• About Us
  • Contact Us
Wednesday, May 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

୨୭ ରାଜ୍ୟର କୌଣସି ବି ବୁଥ୍‌ରେ ହୋଇନି ପୁନଃ ମତଦାନ:ରାଜୀବ କୁମାର

by Voice of Victims
June 3, 2024
in ଦେଶ ବିଦେଶ, ମୁଖ୍ୟ ଖବର
୨୭ ରାଜ୍ୟର କୌଣସି ବି ବୁଥ୍‌ରେ ହୋଇନି ପୁନଃ ମତଦାନ:ରାଜୀବ କୁମାର

ନୂଆଦିଲ୍ଲୀ : ଦେଶରେ ସାତଟି ପର୍ୟ୍ୟାୟରେ ୧୮ ତମ ଲୋକସଭା ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବା ପରେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଦିନ ଫଳାଫଳ ଆସିବାକୁ ଯାଉଛି। ଏହାପୂର୍ବରୁ ଆଜି ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀ କରି  ସାତ ପର୍ୟ୍ୟାୟ ନିର୍ବାଚନ ପ୍ରକ୍ରିୟା ବିଷୟରେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଚଳିତ ନିର୍ବାଚନ ମତଦାନ ସାରା ବିଶ୍ୱରେ ଐତିହାସିକ ରେକର୍ଡ ସୃଷ୍ଟି କରିଛି । ଏହି ନିର୍ବାଚନରେ ​​୬୪ କୋଟିରୁ ଅଧିକ ଲୋକ ଭୋଟ୍ ଦେଇଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ରି-ପୋଲିଂ କମିଛି। ୨୭ ରାଜ୍ୟର କୌଣସି ବି ବୁଥ୍‌ରେ ହୋଇନି ପୁନଃ ମତଦାନ। ୨୦୧୯ ନିର୍ବାଚନରେ ୫୪୦ ସ୍ଥାନରେ ରି-ପୋଲିଂ ହୋଇଥିଲା।  ଏହାଛଡା ସବୁଠୁ ଅଧିକ ସଂଖ୍ୟକ ଭୋଟର ମତଦାନ ଦେଇଛନ୍ତି । ବିଶେଷ କରି ଜମ୍ମୁ-କାଶ୍ମୀର ଭଳି ସମ୍ବୋଦନଶୀଳ ଅଞ୍ଚଳରେ ଚଳିତ ବର୍ଷ ସର୍ବାଧିକ ଭୋଟର ମତଦାନ କରିଛନ୍ତି । ଏହାସହ ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ବର୍ଷ ନିର୍ବାଚନରେ ସର୍ବାଧିକ ମହିଳା ଭୋଟର ନିଜର ମତସାବ୍ୟସ୍ତ କରିଛନ୍ତି । ଏଥର ୩୧ କୋଟି ମହିଳା ଭୋଟ୍ ଦେଇଛନ୍ତି, ଯାହା କି ପ୍ରଥମ ଥର ପାଇଁ ରେକର୍ଡ ସୃଷ୍ଟି କରିଛି । ଏଥି ସହିତ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଭାରତରେ ୬୪୨ ନିୟୁତ ଭୋଟର ଅଛନ୍ତି। ଏହି ସଂଖ୍ୟା ବିଶ୍ୱରେ ଥିବା ୨୭ଟି ଦେଶର ଭୋଟରଙ୍କ ତୁଳନାରେ ପାଞ୍ଚ ଗୁଣ ଅଧିକ। ଚଳିତ ନିର୍ବାଚନରେ ​​୬୪ କୋଟିରୁ ଅଧିକ ଲୋକ ଭୋଟ୍ ଦେଇଛନ୍ତି। ଏହି ନିର୍ବାଚନରେ ଭାରତ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଆମେ ବୃଦ୍ଧଙ୍କ ଘରକୁ ଘର ଯାଇ ସେମାନଙ୍କ ଭୋଟ୍ ନେଇଛୁ। ୮୫ରୁ ଅଧିକ ବୟସ୍କ ଭୋଟରମାନେ ଘରୁ ଭୋଟ୍ ଦେଇଛନ୍ତି। ଜମ୍ମୁ-କଶ୍ମୀରରେ ରେକର୍ଡ ମତଦାନ ହୋଇଛି। ଚଳିତ ବର୍ଷ ଗତ ୪ ଦଶନ୍ଧି ମଧ୍ୟରେ ଜମ୍ମୁ କାଶ୍ମୀରରେ ସର୍ବଧିକ ମତଦାନ ହୋଇଛି। ଝାଡ଼ଖଣ୍ଡ, ଛତିଶଗଡ଼ ଓ ଓଡ଼ିଶା ଭଳି ନକ୍ସଲପ୍ରବଣ ଅଞ୍ଚଳରେ ମାଓ ହିଂସା ହୋଇନି। ଚଳିତ ନିର୍ବାଚନ ସୁରୁଖୁରୁରେ ହୋଇଛି ବୋଲି ମୁଖ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।

Post Views: 36
Share198Tweet124Send
Voice of Victims

Voice of Victims

Recent Posts

  • ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ, ଶିକ୍ଷା ମହଲରେ ଶୋକର ଛାୟା
  • କଣ୍ଟାବାଞ୍ଜି ପୁର୍ବ ବିଧାୟକ ଆୟୁବ ଖାନଙ୍କ ଵିୟୋଗ, ଥରେ ସ୍ବାଧୀନ ଓ ଥରେ ବିଜେଡିରୁ ବିଧାୟକ ହୋଇଥିଲେ
  • ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା
  • ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ
  • ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In