• About Us
  • Contact Us
Saturday, August 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ପଙ୍କଜ ଲୋଚନ ଓସିଏର ନୂଆ ସଭାପତି

by Voice of Victims
February 23, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ପଙ୍କଜ ଲୋଚନ ଓସିଏର ନୂଆ ସଭାପତି

ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌(ଓସିଏ) ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି ପଙ୍କଜ ଲୋଚନ ମହାନ୍ତି। ଆଜି ଓସିଏର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକ ଅବସରରେ ନିର୍ବାଚନ ଅଧିକାରୀ ଏମ.ଏଲ ମଜୁମଦାର ଶ୍ରୀ ମହାନ୍ତିଙ୍କୁ ନିଦ୍ୱର୍ନ୍ଦ୍ୱରେ ସଭାପତି ଭାବେ ନିର୍ବାଚିତ ବୋଲି ଘୋଷଣା କରିଥିଲେ। ସମ୍ପାଦକ ସଞ୍ଜୟ ବେହେରା, ଯୁଗ୍ମ ସମ୍ପାଦକ ପ୍ରଭାତ ଭୋଳ, କୋଷାଧ୍ୟକ୍ଷ ବିକାଶ ପ୍ରଧାନଙ୍କ ସମେତ ଓସିଏର ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଗତ ଡିସେମ୍ବର୨୯ରେ ପ୍ରଣବ ପ୍ରକାଶ ଦାସ ବ୍ୟକ୍ତିଗତ କାରଣ ଦର୍ଶାଇ ସଭାପତି ପଦରୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ପଙ୍କଜ ଲୋଚନଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଗତ ୧୩ ତାରିଖରୁ ଓସିଏର ସଭାପତି ପଦ ନିମନ୍ତେ ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପଙ୍କଜଙ୍କ ବ୍ୟତୀତ ଅନ୍ୟ କେହି ପ୍ରାର୍ôଥପତ୍ର ଦାଖଲ କରିନଥିଲେ। ଫଳରେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପଙ୍କଜ ସଭାପତି ହେବା ସହିତ ଓସିଏର ଉପସଭାପତି ପଦ ଏବେ ଫାଙ୍କା ହୋଇଛି। ପ୍ରଶାସନିକ ଦୃଢ଼ତା ସହ ଓଡ଼ିଶା କ୍ରିକେଟ୍‌କୁ ଏକ ନୂତନ ଉଚ୍ଚତାରେ ପହଞ୍ଚାଇବା ବୋଲି ଶ୍ରୀ ମହାନ୍ତି ଏହି ଅବସରରେ ମତବ୍ୟକ୍ତ କରିଛନ୍ତି। ଓସିଏର ଉପସଭାପତି ଭାବେ ଶ୍ରୀ ମହାନ୍ତି ୨୦୨୨ ଅକ୍ଟୋବର ୨୮ ତାରିଖ ଓସିଏ ଆପେକ୍ସ କାଉନସିଲ୍‌ର ବାର୍ଷିକ ସାଧାରଣ ଅଧିବେଶନରେ ନିର୍ବାଚିତ ହୋଇଥିଲେ। ସେବେଠାରୁ ଉପସଭାପତି ଭାବେ ସେ କାର୍ଯ୍ୟଭାର ତୁଲାଇ ଆସୁଥିଲେ।

Post Views: 193
Share197Tweet123Send
Voice of Victims

Voice of Victims

Recent Posts

  • ଓଡଗାଁ ଅଞ୍ଚଳ ଅଂଚଳବାସୀଙ୍କ ଦୂର ହେବ ବିଦ୍ୟୁତ କାଟ ସମସ୍ୟା : ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ନୟାଗଡ଼-ଓଡ଼ଗାଁ ନୂତନ 33 କେଭି ଲାଇନ,ଉପକୃତ ହେବେ ଓଡଗାଁ ଓ ଶରଣକୁଳର 50 ହଜାର ଉପଭୋକ୍ତା
  • ରୁଷ ତୈଳ କିଣୁଥିବା ଭାରତକୁ ଆମେରିକାର ବଡ଼ ଝଟକା! ସେନେଟ୍‌ରେ ପାସ୍ ହେଲା ପ୍ରତିବନ୍ଧକ ବିଲ୍
  • ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଢିଲା ଚିନ୍ତା: ଦୁଇଟି ବଡ଼ ଦାବି ରଖିଲେ ଟିଏମସି ବିଦ୍ରୋହୀ ଗୋଷ୍ଠୀ
  • ଆଜି ସବୁ ସ୍କୁଲ ବନ୍ଦ, ପ୍ରବଳ ବର୍ଷା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
  • ଆସୁଛି ଲଘୁଚାପ, ପ୍ରବଳ ବର୍ଷା ଆଶଙ୍କା, ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In