ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି କାର୍ଯ୍ୟକୁ ଅବଧି ସମୟ ଭିତରେ କାର୍ଯକାରୀ କରି ନଥିବା ଅଭିଯୋଗରେ କଟକ ଜିଲ୍ଲାର 91 ଜଣ ସରକାରୀ ଅଧିକାରୀଙ୍କ ନଭେମ୍ବରର ମାସ ଦରମା ବନ୍ଦ୍ ପାଇଁ ନିର୍ଦ୍ଦେଶ ଦେଇଥିଲା କଟକ ଜିଲ୍ଲା ପ୍ରଶାସନ । ଗଣମାଧ୍ୟମରେ ଖବର ପ୍ରସାରିତ ମଧ୍ୟ ହୋଇଥିଲା । ମାତ୍ର ୧୨ ଘଣ୍ଟା ଭିତରେ ନିର୍ଦେଶନାମା ସଂଶୋଧିତ ହେଲା ।
୯୧ ବଦଳରେ ୩୬ ଜଣ ଅଧିକାରୀଙ୍କ ଦରମା ବନ୍ଦ ହୋଇଥିବାର ସୂଚନା ଦିଆଗଲା । ଏବଂ ସଂଶୋଧିତ ତାଲିକାରୁ ବାଦ ପଡିଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ । ତେବେ ଜିଲ୍ଲା ପ୍ରଶାସନ କହିବା ମୁତାବକ ୩୬ ଜଣ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ଅଭିଯୋଗ ଗୁଡ଼ିକର ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସମାଧାନ କରିନାହାଁନ୍ତି । ଯେଉଁ କାରଣରୁ ସେମାନଙ୍କ ଦରମା ବନ୍ଦ କରାଯାଇଛି । ତେବେ ଗତକାଲି ପ୍ରକାଶିତ ବିଜ୍ଞପ୍ତି ମୁତାବକ କଟକ ଗ୍ରାମାଞ୍ଚଳ ଏସ ପି, ସିଏମସି କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ୯୧ ଜଣ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ ହୋଇଥିଲା ।
