• About Us
  • Contact Us
Saturday, August 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନଙ୍କ ଟିମ୍

by Voice of Victims
October 12, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନଙ୍କ ଟିମ୍

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଜ୍ୟ ମହିଳା କମିଶନ । ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନଙ୍କ ଟିମ୍ । ପଶ୍ଚିମବଙ୍ଗ ମହିଳା କମିଶନ ଅଧ୍ୟକ୍ଷାଙ୍କ ସହ ଯୋଗାଯୋଗ କରୁଛୁ । ଘଟଣାର ୩୬ ଘଣ୍ଟା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ  ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ୩ ଜଣଙ୍କୁ ଗିରଫ କଲା ଦୁର୍ଗାପୁର ପୋଲିସ । ଅନ୍ୟ ୨ ଜଣଙ୍କୁ ଖୋଜୁଛି ପୋଲିସ । ପୁରୁଷବନ୍ଧୁଙ୍କ ସହ ୩ ଜଣଙ୍କୁ ଗିରଫ କରିଥିବା ସୂଚନା । ଦୁର୍ଗାପୁରରେ ବାଲେଶ୍ବର ପ୍ରଶାସନର ସ୍ବତନ୍ତ୍ର ଟିମ୍ । ପୀଡ଼ିତା ଓ ପରିବାରକୁ ଭେଟିଛନ୍ତି ୪ ଜଣିଆ ଟିମ । ୧୬୪ ଅନୁଯାୟୀ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ଟିମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଡିଏସପିଙ୍କ ସମେତ ଅନ୍ୟମାନେ ଅଛନ୍ତି । ଫୋରେନସିକ୍ ଟିମ୍ ପ୍ରମାଣ ସଂଗ୍ରହ କରୁଛି ଏବଂ ନିକଟସ୍ଥ ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ କରାଯାଉଛି । ପୋଲିସ ଡିଜିଙ୍କୁ ଭେଟି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ଗତ ଶୁକ୍ରବାର ରତିରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ଛାତ୍ରୀ । ରାତି ପ୍ରାୟ ସାଢ଼େ ୮ଟା ବେଳେ ହଷ୍ଟେଲ ଗେଟ୍ ନିକଟରୁ କିଛି ଲୋକ ତାଙ୍କୁ ଏକ ଜଙ୍ଗଲିଆ ଅଞ୍ଚଳକୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗଣଦୁଷ୍କର୍ମ କରିବା ସହ ତାଙ୍କ ଠାରୁ ମୋବାଇଲ ଓ ୫ ହଜାର ଟଙ୍କା ମଧ୍ୟ ଛଡ଼ାଇ ନେଇଥିବା ପୀଡ଼ିତା ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି । ଛାତ୍ରୀ ଜଣଙ୍କ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ବାହାରକୁ ବାହାରକୁ ଆସିଥିଲେ। ପୁରୁଷ ବନ୍ଧୁ ତାଙ୍କୁ ବାହାନା କରି ଏକ ଖାଲି ସ୍ଥାନକୁ ନେବା ପରେ ସେଠାରୁ ଖସି ପଳାଇଥିଲେ । ଛାତ୍ରଛାତ୍ରୀମାନେ କଲେଜ ବାହାରେ ବିକ୍ଷୋଭ ପ୍ରଦର୍ଶନ କରି କ୍ୟାମ୍ପସରେ ସୁରକ୍ଷା ବୃଦ୍ଧି କରିବା ସହ ଶୀଘ୍ର ନ୍ୟାୟ ଦାବି କରିଛନ୍ତି ।

Post Views: 56
Share200Tweet125Send
Voice of Victims

Voice of Victims

Recent Posts

  • ଭାରତରେ ପୁଣି ଭୂକମ୍ପ ଝଟକା, ନାସିକରେ ଦୁଇଥର ଥରିଲା ଭୂମି
  • ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ
  • ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ସବୁ ପାଇଲଟଙ୍କ ହେବ ଟେଷ୍ଟ
  • UPSC ବୈଠକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ
  • ଅବପାତର ରୂପ ନେଲା ଲଘୁଚାପ, ଆଗାମୀ ଦୁଇ ଦିନ ଯାଏ ଅଧା ଓଡ଼ିଶାରେ କଳାହାଣ୍ଡିଆ ମେଘ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In