• About Us
  • Contact Us
Thursday, June 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

CMOରୁ ୨ ଫାଇଲ୍‌ ଚୋରି ଏତଲା ପରେ ଆରମ୍ଭ ହେଲା ତଦନ୍ତ, ଲୋକସେବା ଭବନରେ କ୍ୟାପିଟାଲ ଥାନା ପୋଲିସ

by Voice of Victims
June 11, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା ଅଭିଯୋଗ
CMOରୁ ୨ ଫାଇଲ୍‌ ଚୋରି ଏତଲା ପରେ ଆରମ୍ଭ ହେଲା ତଦନ୍ତ, ଲୋକସେବା ଭବନରେ କ୍ୟାପିଟାଲ ଥାନା ପୋଲିସ

ଭୁବନେଶ୍ୱର : ସିଏମଓରୁ ଦୁଇ ଫାଇଲ ହଜିବା ଘଟଣାରେ ପୋଲିସର ତଦନ୍ତ ଆରମ୍ଭ । କ୍ୟାପିଟାଲ ଥାନା ଅଧିକାରୀ ଲୋକସେବା ଭବନରେ ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କ ଠାରୁ ତଥ୍ଯ ନେଇଛନ୍ତି । କ୍ୟାପିଟାଲ ଥାନାରେ FIR ପରେ ଖୋଳତାଡ଼ ଆରମ୍ଭ । ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁଯାୟୀ କ୍ୟାପିଟାଲ ଥାନା ପୋଲିସ କିଛି ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ଦୃଷ୍ଟି ଦେବ । ପ୍ରଥମେ କର୍ମଚାରୀଙ୍କ ବୟାନ ରେକର୍ଡ ହେବ। CMO ଏବଂ ଗୃହ ବିଭାଗର ଯେଉଁ ଅଧିକାରୀ ବା କାର୍ଯ୍ୟାଳୟ ସହାୟକ ଏହି ଫାଇଲ୍ ଗୁଡ଼ିକୁ ହ୍ୟାଣ୍ଡେଲ କରୁଥିଲେ ସେମାନଙ୍କୁ ପଚରାଉଚରା କରାଯିବ ।

ଏହା ପରେ ଡିଜିଟାଲ ଓ ଫିଜିକାଲ ଟ୍ରେଲ୍ ହେବ । ଫାଇଲ୍ ମୁଭମେଣ୍ଟ ରେଜିଷ୍ଟର, ରିସିଭିଂ ଆକନଲେଜମେଣ୍ଟ ଏବଂ ସେକ୍ରେଟେରିଏଟ୍ ର ସିସିଟିଭି ଫୁଟେଜ୍ ଯଦି ଉପଲବ୍ଧ ଥାଏ ର ଯାଞ୍ଚ ହେବ।ଏହି ମାମଲାରେ BNSର ଧାରା ୩୧ Criminal Breach of Trust / ବିଶ୍ୱାସଘାତକତା ଲାଗୁ ହୋଇପାରେ। ସରକାରୀ ଅଧିକାରୀଙ୍କ କ୍ଷେତ୍ରରେ ଏଥିପାଇଁ ୧୦ ବର୍ଷ କାରାଦଣ୍ଡର ପ୍ରାବଧାନ ରହିଛି। ଏହା ସହିତ ଦସ୍ତାବିଜ୍ ନଷ୍ଟ କରିବା (Mischief) ଏବଂ ସରକାରୀ ରେକର୍ଡ ଆକ୍ଟ, ୧୯୯୩ ର ବିଭିନ୍ନ ଧାରା ଲାଗୁ ହୋଇପାରେ।

ରିପୋର୍ଟ ଗାଏବକୁ ନେଇ ଶାସକ ବିଜେପି ସରକାର ପୂର୍ବତନ ବିଜେଡି ସରକାରଙ୍କୁ ଘେରିବା ଆରମ୍ଭ କରିଥିବା ବେଳେ ବିରୋଧୀ ଏହାର ସତ୍ୟତା ଓ କ୍ରୋନୋଲୋଜି ଉପରେ ପ୍ରଶ୍ନ ଉଠାଇଛନ୍ତି। ଯଦିଓ ଏହି ମାମଲାରେ ପ୍ରାଥମିକ ଭାବେ କାହାର ନାଁ ସାମ୍ନାକୁ ଆସିନାହିଁ, ତଥାପି ଯଦି କୌଣସି ଷଡ଼ଯନ୍ତ୍ରର ବୁଢ଼ିଆଣୀ ଜାଲ ମିଳେ ତେବେ ଏହି ମାମଲା ରାଜ୍ୟ କ୍ରାଇମ ବ୍ରାଞ୍ଚ ହାତକୁ ଯାଇପାରେ।

Post Views: 18
Share198Tweet124Send
Voice of Victims

Voice of Victims

Recent Posts

  • ଭୁବନେଶ୍ବର ରେଳ ଷ୍ଟେସନରେ ବର୍ତ୍ତିଗଲା ବଡ଼ ଅଘଟଣ, ଗୋଟିଏ ଟ୍ରାକରେ ଦୁଇ ଟ୍ରେନ ମୁହାଁମୁହିଁ
  • CMOରୁ ୨ ଫାଇଲ୍‌ ଚୋରି ଏତଲା ପରେ ଆରମ୍ଭ ହେଲା ତଦନ୍ତ, ଲୋକସେବା ଭବନରେ କ୍ୟାପିଟାଲ ଥାନା ପୋଲିସ
  • ଗୁରୁ ରନ୍ଧାୱାଙ୍କ ଫିଟନେସ୍ ସେଣ୍ଟର ଉପରକୁ ଗୁଳିମାଡ଼, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କଲା ନିଜକୁ ଦାୟୀ
  • ରିଲିଜ ପୂର୍ବରୁ ଟ୍ୟାକ୍ସ ଫ୍ରି ହେଲା କଙ୍ଗନାଙ୍କ “ଭାରତ ଭାଗ୍ୟ ବିଧାତା”
  • ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In