• About Us
  • Contact Us
Friday, May 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

” ଓଡ଼ିଶା ରାଜନୀତି” ଡାଇରେକ୍ଟୋରି ଉନ୍ମୋଚିତ: ୧୧ ହଜାରରୁ ଊର୍ଦ୍ଧ୍ଵ ରାଜନେତାଙ୍କ ରହିଛି ଯୋଗାଯୋଗ ନମ୍ବର

by Voice of Victims
February 10, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
” ଓଡ଼ିଶା ରାଜନୀତି” ଡାଇରେକ୍ଟୋରି ଉନ୍ମୋଚିତ: ୧୧ ହଜାରରୁ ଊର୍ଦ୍ଧ୍ଵ ରାଜନେତାଙ୍କ ରହିଛି ଯୋଗାଯୋଗ ନମ୍ବର

ଭୁବନେଶ୍ୱର: ଗଣମାଧ୍ୟମ ଅନୁଷ୍ଠାନ ” ବିଜ୍ଞାପନ” ପକ୍ଷରୁ ପ୍ରକାଶିତ ରାଜ୍ୟର ସାଂସଦଙ୍କଠାରୁ ଆରମ୍ଭ କରି ସରପଞ୍ଚଙ୍କ ପର୍ଯ୍ୟନ୍ତ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କ ଯୋଗାଯୋଗ ନମ୍ବର ସମ୍ବଳିତ ଡାଇରେକ୍ଟୋରି ” ଓଡ଼ିଶା ରାଜନୀତି” ଆଜି ସନ୍ଧ୍ୟାରେ ଗଣମାଧ୍ୟମ ଜଗତର ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି। ଭୁବନେଶ୍ୱର ଆଇଆରସି ଭିଲେଜ ସ୍ଥିତ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ ( ୟୁସିସିଆଇଏଲ୍) ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ସମାଜସେବୀ ବିବେକାନନ୍ଦ ପାଣିଗ୍ରାହୀ ସମ୍ମାନିତ ଅତିଥି ଏବଂ ବିଶିଷ୍ଟ ସାମ୍ବାଦିକ କିଶୋର ଦ୍ଵିବେଦୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।

ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଏହି ବହି ପ୍ରକାଶନର ଗୁରୁତ୍ବ ରହିଛି। ବିଭିନ୍ନ ରାଜନୈତିକ ଦଳ, ରାଜନେତା ଏବଂ ଗଣମାଧ୍ୟମ ପାଇଁ ଏହା ଏକ ଉପାଦେୟ ପୁସ୍ତକ ସାବ୍ୟସ୍ତ ହେବ ବୋଲି ଅତିଥିମାନେ ମତ ଦେଇଛନ୍ତି। ବିଜ୍ଞାପନର ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ ପୃଷ୍ଟିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଶା ରାଜନୀତି ଡାଇରେକ୍ଟୋରିର ସମ୍ପାଦକ ଦିଲୀପ ମିଶ୍ର ପୁସ୍ତକର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ। ବିଜ୍ଞାପନର ପ୍ରାଶାସନିକ ନିର୍ଦ୍ଦେଶକ କମଳାକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥିବୃନ୍ଦ , ବହୁ ନିର୍ବାଚିତ ଲୋକପ୍ରତିନିଧି ଏବଂ ଓଡ଼ିଶା ରାଜନୀତିର ଲେଖକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସୂଚନାଯୋଗ୍ୟ ଯେ,ଏହି ପୁସ୍ତକରେ ଓଡ଼ିଶାର ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ମନ୍ତ୍ରିମଣ୍ଡଳ, ସମସ୍ତ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ, ସଭାପତି, ଉପସଭାପତି, ସହରାଞ୍ଚଳ ନିର୍ବାଚିତ ପରିଷଦ ସଦସ୍ୟ, ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଶୀର୍ଷ ସମବାୟ ସଂସ୍ଥା ସଭାପତି, ବିଭିନ୍ନ ନିଗମ ଓ ଅନ୍ୟାନ୍ୟ ସଂସ୍ଥାର ଅଧ୍ୟକ୍ଷ, ପ୍ରମୁଖ ରାଜନୈତିକ ଦଳ କର୍ମକର୍ତ୍ତା ଇତ୍ୟାଦିଙ୍କ ଯୋଗାଯୋଗ ନମ୍ବର ( ମୋଟ୍ ୧୧୦୦୦ରୁ ଊର୍ଦ୍ଧ୍ବ ରାଜନେତାଙ୍କ ନମ୍ବର) ରହିଛି। ଅଶୀରୁ ଊର୍ଦ୍ଧ୍ବ ନିର୍ବାଚିତ ଲୋକପ୍ରତିନିଧିଙ୍କ ସାକ୍ଷାତକାର ମଧ୍ୟ ଅଛି।

Post Views: 81
Tags: "Odisha Politics" Directory Unveiled: Over 11
Share202Tweet127Send
Voice of Victims

Voice of Victims

Recent Posts

  • ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଏବଂ ଭିସିକେ, ମୁଖ୍ୟମନ୍ତ୍ରୀ ହେବ ବିଜୟ
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବେ ଶୁଭେନ୍ଦୁ ଅଧିକାରୀ, ଆସନ୍ତାକାଲି ୧୧ଟାରେ ଶପଥ ଗ୍ରହଣ
  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In