• About Us
  • Contact Us
Sunday, August 16, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ପ୍ରବାସୀ ଭାରତୀୟ ଦିବସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

by Voice of Victims
January 9, 2025
in ମୁଖ୍ୟ ଖବର, ରାଜ୍ୟ
ପ୍ରବାସୀ ଭାରତୀୟ ଦିବସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରର ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଉଦଘାଟନ ଉତ୍ସବରେ ରାଜ୍ୟପାଳ ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶୀକ ମନ୍ତ୍ରୀ ଏସ ଜୟଶଙ୍କର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ବନୀ ବୈଷ୍ଣବ ପ୍ରମୁଖ ଯୋଗଦେଇଥିଲେ। ଏହି ଉତ୍ସବରେ ପ୍ରଖ୍ୟାତ ସଂଗୀତଜ୍ଞ ତଥା ଗ୍ରାମୀ ପୁରସ୍କୃତ ଋକି କେଜ ଆବାହନୀ ସଂଗୀତ ଗାନ କରିଥିଲେ। ଏଥିରେ ସେ ପ୍ରବାସୀ ଭାରତୀୟଙ୍କୁ ତାଙ୍କ ସଂଗୀତ ମାଧ୍ୟମରେ ସ୍ବାଗତ କରିଥିଲେ। ଏହାପରେ ଏହି ମଞ୍ଚରେ ଉପସ୍ଥିତ ବୈଦଶିକ ମନ୍ତ୍ରୀ ଜୟଶଙ୍କର ତାଙ୍କ ଅଭିଭାଷଣରେ ପ୍ରବାସୀ ଭାରତୀୟଙ୍କୁ ଭାରତର ରାଷ୍ଟ୍ରଦୂତ ବୋଲି କହିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝି ଓଡିଶା ମାଟିରୁ ସ୍ବାଗତ କରିବା ସହିତ ପୁଂଜି ବିନିଯୋଗ ପାଇଁ ଆହ୍ବାନ କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀଙ୍କୁ ଲୋକାଲ ଟୁ ଗ୍ଲୋବାଲ ରେ ସହଯୋଗ କରିବା ପାଇଁ ଆହ୍ବାନ ଦେଇଥିଲେ। ସେ କହିଥିଲେ ଯେ, ବିଦେଶରେ ମିଳୁଥିବା ଭାରତୀୟ ପ୍ରଦାର୍ଥ ପ୍ରତି ଭାରତୀୟ କିଣିବା ଆବଶ୍ୟକ। ଆପଣଙ୍କ ରୋଷେଇ ଘରେ ଭାରତୀୟ ଜିନିଷ ରହିବା ଉଚିତ ବୋଲି ସେ କହିଥିଲେ। ଯଦି କୌଣସି ଭାରତୀୟ ଜିନିଷ ଆପଣଙ୍କ ପାଖରେ ଯଦି ନ ମିଳେ ତେବେ ତାହାକୁ ଅନଲାଇନରେ ଅଡର କରନ୍ତୁ ବୋଲି କହିଥିଲେ। ଆସନ୍ତାକାଲି ଏହି ସମ୍ମିଳନୀର ଉଦଯାପନୀ ଉତ୍ସବ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ। ସେ ପ୍ରବାସୀ ଭାରତୀୟ ଶିଳ୍ପପତିଙ୍କୁ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

Post Views: 51
Share198Tweet124Send
Voice of Victims

Voice of Victims

Recent Posts

  • ରଣପୁରରେ ଭବ୍ୟ ଭାବେ ପାଳିତ ୮୦ତମ ପବିତ୍ର ସ୍ୱାଧୀନତା ଦିବସ
  • ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
  • ସିକ୍କିମରେ ବିଶାଳ ଭୂସ୍ଖଳନ, ଖସୁଛି ପାହାଡ଼, ବିପଦରେ ୧୫୦ ଲୋକ
  • ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ, ଟିଏମସି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର
  • ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ, ୩ ଦିନ ଭିଜିବ ଓଡ଼ିଶା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In