• About Us
  • Contact Us
Monday, August 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା : ଭାରତକୁ ସୁରକ୍ଷା ଦେବ ‘ସୁଦର୍ଶନ ଚକ୍ର’, ନିର୍ମାଣ କରିବେ ଯୁବପିଢି

by Voice of Victims
August 15, 2025
in ଦେଶ ବିଦେଶ, ମୁଖ୍ୟ ଖବର
ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା : ଭାରତକୁ ସୁରକ୍ଷା ଦେବ ‘ସୁଦର୍ଶନ ଚକ୍ର’, ନିର୍ମାଣ କରିବେ ଯୁବପିଢି

ନୂଆଦିଲ୍ଲୀ: ଆଜି ଦେଶ ୭୯ତମ ଦିବସ ପାଳନ କରୁଛି । ଲାଲକିଲ୍ଲାରୁ ଦେଶକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଲାଲକିଲ୍ଲାରରୁ ଆତଙ୍କବାଦକୁ ଟାର୍ଗେଟ କରିବା ସହିତ ଅପରେସନ ସିନ୍ଦୂର ବିଷୟରେ ବର୍ଣ୍ଣନା କରିଥିଲେ । ଦେଶର ଶତ୍ରୁକୁ ବୀର ଯବାନ କିଭଳି ଦଣ୍ଡ ଦେଇଥିଲେ, ତାହା ବର୍ଣ୍ଣନା କରିଥିଲେ । ଏହାସହିତ ନ୍ୟୁକ୍ଲିୟର ଧମକକୁ ଭାରତ ଡରିବନି ବୋଲି ମଧ୍ୟ କହିଥିଲେ । ୨୦୩୫ ସୁଦ୍ଧା ସୁଦର୍ଶନ ଚକ୍ର ଆଡଭାନ୍ଡ ୱେପନ ସିଷ୍ଟମ । ଏହାର ଲକ୍ଷ୍ୟ ରହିବ କଭଲି ଦେଶର ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ସୁରକ୍ଷା ଯୋଗାଇବା ଏବଂ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ମଜଭୁତ କରିବା । ଆଗାମୀ ୧୦ବର୍ଷ ମଧ୍ୟରେ ଦେଶର ସୁରକ୍ଷା ପ୍ରତି ଯେଉଁସବୁ ଚ୍ୟାଲେଞ୍ଜ ଆସିବ ତାର ସାମନା କରିବ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହେବାକୁ ଥିବା ଏହି ଆଡଭାନସ୍ଡ ଡିଫେନ୍ସ ସିଷ୍ଟମ ।

୭୯ତମ ସ୍ବାଧୀନତା ଦିବସ ଏବସରରେ ପ୍ରଧାମମନ୍ତ୍ରୀ ମୋଦି ଦେଶର ଶତ୍ରୁପକ୍ଷଙ୍କୁ ଏଭଳି ଚେତବନୀ ଦେଇଛନ୍ତି । ନ୍ୟାସନାଲ ସିକ୍ୟୁରିଟି କଭର ଅଧିନରେ ଦେଶର ପ୍ରମୁଖ ଅନୁଷ୍ଠାନ, ରେଳ ଷ୍ଟେସନ, ଡାକ୍ତରଖାନା, ଧାର୍ମିକସ୍ଥଳ ଇତ୍ୟାଦିକୁ ରଖାଯିବ । ମୋଦି କହିଛନ୍ତି, ଆଗାମୀ ୧୦ବର୍ଷ ଭିତରେ, ଅର୍ଥାତ ୨୦୩୫ ସୁଦ୍ଧା ଆମେ ଆମର ଜାତୀୟ ସୁରକ୍ଷାକୁ ସଂପ୍ରସାରଣ, ସୁଦୃଢ଼ ଏବଂ ଆଧୁନିକୀକରଣ କରିବାକୁ ଲକ୍ଷ୍ୟ ରଖିଛୁ । ଦେଶ ପାଇଁ ସୁଦର୍ଶନ ଚକ୍ର ମିଶନ ଆରମ୍ଭ କରାଯାଉଛି ।

ଏହା ଭଗବାନ ଶ୍ରୀକୃଷ୍ଣଙ୍କ ‘ସୁଦର୍ଶନ ଚକ୍ର’ ଦ୍ୱାରା ଅନୁପ୍ରାଣିତ । ଏହି ମିଶନ ସହ ଜଡିତ ସମସ୍ତ ଗବେଷଣା, ବିକାଶ ଏବଂ ଉତ୍ପାଦନ ଭାରତରେ ହିଁ କରାଯିବ ଏବଂ ଏହାକୁ ଦେଶର ଯୁବପିଢ଼ିଙ୍କ ଦ୍ୱାରା ପ୍ରସ୍ତୁତ କରାଯିବ ଭଗବାନ ଶ୍ରୀକୃଷ୍ଣ ତାଙ୍କର ସୁଦର୍ଶନ ଚକ୍ରରେ ସୂର୍ଯ୍ୟଙ୍କୁ ଆଚ୍ଛାଦିତ କରି ଦିନକୁ ଅନ୍ଧକାର କରିଥିଲେ, ଯାହା ଅର୍ଜୁନଙ୍କୁ ତାଙ୍କର ପ୍ରତିଜ୍ଞା ପୂରଣ କରିବାରେ ସକ୍ଷମ କରିଥିଲା । ସେହିପରି, ଭାରତର ‘ସୁଦର୍ଶନ ଚକ୍ର’ ମିଶନ ମଧ୍ୟ ଶତ୍ରୁମାନଙ୍କର ପ୍ରତ୍ୟେକ ଆକ୍ରମଣକୁ ନିଷ୍କ୍ରିୟ କରିପାରିବ ଏବଂ ଅଧିକ ଶକ୍ତି ସହିତ ପ୍ରତିଶୋଧ ନେଇପାରିବ । ଏହି ସୁଦର୍ଶନ ଚକ୍ର ଏକ ମହାଶକ୍ତିଶାଳୀ ୱିପନ୍ ସିଷ୍ଟମ୍ ଶତ୍ରୁର ଆକ୍ରମଣକୁ ଟାର୍ଗେଟ୍ କରିବା ସହ ଶତ୍ରୁ ଉପରେ ପାଲଟା ଆକ୍ରମଣ କରିବ । ଏହି ମିସନକୁ ୧୦ ବର୍ଷ ଭିତରେ ସାକାର କରିବା ସହ ବିସ୍ତୃତ କରାଯିବ ।

Post Views: 120
Share199Tweet125Send
Voice of Victims

Voice of Victims

Recent Posts

  • ରଣପୁରରେ ଭବ୍ୟ ଭାବେ ପାଳିତ ୮୦ତମ ପବିତ୍ର ସ୍ୱାଧୀନତା ଦିବସ
  • ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
  • ସିକ୍କିମରେ ବିଶାଳ ଭୂସ୍ଖଳନ, ଖସୁଛି ପାହାଡ଼, ବିପଦରେ ୧୫୦ ଲୋକ
  • ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ, ଟିଏମସି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର
  • ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ, ୩ ଦିନ ଭିଜିବ ଓଡ଼ିଶା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In