ଭୁବନେଶ୍ବର: ଲଘୁଚାପ ବର୍ଷା ଲାଗି ସ୍କୁଲ ଛୁଟି । ଆଜି ନବରଙ୍ଗପୁର ଜିଲ୍ଲାର ସମସ୍ତ ସ୍କୁଲ, ଅଙ୍ଗନବାଡି ବନ୍ଦ ରହିବ । ସେହିପରି ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରଭାବିତ ଅଞ୍ଚଳରେ ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡି । ନବରଙ୍ଗପୁରରେ ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଭୀଷଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଭୀଷଣ ବର୍ଷା ନେଇ ନବରଙ୍ଗପୁର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି।

ଏପଟେ କାଲି ଭଦ୍ରକର ୩ଟି ବ୍ଲକରେ ୮୯ଟି ସ୍କୁଲ ବନ୍ଦ ଘୋଷଣା ହୋଇଛି । ଭଦ୍ରକ, ତିହିଡ଼ି ଓ ଚାନ୍ଦବାଲି ବ୍ଲକରେ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ବନ୍ୟା ପରିସ୍ଥିତିକୁ ଦୃଷ୍ଟି ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି । ସେହିପରି ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ କାଲି ବନ୍ଦ ରହିବ ସ୍କୁଲ । ବରୀ, ଦଶରଥପୁର ସମେତ ୮ଟି ବ୍ଲକର ୧୬୨ଟି ସ୍କୁଲ ଛୁଟି ଘୋଷଣା କରାଯାଇଛି ।

