୍ ଆର୍ମି’ର ନିୟନ୍ତ୍ରଣ ରହିଛି । ଆରାକାନ୍ ଆର୍ମିର ଦାବି ଅନୁସାରେ, ଅପରାହ୍ଣ ସମୟରେ ଏକ ଯୁଦ୍ଧବିମାନ ବଜାର ନିକଟରେ ଦୁଇଟି ବୋମା ପକାଇଥିଲା ।

ଏଥିରେ ୪୯ ଜଣଙ୍କ ମୃତ୍ୟୁ ସହ ୫୮ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଛି । ତେବେ ଏହି ଦାବିଗୁଡ଼ିକର ସ୍ୱାଧୀନ ଭାବେ ସତ୍ୟତା ଯାଞ୍ଚ କରାଯାଇପାରିନାହିଁ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ, ଜଣେ ବରିଷ୍ଠ ଉଦ୍ଧାରକାରୀ ଅଧିକାରୀ ମୃତାହତଙ୍କ ସଂଖ୍ୟା ନିଶ୍ଚିତ କରିଛନ୍ତି । ଏହି ବଜାରଟି ଅଞ୍ଚଳର ଏକ ପ୍ରମୁଖ ପାଇକାରୀ ବଜାର ଥିଲା ।

ଏଠାକୁ ରଖାଇନର ବିଭିନ୍ନ ସ୍ଥାନରୁ ବ୍ୟବସାୟୀ ଓ କ୍ରେତା ଆସୁଥିଲେ ।  ଏହି ଆକ୍ରମଣ ପରେ ଆରାକାନ୍ ଆର୍ମି ପକ୍ଷରୁ ପ୍ରତିଆକ୍ରମଣର ଚେତାବନୀ ମଧ୍ୟ ଦିଆଯାଇଛି । ତେବେ ଏହି ଘଟଣା ମିଆଁମାରରେ ଚାଲିଥିବା ଦୀର୍ଘଦିନର ସଂଘର୍ଷକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି । ୨୦୨୧ ଫେବ୍ରୁଆରୀ ୧ରେ ମିଆଁମାର ସେନା ଆଙ୍ଗ ସାନ୍ ସୁ କିଙ୍କ ନିର୍ବାଚିତ ସରକାରଠାରୁ କ୍ଷମତା ଛଡ଼ାଇ ନେବା ପରଠାରୁ ଦେଶରେ ରାଜନୈତିକ ଅସ୍ଥିରତା ଓ ସଶସ୍ତ୍ର ସଂଘର୍ଷ ଜାରି ରହିଛି ।

Post Views: 21
Share198Tweet124Send
Voice of Victims

Voice of Victims

Recent Posts

  • ନୟାଗଡ଼ରେ ସଂସ୍କାର ଭାରତୀର ଜିଲ୍ଲା ସଂଗଠନ ବୈଠକ
  • ମିଆଁମାରରେ ଭୟଙ୍କର ଏୟାରଷ୍ଟ୍ରାଇକ୍, ଚାଲିଗଲା ୪୯ ଜୀବନ
  • ଷଷ୍ଠ ଶ୍ରେଣୀରେ ଲାଗୁ ହେବନି ତ୍ରିଭାଷୀ ନୀତି : ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
  • ମହାନଦୀରେ ବଢ଼ୁଛି ବନ୍ୟାଜଳ : ତଳମୁଣ୍ଡ ପାଇଁ ବିପଦ, ହୀରାକୁଦର ୩୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ
  • ଅନୁଗୋଳ ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In