• About Us
  • Contact Us
Wednesday, August 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଟାଟା-ଏୟାରବସ ପ୍ଲାଣ୍ଟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

by Voice of Victims
October 28, 2024
in ଦେଶ ବିଦେଶ, ମୁଖ୍ୟ ଖବର
ଟାଟା-ଏୟାରବସ ପ୍ଲାଣ୍ଟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୁଜୁରାଟର ଭଦୋଦରାରେ ଉଦଘାଟିତ ହେଲା ବହୁଚର୍ଚ୍ଚିତ ଟାଟା-ଏୟାରବସବିମାନ ନିର୍ମାଣ ପ୍ଲାଣ୍ଟ । ସ୍ପେନ ରାଷ୍ଟ୍ରପତି ପେଡ୍ରୋ ସଞ୍ଚେଜଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ଲାଣ୍ଟର ଉଦଘାଟନ କରିଛନ୍ତି । ତିନି ଦିନିଆ ଭାରତ ଗସ୍ତରେ ଥିବା ସ୍ପେନ ରାଷ୍ଟ୍ରପତି ସଞ୍ଚେଜ ଆଜି ସକାଳେ ଭଦୋଦରାରେ ପହଞ୍ଚିଥିଲେ । ପ୍ଲାଣ୍ଟ ଉଦଘାଟନ ପୂର୍ବରୁ ଉଭୟ ରାଷ୍ଟ୍ରମୁଖ୍ୟ ରୋଡ ସୋ’ ମଧ୍ୟ କରିଥିଲେ। ସ୍ପେନର ଆଭିଏସନ କମ୍ପାନୀ ‘ଏୟାରବସ’ ସହଯୋଗରେ ‘ଟାଟା ଆଡଭାନ୍ସ ସିଷ୍ଟମ’ ଏହି କାରଖାନା ସ୍ଥାପନ କରିଛି । ‘ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ୍’  କ୍ୟାମ୍ପସରେ ଏହି ଉତ୍ପାଦନକାରୀ ପ୍ଲାଣ୍ଟ ନିର୍ମାଣ କରାଯାଇଛି । ଏହା ଭାରତୀୟ ସାମରିକ କ୍ଷେତ୍ରକୁ ବଳ ଦେବା ସହ ଆତ୍ମନିର୍ଭରତା ବଢାଇବ ।କେନ୍ଦ୍ର ସରକାରଙ୍କ ‘C-୨୯୫’ କାର୍ୟ୍ୟକ୍ରମ ଅଧୀନରେ ମୋଟ ୫୬ ବିମାନ ନିର୍ମାଣ ହେବାର କାର୍ୟ୍ୟକ୍ରମ ଅଛି । ସେଥିମଧ୍ୟରୁ ୧୬ଟି ସ୍ପେନ ଆଭିଏସନ କମ୍ପାନୀ ‘ଏୟାରବସ’ ନିର୍ମାଣ କରିବା ସହ ଭାରତକୁ ଯୋଗାଇଦେବ । ଅବଶିଷ୍ଟ ୪୦ଟି ବିମାନ ଭାରତରେ ଟାଟା କମ୍ପାନୀର ମିଳିତ ସହଯୋଗରେ ନିର୍ମାଣ ହେବ । ଏହି ୪୦ଟି ବିମାନ ଉତ୍ପାଦନ ପାଇଁ ‘ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ’ ଓ ‘ଏୟାରବସ’ ମିଳିତ ଭାବେ ଗୁଜୁରାଟରେ କାମ କରିବେ । ଏହି ପ୍ଲାଣ୍ଟରେ ବିମାନ ନିର୍ମାଣଠାରୁ ଆରମ୍ଭ କରି ଆସେମ୍ବୁଲ (ଯନ୍ତ୍ରାଂଶ ଏକତ୍ରୀକରଣ), ପରୀକ୍ଷଣ ଏବଂ ମେଣ୍ଟେନାନ୍ସ ପର୍ୟ୍ୟନ୍ତ ଏକ ସମ୍ପୂର୍ଣ୍ଣ ବୈଷୟିକ ବ୍ୟବସ୍ଥା ବିକଶିତ ହେବ । ଟାଟା କମ୍ପାନୀ ବ୍ୟତୀତ ପ୍ରମୁଖ ରାଷ୍ଟ୍ରାୟତ ପ୍ରତିରକ୍ଷା କ୍ଷେତ୍ର ୟୁନିଟ୍ ‘ଭରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍’ ଏବଂ ‘ଭରତ ଡାଇନାମିକ୍ସ ଲିମିଟେଡ୍’ ଓ କିଛି ଘରୋଇ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏହି କାର୍ୟ୍ୟକ୍ରମରେ ମଧ୍ୟ ସହଯୋଗ କରିବେ ।

Post Views: 54
Share198Tweet124Send
Voice of Victims

Voice of Victims

Recent Posts

  • ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉନ୍ନତିକରଣ ଲାଗି ୩.୧୦ କୋଟି ଯୋଗାଇ ଦେଲେ ଅଶ୍ୱିନୀ ବୈଷ୍ଣବ
  • ଦିଲ୍ଲୀରେ ଖୁବ୍ ଶୀଘ୍ର ‘ଜନ୍ତର ମନ୍ତର ସିଜିନ୍ ୨’!
  • ରେମୁଣାରେ “ତ୍ରୀରଙ୍ଗା ପଦଯାତ୍ରା” ଅନୁଷ୍ଠିତ
  • ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଏନ୍. ଚନ୍ଦ୍ରଶେଖର, ୨୦୨୭ ରେ ସରିବ କାର୍ଯ୍ୟକାଳ
  • “ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେବି”: ବିରୋଧୀଙ୍କ ହଟ୍ଟଗୋଳ ଉପରେ ଅମିତ ଶାହଙ୍କ ପ୍ରଥମ ପ୍ରତିକ୍ରିୟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In