• About Us
  • Contact Us
Tuesday, July 14, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଶରଧାବାଲିରୁ ତଡା ଖାଇଲା ଇସ୍କନ

by Voice of Victims
July 13, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା ଅଭିଯୋଗ
ଶରଧାବାଲିରୁ ତଡା ଖାଇଲା ଇସ୍କନ

ପୁରୀ(ଭିଓଭି): ଅଦିନରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା, ରଥଯାତ୍ରା ଆୟୋଜନ କରିବା ଏବଂ ଗଜପତି ମହାରାଜା ଙ୍କ ଅନୁରୋଧ କୁ ବେଖାତିର କରିବା ଏଣିକି ମହାଙ୍ଗା ପଡିଛି ଇସ୍କନ କୁ। ମହାପ୍ରଭୁଙ୍କୁ ନେଇ ଏଭଳି ମନମାନି କୁ ନେଇ କୋଟି କୋଟି ଜଗନ୍ନାଥ ଭକ୍ତ ଙ୍କ ମନରେ କୁହୁଳୁଥିବା ଅସନ୍ତୋଷ ଆଜି ଆନ୍ଦୋଳନର ରୂପ ନେଇଛି। ଯାହାର ପ୍ରତିଫଳନ ଆଜି ଦେଖିବାକୁ ମିଳିଛି ଶରଧାବାଲିରେ।

ଶରଧାବାଲିରୁ ଆରମ୍ଭ ହୋଇଛି ଇସ୍କନ ହଟାଓ ଅଭିଯାନ। ବିବରଣୀ ଅନୁସାରେ ପ୍ରତ୍ୟେକ ବର୍ଷ ରଥଯାତ୍ରାରେ ଇସ୍କନ ତରଫରୁ ଷ୍ଟଲ୍ କରାଯାଇ ଶ୍ରୀକୃଷ୍ଣ ଙ୍କ ଉପରେ ଆଧାରିତ ବିଭିନ୍ନ ବହି ଏବଂ ଅନ୍ୟାନ୍ୟ ସମଗ୍ରୀ ବିକ୍ରି କରାଯାଇଥାଏ। ତେଣୁ ଚଳିତ ବର୍ଷ ରଥଯାତ୍ରାରେ ବି ସେମିତି ଷ୍ଟଲ୍ କରିବା ପାଇଁ ଶରଧାବାଲି ରେ ଇସ୍କନ ତରଫରୁ ଷ୍ଟଲ୍ ନିର୍ମାଣ କାମ ଚାଲିଥିଲା।

ଏହି ଖବର ପ୍ରଚାରିତ ହେବା ମାତ୍ରେ ଶତାଧିକ ସାଧାରଣ ଜନତା, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଜଗନ୍ନାଥ ଭକ୍ତ ଶରଧାବାଲି କୁ ମାଡି ଆସିଥିଲେ। “ଗୋ ବ୍ୟାକ୍ ଇସ୍କନ” ନାରା ଦେଇ ସେଠାରୁ ଇସ୍କନ ଷ୍ଟଲ୍ କୁ ହଟାଇ ଦେଇଥିଲେ। ଜଗନ୍ନାଥ କେବଳ ଏକ ଦେବତା ନୁହଁନ୍ତି। ସେ ଆମର ଅସ୍ମିତା। ଜଗନ୍ନାଥ ଧର୍ମ ପ୍ରଚାର ନାମରେ ଜଗନ୍ନାଥ ସଂସ୍କୃତି କୁ ବିକୃତ କରୁଥିବା ଇସ୍କନ କୁ ଜଗନ୍ନାଥ ଧାମ ରେ କୀର୍ତ୍ତନ କରିବାକୁ ଦିଆ ଯିବନି କି ଏଠାରେ ବେପାର କରିବାକୁ ଦିଆଯିବନି ବୋଲି ଜଗନ୍ନାଥ ଭକ୍ତ ମାନେ ପ୍ରକାଶ କରିଛନ୍ତି।

Post Views: 98
Share201Tweet126Send
Voice of Victims

Voice of Victims

Recent Posts

  • ଶରଧାବାଲିରୁ ତଡା ଖାଇଲା ଇସ୍କନ
  • ୩୯ ନୂଆ ଔଷଧର ଖୁଚୁରା ମୂଲ୍ୟଧାର୍ଯ୍ୟ, ରୋଗୀଙ୍କ ଲାଗି ଶସ୍ତା ହେଲା
  • କଟକରେ ବିଜେଡି ନେତାଙ୍କ ମେଳି, ଏକାଠି ହେଲେ ବରିଷ୍ଠ ନେତା
  • ପଛକୁ ପଛ ୨ ଲଘୁଚାପ; IMD କଲା ସତର୍କ
  • ଶ୍ରୀମନ୍ଦିର ପ୍ରଶାସନର କଡ଼ା ନିୟମ, ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ସମ୍ପୂର୍ଣ୍ଣ ମନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In