ରଣପୁର, ୪/୮ : ରଣପୁର ବ୍ଲକ ଅନ୍ତର୍ଗତ ଗୌରାଙ୍ଗପୁର କ୍ଲଷ୍ଟରର ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟ ଓ ନରସିଂହପୁର କ୍ଲଷ୍ଟର ନାଟିମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ବିଭିନ୍ନ ବିଦ୍ୟାଳୟରେ ଅଭିଭାବକ–ଶିକ୍ଷକ ବୈଠକ (PTM) ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣା ବୈଠକର ସମସ୍ତ ଆଲୋଚ୍ୟ ବିଷୟ ଉପସ୍ଥାପନ କରିବା ସହ ଶିଶୁଙ୍କ ଶିକ୍ଷାରେ ଅଭିଭାବକଙ୍କ ସକ୍ରିୟ ଭୂମିକାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ସି.ଆର.ସି.ସି ସୁଧାକର ମିଶ୍ର ଯୋଗଦେଇ ଅଭିଭାବକମାନଙ୍କୁ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିଥିଲେ। ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶେଷଦେବ ପ୍ରଧାନଙ୍କ ସମେତ ୨୪ ଜଣ ଅଭିଭାବକ ଉପସ୍ଥିତ ଥିଲେ।ନରସିଂହପୁର କ୍ଲଷ୍ଟର ନାଟିମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏସଏମସି ସଭାପତିଙ୍କ ଦ୍ୱାରା ପ୍ରଭୁ ଗଣେଶଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ବୈଠକର ଶୁଭାରମ୍ଭ କରାଯାଇଥିଲା।

ପ୍ରଧାନ ଶିକ୍ଷୟିତ୍ରୀ ସରସ୍ୱତୀ ରାଉତରାୟ ଏବଂ ଶିକ୍ଷକ ଭଗବତ ଜେନା, ରମେଶ ଚନ୍ଦ୍ର ସାହୁ ଓ ସ୍ୱାଗତିକା ପ୍ରଧାନ ବୈଠକର ବିଭିନ୍ନ ଆଲୋଚ୍ୟ ବିଷୟ ସମ୍ପର୍କରେ ସ୍ପଷ୍ଟ ଆଲୋଚନା କରିଥିଲେ। ସି.ଆର.ସି.ସି. ଭାବେ ସୁଶୀଲ କୁମାର ରଣା ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ଏବଂ ବିଦ୍ୟାଳୟ–ଅଭିଭାବକ ସମନ୍ୱୟର ଗୁରୁତ୍ୱ ଉପରେ ନିଜର ମତାମତ ରଖିଥିଲେ।କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ଆୟୋଜିତ ଏହି ବୈଠକରେ ଅଭିଭାବକ, ଏସ.ଏମ.ସି ସଦସ୍ୟ ସଦସ୍ୟା ଓ ଶିକ୍ଷକ–ଶିକ୍ଷୟିତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଶିଶୁଙ୍କ ଶିକ୍ଷା, ଉପସ୍ଥାନ, ସ୍ୱାସ୍ଥ୍ୟ ଏବଂ ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିଦ୍ୟାଳୟ ଓ ଅଭିଭାବକଙ୍କ ମଧ୍ୟରେ ସୁଦୃଢ଼ ସହଭାଗିତାକୁ ଆହୁରି ମଜବୁତ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।
