• About Us
  • Contact Us
Thursday, June 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

TMCରେ ବିଦ୍ରୋହ, ହାରିବା ପରେ ଘାରିଲା ଭାଙ୍ଗିବା ଭୟ

by Voice of Victims
June 4, 2026
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା ଅଭିଯୋଗ
TMCରେ ବିଦ୍ରୋହ, ହାରିବା ପରେ ଘାରିଲା ଭାଙ୍ଗିବା ଭୟ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସରେ ବଡ ଧରଣର ବିସ୍ଫୋରଣ । ଦଳର ୬୦ ବିଦ୍ରୋହୀ ବିଧାୟକଙ୍କୁ ସ୍ୱୀକୃତି ଦେଇଛନ୍ତି ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି । ଟିଏମସିରୁ ନିଲମ୍ବିତ ବିଧାୟକ ରିତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ମାନ୍ୟତା ମିଳିଛି । ଆଜି ରିତବ୍ରତଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସର ୫୯ ବିଧାୟକ ବିଧାନସଭାରେ ପହଞ୍ଚି ନିଜକୁ ଅସଲି ଟିଏମସି ବୋଲି ଦାବି କରିଛନ୍ତି । ତେବେ ବିଦ୍ରୋହୀ ବିଧାୟକମାନେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ନିଜ ନେତା ବୋଲି କହୁଥିବା ବେଳେ ଅଭିଷେକ ବାନାର୍ଜୀଙ୍କ ପତିଆରାକୁ ବିରୋଧ କରୁଛନ୍ତି । ସେପଟେ ସ୍ଥିତି ସମ୍ଭାଳିବା ପାଇଁ ତୃଣମୂଳ କଂଗ୍ରେସ ନିଜର ସମସ୍ତ ଛାମୁଆ ସଂଗଠନକୁ ଭଙ୍ଗ କରିଛି ।

ହାରିବା ପରେ ଘାରିଲା ଭାଙ୍ଗିବା ଭୟ । ତୃଣମୂଳ କଂଗ୍ରେସରେ କମ୍ପନ । ସୁପ୍ରିମୋ ମମତା ବାନାର୍ଜୀଙ୍କୁ ବିଦ୍ରୋହୀ ବିଧାୟକଙ୍କ ଚ୍ୟାଲେଞ୍ଜ । ମୁଖ୍ୟ ବିରୋଧୀ ଦଳ ମାନ୍ୟତା ଓ ବିରୋଧୀ ଦଳ ନେତା ପଦ ପାଇଛନ୍ତି ଟିଏମସିର ୫୯ ବିଦ୍ରୋହୀ ବିଧାୟକ । ବିଧାନସଭା ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସରେ ବିସ୍ଫୋରଣ ହୋଇଛି । ଦଳର ଆଭ୍ୟନ୍ତରୀଣ ବିବାଦ ଆଜି ପଶ୍ଚିମବଙ୍ଗ ବିଧାସନଭାରେ ପହଞ୍ଚିଛି । ଟିଏମସିର ୫୯ ବିଦ୍ରୋହୀ ବିଧାୟକ ବିଧାନସଭାରେ ପହଞ୍ଚି ନିଜକୁ ଅସଲି ଟିଏମସି ଏବଂ ଗୃହର ମୁଖ୍ୟ ବିରୋଧୀ ଦଳ ଭାବେ ଘୋଷଣା କରିବାକୁ ଦାବି କରିଥିଲେ।

Post Views: 12
Share197Tweet123Send
Voice of Victims

Voice of Victims

Recent Posts

  • ଓଡ଼ିଶା ପାଇଁ କେନ୍ଦ୍ର କ୍ୟାବିନେଟ୍ ର ବଡ଼ ଭେଟି, ରାମେଶ୍ୱର-ପାରାଦୀପ କୋଷ୍ଟାଲ ହାଇୱେକୁ ମଞ୍ଜୁରୀ
  • TMCରେ ବିଦ୍ରୋହ, ହାରିବା ପରେ ଘାରିଲା ଭାଙ୍ଗିବା ଭୟ
  • ଆରମ୍ଭ ହେବ ଇ-ହୁଣ୍ଡି ବ୍ୟବସ୍ଥା, ପୁରୀ ନଆସି ଶ୍ରୀଜଗନ୍ନାଥଙ୍କ ହୁଣ୍ଡିକୁ ଦାନ କରି ପାରିବେ ଭକ୍ତ
  • ମମତା ବାନାର୍ଜୀଙ୍କ ବିରୋଧରେ ବଡ଼ ବିଦ୍ରୋହ!: ୫୯ ବିଧାୟକଙ୍କ ସମର୍ଥନ ଦାବି କଲେ ରୀତବ୍ରତ ବାନାର୍ଜୀ
  • ଖରାଛୁଟି ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚିବ ବହି: ଗଣଶିକ୍ଷାମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In