• About Us
  • Contact Us
Saturday, June 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଓଡ଼ିଶା କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୬୪ ସ୍ଥାନର ଇଂରାଜୀ ନାମରେ ହେବ ସଂଶୋଧନ

by Voice of Victims
June 13, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା ଅଭିଯୋଗ
ଦୁଇ ପ୍ରସ୍ତାବରେକ୍ୟାବିନେଟ୍ ମୋହର: ସଂଶୋଧନ ହେବ ଓଡ଼ିଶା ଶିଳ୍ପ ନୀତି, ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ

ଭୁବନେଶ୍ବର: ୬୪ ସ୍ଥାନର ଇଂରାଜୀ ନାମରେ ହେବ ସଂଶୋଧନ। ଓଡ଼ିଶା କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ରାଜ୍ୟର ୨୬ଟି ଜିଲ୍ଲାରେ ଥିବା ୬୪ଟି ସ୍ଥାନର ବିକୃତ ଇଂରାଜୀ ବନାନକୁ ସଂଶୋଧନ କରି ମୂଳ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ପରିବର୍ତ୍ତନ କରିବାକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି । ସରକାରୀ ଦସ୍ତାବିଜରେ ଥିବା ଔପନିବେଶିକ ସମୟର ଭୁଲ୍ ନାମଗୁଡ଼ିକୁ ହଟାଇ ପ୍ରକୃତ ଓଡ଼ିଆ ନାମ ପ୍ରଚଳନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହି ନିଷ୍ପତ୍ତି ପରେ ଏଣିକି ସରକାରୀ ସ୍ତରରେ “Aul” କୁ “ଆଳି” ଏବଂ “Balasore” କୁ “ବାଲେଶ୍ୱର” ଭାବେ ଲେଖାଯିବ । ଇଂରାଜୀ ରେକର୍ଡରେ ଥିବା ଏହି ବିକୃତ ନାମଗୁଡ଼ିକ ଓଡ଼ିଆ ଅସ୍ମିତା ସହ ମେଳ ଖାଉନଥିଲା ।

ଜିଲ୍ଲାପାଳ, ଜନପ୍ରତିନିଧି ଏବଂ ଜନସାଧାରଣଙ୍କ ଠାରୁ ମିଳିଥିବା ପ୍ରସ୍ତାବ ଆଧାରରେ ଏକ ବିଶେଷ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ଡକ୍ଟର ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ଏହି ପ୍ରସ୍ତାବଗୁଡ଼ିକୁ ଅନୁଧ୍ୟାନ କରିଥିଲେ । ଏହା ଉପରେ ମାସେ କାଳ ଜନସାଧାରଣଙ୍କ ମତାମତ ନିଆଯିବା ପରେ ନାମଗୁଡ଼ିକୁ ଚୂଡ଼ାନ୍ତ କରାଯାଇଛି । ରାଜ୍ୟ ସରକାର ଏନେଇ ଖୁବ୍ ଶୀଘ୍ର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିବେ । ଏହା ସହ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ସର୍ଭେ ଅଫ୍ ଇଣ୍ଡିଆ, ଭାରତୀୟ ରେଳବାଇ, ଡାକ ବିଭାଗ ଏବଂ ଜନଗଣନା କମିଶନଙ୍କ ଭଳି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ସେମାନଙ୍କ ରେକର୍ଡରେ ଏହି ସଂଶୋଧନ କରିବା ପାଇଁ ଅନୁରୋଧ କରାଯିବ ।

ସେହିପରି କ୍ୟାବିନେଟ୍ ବୈଠକରେ ‘ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି, ୧୯୫୯’ରେ ସଂଶୋଧନ କରାଯାଇଛି । ଏଣିକି ସରକାରୀ କର୍ମଚାରୀମାନେ ସେମାନଙ୍କର ବାର୍ଷିକ ସମ୍ପତ୍ତି ତାଲିକା ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ କରିବା ବାଧ୍ୟତାମୂଳକ । ବର୍ତ୍ତମାନର ନିୟମ ଅନୁସାରେ ପ୍ରତିବର୍ଷ ଜାନୁଆରୀ ୩୧ ସୁଦ୍ଧା HRMS ପୋର୍ଟାଲ୍ ଜରିଆରେ ସମ୍ପତ୍ତି ତାଲିକା ଦେବାର ନିୟମ ଥିଲେ ମଧ୍ୟ ଅନେକ କର୍ମଚାରୀ ଏଥିରେ ଅବହେଳା କରୁଥିଲେ ।

ନୂଆ ସଂଶୋଧନ ଅନୁଯାୟୀ, ସମୟସୀମା ମଧ୍ୟରେ ତାଲିକା ଦାଖଲ ନକଲେ କିମ୍ବା ବିଳମ୍ବ କଲେ OCS (CC&A) ରୁଲ୍ସ, ୧୯୬୨ର ଧାରା ୧୬ ଅନୁଯାୟୀ ବିଭାଗୀୟ ଦଣ୍ଡବିଧାନ କରାଯିବ । ଯଦି କେହି ଭୁଲ୍ କିମ୍ବା ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରନ୍ତି ତେବେ ଧାରା ୧୫ ଅନୁଯାୟୀ ସେମାନଙ୍କ ବିରୋଧରେ ଗୁରୁତର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

Post Views: 15
Share198Tweet124Send
Voice of Victims

Voice of Victims

Recent Posts

  • ଦାରିଦ୍ର୍ୟର ଦ୍ବାର ଦେଶରେ ପାକିସ୍ତାନ, ଦାରିଦ୍ର୍ୟ ପାଇଁ ଭାଙ୍ଗିଲା ସମସ୍ତ ରେକର୍ଡ
  • ଅଡ଼ୁଆରେ ମମତା, ଭଣଜା ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଲା ପୋଲିସ
  • ଏକା ସାଙ୍ଗରେ ମିଳିବ ୩ ମାସର ଭତ୍ତା, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
  • ଓଡ଼ିଶା କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୬୪ ସ୍ଥାନର ଇଂରାଜୀ ନାମରେ ହେବ ସଂଶୋଧନ
  • ପାମ୍ପଡ଼ା ବିଦ୍ୟାଳୟରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ ପାଳିତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In