• About Us
  • Contact Us
Tuesday, September 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଅଧ୍ୟାପକ ସଂକଟରେ ଓଡ଼ଗାଁ କଲେଜ: ଦୁଇ ବର୍ଷରେ ଖାଲି ହୋଇଯିବ ସବୁ ପଦବୀ, ବେଆଇନ ଭାବେ ବିଭାଗୀୟ ମୁଖ୍ୟ ପଦବୀ ନିଯୁକ୍ତି 

by Voice of Victims
September 7, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଅଧ୍ୟାପକ ସଂକଟରେ ଓଡ଼ଗାଁ କଲେଜ: ଦୁଇ ବର୍ଷରେ ଖାଲି ହୋଇଯିବ ସବୁ ପଦବୀ, ବେଆଇନ ଭାବେ ବିଭାଗୀୟ ମୁଖ୍ୟ ପଦବୀ ନିଯୁକ୍ତି 

ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ କଲେଜ ଶିକ୍ଷା ଯୋଗାଇଦେବା ଉଦେଶ୍ୟରେ  ସ୍ଥାନୀୟ ବାସିନ୍ଦାଙ୍କ ଉଦ୍ୟମରେ ୧୯୭୮ ମସିହାରେ ଓଡଗାଁ ‘ରଘୁନାଥ ସମବାୟ ମହାବିଦ୍ୟାଳୟ’ ପ୍ରତିଷ୍ଠା ହୋଇଥିଲା । ଦୀର୍ଘ ବର୍ଷ ଧରି ଜିଲ୍ଲା ତଥା ରାଜ୍ୟରେ ଏହି କଲେଜ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଅନେକଙ୍କୁ ଶିକ୍ଷାର ଆଲୋକ ପ୍ରଦାନ କରିଥିବା ଏହି ଶିକ୍ଷାପୀଠ ଏବେ ଅନିଶ୍ଚିତତାର ଦ୍ୱାରଦେଶରେ ଛିଡ଼ା ହୋଇଛି। ସରକାରଙ୍କ ତ୍ରୁଟିପୂର୍ଣ୍ଣ ବ୍ଲକ୍‌ ଗ୍ରାଣ୍ଟ ବ୍ୟବସ୍ଥା ଯୋଗୁଁ ଆଗାମୀ ପ୍ରାୟ ଦୁଇ ବର୍ଷ ମଧ୍ୟରେ ଏହି କଲେଜରେ ଅଧ୍ୟାପକ ପଦବୀ ଶୂନରେ ପହଂଚିବା ନେଇ  ଆକଳନ କରାଯାଇଛି | ତଦନୁସାରେ ଅର୍ଦ୍ଧାଧିକ ବିଭାଗରେ ଅଧ୍ୟାପକ ପଦବୀ ସଙ୍କଟ ସୃଷ୍ଟି ହେବା ସହିତ ଶିକ୍ଷାଦାନ ଓ ପରିଚାଳନା ବ୍ୟବସ୍ଥା ଭୁଶୁଡ଼ି ପଡ଼ିବାର ଆଶଙ୍କାକୁ ଏଡାଇ ଦିଆ ଯାଇନପାରେ । ଅତୀତରେ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଅଧ୍ୟାପକମାନଙ୍କୁ ୟୁଜିସି କିମ୍ବା ଷ୍ଟେଟ୍‌ ସ୍କେଲ୍‌ ଅନୁଯାୟୀ ପେନସନ, ଗ୍ରାଚ୍ୟୁଇଟି ଓ ଷ୍ଟଡି ଲିଭ୍‌ ଭଳି ସମସ୍ତ ସୁବିଧା ସୁଯୋଗ ମିଳିପାରୁଥିଲା ବେଳେ ସମୟାନୁକ୍ରମେ ଅନୁଦାନ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯିବା ପରେ କେବଳ ସ୍ୱଳ୍ପ ଆର୍ଥିକ ସହାୟତାରେ ‘ବ୍ଲକ୍‌ ଗ୍ରାଣ୍ଟ’ ଭଳି ଏକ କୁତ୍ସିତ ନିଯୁକ୍ତି ବ୍ୟବସ୍ଥା କଲେଜ ଅଧ୍ୟାପକ ନିଯୁକ୍ତି ବ୍ୟବସ୍ଥାକୁ କଳଙ୍କିତ କରିଛି  । ୨୦୦୪ ମସିହାରେ ଲାଗୁ ହୋଇଥିବା  ବ୍ଲକ୍‌ ଗ୍ରାଣ୍ଟ କର୍ମଚାରୀମାନେ  ସମନୁସାରେ ପୂର୍ଣ୍ଣ ଅନୁଦାନଭୁକ୍ତ ହୋଇ ସମସ୍ତ ସରକାରୀ ସୁବିଧା ହାସଲ କରିଥିବା ବେଳେ ପରବର୍ତ୍ତୀ ସମୟରେ ୨୦୦୮ ଓ ୨୦୦୯ରେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ଅନୁଦାନଭୁକ୍ତ କରାଗଲା ନାହିଁ। ଫଳରେ ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ବିଭିନ୍ନ ସମୟରେ ଏନେଇ ଆନ୍ଦୋଳନ ଲାଗି ରହିଥିବା ବେଳେ ସରକାର ନୀରବଦ୍ରଷ୍ଟା ସାଜିଥିବା ଦେଖାଯାଇଛି।

ଏପରି ସ୍ଥଳେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଏହାର ଗୁରୁତର ପ୍ରଭାବ ସ୍ପଷ୍ଟ ବାରି ହୋଇ ପଡ଼ିଛି। ୨୦୦୯ ମସିହାରେ ଏହି ମହାବିଦ୍ୟାଳୟର ପ୍ରାୟ ୨୪ ଜଣ ଶିକ୍ଷକ ଓ ଅଣଶିକ୍ଷକ ବ୍ଲକ୍‌ ଗ୍ରାଣ୍ଟ ଅନ୍ତର୍ଭୁକ୍ତ ହୋଇଥିଲେ। ଇତି ମଧ୍ୟରେ  ୧୧ ଜଣ ଅବସର ନେଇସାରିଥିଵା ବେଳେ କେତେକ ଦୁର୍ଦ୍ଦିନରେ ଆଖି ବୁଜିଲେଣି | ଅବଶିଷ୍ଟ ଅବସରପ୍ରାପ୍ତ କର୍ମଚାରୀ ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ବର୍ତ୍ତମାନ କାର୍ଯ୍ୟରତ କର୍ମଚାରୀମାନେ ଜଣକ ପରେ ଜଣେ ଅବସର ଗ୍ରହଣ କରୁଥିବା ବେଳେ ଆଗାମୀ ଦୁଇ ବର୍ଷ ମଧ୍ୟରେ ସମସ୍ତେ ଅବସର ନେବାକୁ ଯାଉଛନ୍ତି। ଏମାନଙ୍କ ଅବସର ପରେ ବ୍ଲକ୍‌ ଗ୍ରାଣ୍ଟ ନିୟମ ଅନୁସାରେ ସରକାର ଉକ୍ତ ପଦବୀ ଗୁଡ଼ିକରେ ନୂଆ ନିଯୁକ୍ତି ଦେଇପାରିବେ ନାହିଁ, କିମ୍ବା ଆର୍ଥିକ ଅଭାବ ଓ ଆଇନଗତ ପ୍ରତିବନ୍ଧକ ଯୋଗୁଁ କଲେଜ ପରିଚାଳନା କମିଟି ମଧ୍ୟ ସ୍ଥାୟୀ ନିଯୁକ୍ତି କରିପାରିବ ନାହିଁ।ଫଳତଃ କଲେଜରେ ଅଧ୍ୟାପକ ପଦବୀ ଶୂନ ହେବା ସମ୍ଭାବନା ସୃଷ୍ଟି ହେବା ଥୟ | ଅନ୍ୟପକ୍ଷରେ ସରକାରଙ୍କ ନିକଟରେ ଦାୟିତ୍ବ ସମ୍ପନ୍ନ ଚୁକ୍ତିବଦ୍ଧ ହୋଇନଥିବା ଏବଂ ସେମାନଙ୍କର ଯୋଗ୍ୟତା ପ୍ରମାଣପତ୍ରକୁ ସ୍ବତନ୍ତ୍ର ଭାବେ ବିଭାଗୀୟ ତଦନ୍ତ କରାଯାଇନଥିବା ଅଧ୍ୟାପକଙ୍କୁ  ବିଭାଗୀୟ ମୁଖ୍ୟ ଦାୟିତ୍ଵ ନ୍ୟସ୍ତ କରାଯିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |

କହିବାକୁ ଗଲେ ବେଆଇନ ଭାବେ ସ୍ୱଳ୍ପ ଦରମା ପ୍ରାପ୍ତ ଓ ଅଣ ସ୍ୱୀକୃତୀ ପ୍ରାପ୍ତ ଶିକ୍ଷକଙ୍କୁ ବିଭାଗୀୟ ମୁଖ୍ୟ ପଦବୀରେ ଆସୀନ କରିବା ଦ୍ୱାରା ଶିକ୍ଷାଦାନର ମାନ ନିର୍ଦ୍ଧାରଣରେ ସମସ୍ୟା ସୃଷ୍ଟି କରିବ | ଏହିପରି ଏକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଖାଲି ପଡ଼ୁଥିବା ସ୍ଥାନକୁ ସ୍ଥାନାନ୍ତର ମାଧ୍ୟମରେ ପୁରଣ କରିବା ଅଥବା ନୂତନ ନିଯୁକ୍ତି ମାଧ୍ୟମରେ ଖାଲି ସ୍ଥାନରେ ସରକାରୀ ପ୍ରକ୍ରିୟାରେ ନିଯୁକ୍ତି ପ୍ରଦାନ କରି ବ୍ୟବସ୍ଥାର ବିଶ୍ବାସନୀୟତାକୁ ସୁଦୃଢ଼ କରାଯାଉ। ଅନ୍ୟଥା ଏହି ମହାବିଦ୍ୟାଳୟର ପରିଚାଳନା ଏବଂ ଶିକ୍ଷା ବ୍ୟବସ୍ଥା ଉପରେ ନିର୍ଭର କରୁଥିବା ଛାତ୍ର ଓ ଅଭିଭାବକ ମାନେ ମୁହଁ ଫେରେଇ ନେବାର ସମ୍ଭାବନା ରହିଛି ‌। ସମସ୍ୟାକୁ ଗୁରୁତର ଭାବେ ନେଇ ତ୍ୱରିତ ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ମାନେ ଦୃଢ଼ ଦାବି କରିଛନ୍ତି। ଏସବୁ ସତ୍ୱେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ପରିଚାଳନା କମିଟି ସଭାପତି ଅରୁଣ କୁମାର ସାହୁ ଓ ଏମପି ଡ଼.ସମ୍ବିତ ପାତ୍ର ଦଳ ମତ ନିର୍ବିଶେଷରେ ଆଗେଇ ଆସି ଏକ ସ୍ବନାମ ଧନ୍ୟ ମହାବିଦ୍ୟାଳୟର ସୁନାମ ଅକ୍ଷୁର୍ଣ ରଖିବାକୁ ମତ ପ୍ରକାଶ ପାଉଛି | 

Post Views: 18
Share198Tweet124Send
Voice of Victims

Voice of Victims

Recent Posts

  • ଗଣେଶ ପୂଜା ପାଇଁ ଉତ୍ସବମୁଖର ବାଲିପାଟଣା, ମୂର୍ତ୍ତିରେ ଶେଷ ସ୍ପର୍ଶ, ମଣ୍ଡପ ସଜାଣି ଜୋରଦାର
  • ଅଧା ହୋଇଯିବ ପେଟ୍ରୋଲ ଓ ଡିଜେଲ ଦାମ୍, କ୍ରୁଡ୍ ଅଏଲ ଦାମ୍ କମାଇବାକୁ ପ୍ରତିଶ୍ରୁତି ଦେଲେ ଟ୍ରମ୍ପ
  • ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ମନ୍ତବ୍ୟ ସମ୍ପର୍କିତ ମାମଲା: ରାହୁଲ ଗାନ୍ଧୀଙ୍କୁ ହାଇକୋର୍ଟରୁ ଝଟକା
  • OMVD କନଷ୍ଟେବଳ ଆଶୁତୋଷ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ସୁଲଭ ମୂଲ୍ୟରେ ଶ୍ରୀଜଗନ୍ନାଥଙ୍କ ଜମି ବନ୍ଦୋବସ୍ତ, ସାଧାରଣ ଓ ସେବାୟତ ପରିବାର ପାଇଁ ଭିନ୍ନଭିନ୍ନ ଦର ଧାର୍ଯ୍ୟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In