• About Us
  • Contact Us
Friday, August 14, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ତୁର୍କୀରେ ପରଫ୍ୟୁମ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ, ୬ ମୃତ

by Voice of Victims
November 8, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ତୁର୍କୀରେ ପରଫ୍ୟୁମ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ, ୬ ମୃତ

ଇସ୍ତାନବୁଲ : ଉତ୍ତର-ପଶ୍ଚିମ ତୁର୍କୀରେ ଏକ ପରଫ୍ୟୁମ ଡିପୋରେ ଭୟଙ୍କର ନିଆଁ ଲାଗିଛି । ଏଥିପାଇଁ ୬ ଜଣ ଲୋକଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଜଣେ ଆହତ ହୋଇଛନ୍ତି । ଘଟଣା ବିଷୟରେ ଖବର ମିଳିବା ପରେ ଅଗ୍ନିଶମ ଟିମର ଅଧିକାରୀ ନିଆଁ ଲିଭାଇବା ସହିତ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ନିଆଁ ଲାଗିବା ପରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା । ତେଣୁ ଆଖପାଖରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ତୁର୍କୀ ଅଧିକାରୀଙ୍କ କହିବାନୁଯାୟୀ, କୋକିଲି ପ୍ରାନ୍ତ ସ୍ଥିତ ପରଫ୍ୟୁମ ଡିପୋରେ ନିଆଁ ଲାଗିବା ଯୋଗୁଁ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ଜରୁରୀକାଳୀନ ଟିମ୍ ଏବଂ ଅଗ୍ନିଶମ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡିନାହିଁ । ତେବେ ତୁର୍କୀରେ ତିଆରି ହେଉଥିବା ପରଫ୍ୟୁମ ସମଗ୍ର ଦୁନିଆରେ ବେଶ୍ ପ୍ରସିଦ୍ଧ । କୋକିଲୀ ପ୍ରାନ୍ତର ଗଭର୍ଣ୍ଣର ଇଲ୍ହାମୀ ଅକ୍ତସ କହିଛନ୍ତି, ଘଟଣାରେ ୬ ଜଣଙକ ଜୀବନ ଚାଲିଯାଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ରହିଛନ୍ତି । ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଚିକିତ୍ସା କରାଯାଉଛି ।

Post Views: 88
Share198Tweet124Send
Voice of Victims

Voice of Victims

Recent Posts

  • ଭାରତରେ ପୁଣି ଭୂକମ୍ପ ଝଟକା, ନାସିକରେ ଦୁଇଥର ଥରିଲା ଭୂମି
  • ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ
  • ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ସବୁ ପାଇଲଟଙ୍କ ହେବ ଟେଷ୍ଟ
  • UPSC ବୈଠକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ
  • ଅବପାତର ରୂପ ନେଲା ଲଘୁଚାପ, ଆଗାମୀ ଦୁଇ ଦିନ ଯାଏ ଅଧା ଓଡ଼ିଶାରେ କଳାହାଣ୍ଡିଆ ମେଘ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In