• About Us
  • Contact Us
Friday, May 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ସମ୍ବଲପୁରରେ ଉନ୍ନତିର ବର୍ଷା କରି ସବୁଜ ପତାକା ଉଡାଇଲେ କାର୍ତ୍ତିକ ପାଣ୍ଡିଆନ

by Voice of Victims
February 11, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସମ୍ବଲପୁରରେ ଉନ୍ନତିର ବର୍ଷା କରି ସବୁଜ ପତାକା ଉଡାଇଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ସମ୍ବଲପୁରରେ ହେବ ବିଗ ଫାଇଟ। ସେଠାରେ ଲଢେଇ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କୁ ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେଥିପାଇଁ ସେ ସେହି ଅଞ୍ଚଳର ବିକାଶ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାରେ ଲାଗିଛନ୍ତି। ଆଜି ବଡି ଭୋରରୁ ସମ୍ବଲପୁର ଗସ୍ତ କରି ସେ ସେହି ଅଞ୍ଚଳରେ ବିକାଶର ବର୍ଷା କରି ବିଜେଡିର ସବୁଜ ପତାକା ଉଡାଇଛନ୍ତି। ସେ ଆଜି ସକାଳ ୬ ଟା ସମୟରେ ସମ୍ବଲପୁରର ପ୍ରଥମ ମହାନାଦୀ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ମାରାଥନରେ ୪୦୦୦ ରୁ ଅଧିକ ବିଭିନ୍ନ ବର୍ଗ ଲୋକେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି ଯେ ସମ୍ବଲପୁରର ଭଲ କ୍ରୀଡା ସଂସ୍କୃତି ରହିଛି ଏବଂ ଏହି ଜିଲ୍ଲାର ପ୍ରତିଭାମାନଙ୍କର ଆହୁରି ବିକାଶ କରିବା ପାଇଁ ସର୍ବୋତ୍ତମ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ୩୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ବୁର୍ଲାସ୍ଥିତ ଇନଡୋର ଷ୍ଟାଡିୟମର ଉଦଘାଟନ କରାଯାଇଛି। ସମୁଦାୟ ୧୦୦ କୋଟି ଟଙ୍କା ବ୍ୟୟରେ ହକି ଷ୍ଟାଡିୟମ ଏବଂ ଇନଡୋର କ୍ରୀଡା ସୁବିଧା ସମେତ ସମ୍ବଲପୁର ଫୁଟବଲ ଏକାଡେମୀ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏକ ନୂତନ ଫୁଟବଲ ଷ୍ଟାଡିୟମ ନିର୍ମାଣ ଏବଂ ଭିଏସଏସ କ୍ରିକେଟ ଷ୍ଟାଡିୟମକୁ ଆଧୁନିକ ଷ୍ଟାଡିୟମରେ ନବୀକରଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଷ୍ଟାଡିୟମଗୁଡିକର ଆନୁମାନିକ ମୂଲ୍ୟ ୩୫୦ କୋଟିରୁ ଅଧିକ ହେବ। ଏହା ଦ୍ବାରା ଜିଲ୍ଲାର କ୍ରୀଡା ବିକାଶ ପାଇଁ ଏକ ପ୍ରମୁଖ ପେଣ୍ଠ ପାଲଟିବ। କାର୍ତ୍ତିକ ପାଣ୍ଡିଆନ୍ ଭିଏସ୍ଏସ୍ ଷ୍ଟାଡିୟମ୍ ପରିଦର୍ଶନ କରି ଖେଳାଳିଙ୍କ ସହ କଥାବାର୍ତ୍ତା କରିଥିଲେ। ସେ ନିଜେ ଜଣେ କ୍ରୀଡ଼ାବିତ୍ ଥିଲେ ଏବଂ ସ୍ପୋର୍ଟସ୍ ହଷ୍ଟେଲରେ ରହିଥିଲେ। ସେଠାରେ ସେ ଖେଳାଳିଙ୍କ ସହ ତାଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ଏଥିସହିତ ସେ ଖେଳାଳିଙ୍କ ସହ କ୍ରିକେଟ୍ ମଧ୍ୟ ଖେଳିଥିଲେ। ଖେଳାଳିମାନେ କାର୍ତ୍ତିକ ପାଣ୍ଡିଆନଙ୍କୁ ପଡ଼ିଆରେ ଖେଳୁଥିବା ଦେଖି ଉତ୍ସାହିତ ହୋଇଥିଲେ। ପରେ କାର୍ତ୍ତିକ ପାଣ୍ଡିଆନ୍ ନିର୍ଦ୍ଦେଶକ ତଥା ବରିଷ୍ଠ ଡାକ୍ତର ଏବଂ କର୍ମଚାରୀଙ୍କ ସହ ବୀର ସୁରେନ୍ଦର ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ର ବିକାଶ ବିଷୟରେ ଆଲୋଚନା କରିଥିଲେ। ପ୍ରଥମ ପର‌୍ୟ୍ୟାୟରେ ୭୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସହିତ ମା ଏବଂ ଶିଶୁ ସ୍ୱାସ୍ଥ୍ୟ ସେବା (ପେଡିଆଟ୍ରିକ୍ସ) କୁ ପ୍ରାଥମିକତା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। କ୍ରୀଡା କମ୍ପ୍ଲେକ୍ସ ସହିତ ହଷ୍ଟେଲ କ୍ୟାମ୍ପସକୁ ଉନ୍ନତି କରାଯିବ। କର୍ମଚାରୀଙ୍କ ଆବାସକୁ ମଧ୍ୟ ପ୍ରାଥମିକତା ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ। ଏହି ପ୍ରକଳ୍ପ ମୂଲ୍ୟ ୧୦୦୦ କୋଟି ଟଙ୍କା ହେବ ବୋଲି ସେ କହିଥିଲେ। ଜମି ଉପଲବ୍ଧତା ଅନୁଯାୟୀ ବିଭିନ୍ନ ପର୍ଯ୍ୟାୟରେ କ୍ୟାମ୍ପସର ସାମଗ୍ରିକ ବିକାଶ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯିବ ବୋଲି ପାଣ୍ଡିଆନ କହିଛନ୍ତି। କାର୍ତ୍ତିକ ପାଣ୍ଡିଆନ୍ ଖିଣ୍ଡାରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନର ବିକାଶ ପାଇଁ ଏହି ପ୍ରକଳ୍ପର ସମୀକ୍ଷା କରିଥିଲେ। କାର୍ଯ୍ୟର ଅଗ୍ରଗତିକୁ ତ୍ୱରାନ୍ୱିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ସେ ମା ସମାଲେଶ୍ୱରୀ ମନ୍ଦିର ପରିଦର୍ଶନ କରିଥିଲେ। ସେ ଭକ୍ତମାନଙ୍କ ସହ ଆଲୋଚନା ସମଲେଇ ପ୍ରକଳ୍ପ ବିଷୟରେ ସେମାନଙ୍କ ମତାମତ ନେଇଥିଲେ। ଭକ୍ତମାନେ ଏହି ପ୍ରକଳ୍ପକୁ ନେଇ ବେଶ ଖୁସି ବୋଲି ପାଣ୍ଡିଆନଙ୍କ ଆଗରେ କହିଥିଲେ।

Post Views: 73
Share198Tweet124Send
Voice of Victims

Voice of Victims

Recent Posts

  • ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଏବଂ ଭିସିକେ, ମୁଖ୍ୟମନ୍ତ୍ରୀ ହେବ ବିଜୟ
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବେ ଶୁଭେନ୍ଦୁ ଅଧିକାରୀ, ଆସନ୍ତାକାଲି ୧୧ଟାରେ ଶପଥ ଗ୍ରହଣ
  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In