• About Us
  • Contact Us
Monday, August 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କାବୁଲରେ ଦୂତାବାସ ଖୋଲିବ ଭାରତ, ତାଲିବାନୀ ବିଦେଶ ମନ୍ତ୍ରୀଙ୍କ ସହିତ ବୈଠକ ପରେ ଜୟଶଙ୍କର ଘୋଷଣା

by Voice of Victims
October 10, 2025
in ଦେଶ ବିଦେଶ, ମୁଖ୍ୟ ଖବର
କାବୁଲରେ ଦୂତାବାସ ଖୋଲିବ ଭାରତ, ତାଲିବାନୀ ବିଦେଶ ମନ୍ତ୍ରୀଙ୍କ ସହିତ ବୈଠକ ପରେ ଜୟଶଙ୍କର ଘୋଷଣା

ନୂଆଦିଲ୍ଲୀ : ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଅମିର ଖାନ ମୁତାକି ଭାରତ ଗସ୍ତରେ ରହିଛନ୍ତି । ଏହି ଗସ୍ତରେ ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହିତ ବୈଠକ କରିଛନ୍ତି । ଏହି ବୈଠକ ଆଫଗାନିସ୍ତାନରେ ଅଶରଫ ଗନି ସରକାର ପତ୍ତନର ୪ ବର୍ଷ ପରେ ହୋଇଛି । ଦୀର୍ଘ ୪ ବର୍ଷ ପରେ ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୁଣି ଦୂତାବାସ ଖୋଲିବ ଭାରତ । ଏହାଦ୍ବାରା ଭାରତ-ଆଫଗାନିସ୍ତାନ ସମ୍ବନ୍ଧ ବୃଦ୍ଧି ହେବ ।

ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଅମିର ଖାନ ମୁତାକିଙ୍କ ସହ ବୈଠକ ପରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଏହି ଘୋଷଣା କରିଛନ୍ତି । ମୁତାକିଙ୍କ ସହ ବୈଠକ ପରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଭାରତ ସବୁବେଳେ ଆଫଗାନିସ୍ତାନକୁ ସହଯୋଗ କରିଛି । ଆଫଗାନ ଆମ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଆତଙ୍କବାଦ ବିରୋଧୀ ଲଢେଇରେ ଆଫଗାନ ସବୁବେଳେ ଆମ ସହ ରହିଛି । ପହଲଗାମ ଆକ୍ରମଣର ନିନ୍ଦା ମଧ୍ୟ କରିଥିବା କହିଛନ୍ତି ଜୟଶଙ୍କର ।

ଏବେ ଋଷିଆ ଓ ପାକିସ୍ତାନ ପରି ଦେଶରେ ଆଫଗାନିସ୍ତାନର ଦୂତାବାସ ରହିଛି । କାବୁଲରେ ଭାରତରେ ହାଇକମିଶନ ରହିଛି କିନ୍ତୁ ଦୂତାବାସ କେବେ ହୋଇପାରିନି । ଆଫଗାନିସ୍ତାନରେ ତାଲିବାନ ଶାସନ ଆସିବା ପରେ ହିଁ ଭାରତ ନିରବ ଥିଲା । କିନ୍ତୁ ଏବେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ତାଲିବାନରେ ଦୂତାବାସ ଖୋଲିବା ନେଇ ଘୋଷଣା କରିଛି ଭାରତ ।

ଆଫଗାନିସ୍ତାନରେ ବିକାଶ ଓ ସହାୟତର କାମ ଜାରି ରଖିବ ଭାରତ ବୋଲି ଜୟଶଙ୍କର କହିଛନ୍ତି । ଭାରତ ଆଫଗାନିସ୍ତାନକୁ ୨୦ଟି ଆମ୍ବୁଲାନ୍ସ ଦେବାକୁ ଘୋଷଣା କରିଛି । ଏନେଇ ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ କହିଛନ୍ତି, ମୁଁ ଦିଲ୍ଲୀ ଆସି ବହୁତ ଖୁସି । ଏହି ଯାତ୍ରା ଦୁଇ ଦେଶ ମଧ୍ୟରେ ବୁଝାମଣାକୁ ବଢାଇବ । ଏହା ଦୁଇ ଦେଶ ପାଇଁ ବହୁତ ବଡ଼ ଏବଂ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ପଦକ୍ଷେପ । କାବୁଲରେ ଭାରତୀୟ ଦୂତାବାସ ଘୋଷଣା କରିବା ଶୁଣି ମୁଁ ବହୁତ ଖୁସି ।

Post Views: 71
Share201Tweet126Send
Voice of Victims

Voice of Victims

Recent Posts

  • ରଣପୁରରେ ଭବ୍ୟ ଭାବେ ପାଳିତ ୮୦ତମ ପବିତ୍ର ସ୍ୱାଧୀନତା ଦିବସ
  • ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
  • ସିକ୍କିମରେ ବିଶାଳ ଭୂସ୍ଖଳନ, ଖସୁଛି ପାହାଡ଼, ବିପଦରେ ୧୫୦ ଲୋକ
  • ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ, ଟିଏମସି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର
  • ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ, ୩ ଦିନ ଭିଜିବ ଓଡ଼ିଶା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In