• About Us
  • Contact Us
Wednesday, November 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଓଡ଼ିଶା-ଆନ୍ଧ୍ର ସୀମାନ୍ତ ବାସୀଙ୍କ ପାଖରେ ଦୁଇଟି ରାଜ୍ୟର ରହିଛି ଭୋଟର୍ କାର୍ଡ: ସରକାରଙ୍କୁ ବିଜେଡିର ଟାର୍ଗେଟ୍

by Voice of Victims
November 11, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଓଡ଼ିଶା-ଆନ୍ଧ୍ର ସୀମାନ୍ତ ବାସୀଙ୍କ ପାଖରେ ଦୁଇଟି ରାଜ୍ୟର ରହିଛି ଭୋଟର୍ କାର୍ଡ: ସରକାରଙ୍କୁ ବିଜେଡିର ଟାର୍ଗେଟ୍

ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ବାସ କରୁଥିବା ଲୋକଙ୍କ ପାଖରେ ଦୁଇଟି ରାଜ୍ୟର ଭୋଟର କାର୍ଡ଼ ରହିବାକୁ ନେଇ ସମ୍ପୂର୍ଣ୍ଣ ଏସଆରଏଫ୍ ପ୍ରକ୍ରିୟା ସନ୍ଦେହ ଘେରକୁ ଆସିଛି। ବୈଧ ଭୋଟର ଯେପରି ତାଲିକାରୁ ବାଦ୍ ନପଡ଼ନ୍ତି ସେଥିପାଇଁ ବିଜୁ ଜନତା ଦଳ ବାରମ୍ବାର ଦାବି କରିଆସୁଥିବା ବେଳେ ରାଜ୍ୟରେ ଏସଆରଏଫ୍ ପ୍ରକ୍ରିୟାରେ ଅନେକ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ସାଧାରଣ ସମ୍ପାଦକ ବିଜୟ ନାୟକ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ଦେବୀ ମିଶ୍ର କହିଛନ୍ତି ଯେ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏସଆଇଆର ପର ପ୍ରକିୟା ଆରମ୍ଭ ହୋଇଛି । ଜାନୁଆରୀ ମାସ ସୁଦ୍ଧା ଚୂଡାନ୍ତ ସଂଶୋଧନ ଭୋଟର ତାଲିକା ପ୍ରକାଶ ପାଇବ । ତାହାକୁ ନିର୍ଭୁଲ ଭାବେ କରିବା ପାଇଁ ବିଜେଡି ପକ୍ଷରୁ ବାରମ୍ବାର ଦାବି ଉପସ୍ଥାପନ କରାଯାଉଛି । ଗତ ୨୦୨୫ ମସିହାରେ ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ବିଜେଡିର ଏକ ପ୍ରତିନିଧି ଦଳ ଭେଟି ଆଲୋଚନା କରିଥିଲେ । ବୈଧ ଭୋଟର୍ ମାନେ ଯେପରି ତାଲିକାରୁ ବାଦ୍ ପଡ଼ିବେ ନାହିଁ, ତାହାକୁ ବିଜେଡି ସର୍ବଦା ଗୁରୁତ୍ୱ ଦେଇ କାର୍ଯ୍ୟ କରି ଆସୁଛି । ଏସଆଇଆର ପ୍ରକିୟାରେ ଯେଉଁଠି ବି ତ୍ରୁଟି ରହିଥିଲା । ତାହାର ସୁଧାର ପାଇଁ ବିଜେଡି ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବାରମ୍ବାର ଭେଟି ଆଲୋଚନା କରି ଦାବିପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏସଆଇଆର ପ୍ରକିୟାରୁ ବାଦ ପଡିଥିବା ଯୋଗ୍ୟ ଭୋଟରଙ୍କୁ ପୁନଃ ତାଲିକା ଭୁକ୍ତ କରିବା ପାଇଁ ବିଜେଡି ପକ୍ଷରୁ ଦାବି ଉପସ୍ଥାପନ ହୋଇଛି ।

ଅନ୍ୟ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଡ଼ିଶା-ଆନ୍ଧ୍ର ସୀମାନ୍ତ ବାସୀଙ୍କ ପାଖରେ ଦୁଇଟି ରାଜ୍ୟର ଭୋଟର୍ କାର୍ଡ ରହିଛି । କୋରାପୁଟ ଜିଲ୍ଲାର କୋଟିଆ ଏବଂ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ଜୁମ୍ଡାଙ୍ଗ ଗ୍ରାମବାସୀଙ୍କ ପାଖରେ ଏସଆଇଆର ପ୍ରକିୟା ପରେ ବି ଜଣକ ପାଖରେ ଦୁଇଟି ରାଜ୍ୟର ଭୋଟର୍ କାର୍ଡ କେମିତି ଆସିଲା ବୋଲି ପ୍ରଶ୍ନ କରିଛନ୍ତି । ଆଇନ ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ଦୁଇଟି ସ୍ଥାନରେ ଭୋଟର୍ କାର୍ଡ ହୋଇ ପାରିବ ନାହିଁ । ଓଡ଼ିଶାର କେତେ ଜଣ ଭୋଟର ଆନ୍ଧ୍ର ପ୍ରଦେଶ ନିର୍ବାଚନରେ ଭୋଟ ଦେଇଛନ୍ତି, ତାହାର ତଥ୍ୟ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ମାଗିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି । ନୀତି ନିୟମକୁ ଜଳାଞ୍ଜଳି ଦେଇଛି । ଆନ୍ଧ୍ର ପ୍ରଦେଶ ନକଲି ଭୋଟର ମାନଙ୍କୁ ତାଲିକାରୁ ବାଦ୍ କାହିଁକି ଦେଇନାହିଁ, ସେ ନେଇ ପ୍ରଶ୍ନ କରିଛନ୍ତି ।

ବିଜୟ ନାୟକ କହିଛନ୍ତି ଯେ, ଗତ ଜୁନ ୨୦୨୫ରୁ ରାଜ୍ୟରେ ଏସଆଇଆର ନେଇ ପ୍ରକିୟା ଆରମ୍ଭ ହୋଇଥିଲା । ଏସଆଇଆର ଜରିଆରେ ପ୍ରଥମେ ରାଜ୍ୟରୁ ୯ଲକ୍ଷ ୮୦ହଜାର ଭୋଟ ବାଦ୍ ପଡିଥିଲେ । ଏହାପରେ ୨୦ଲକ୍ଷ ୧୩ ହଜାର ଭୋଟ ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ବେଳକୁ ୪୪, ୭୭୭ ଭୋଟର୍ ତାଲିକାରୁ ବାଦ୍ ପଡିଥିଲେ । ବିଏଲଓ ଏବଂ ପ୍ରଶାସନିକ ଅଧିକାରୀ ମାନେ ଦୀର୍ଘ ଦେଢ଼ ବର୍ଷ ଧରି ପ୍ରକ୍ରିୟା କରିଥିଲେ । ଗତ ୨୧ ସେପ୍ଟେମ୍ୱରରେ ପ୍ରକାଶିତ ଚୂଡାନ୍ତ ତାଲିକାରେ ୩କୋଟି ୧୬ଲକ୍ଷ ଭୋଟର୍ ଥିଲେ । ତେବେ ଗତ ୮ ନଭେମ୍ୱରରେ ସମସ୍ତ ରାଜନୈତିକ ଦଳମାନଙ୍କ ସହ ନିର୍ବାଚନ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ହେଲା ।

୩ଲକ୍ଷ ଭୋଟର ବୃଦ୍ଧି ପାଇଥିବା ଜଣାପଡ଼ିଛି । ବହୁ କମ ସମୟ ମଧ୍ୟରେ ଏତେ ମାତ୍ରାରେ ଭୋଟର ବୃଦ୍ଧି ପାଇଛନ୍ତି । ପ୍ରକ୍ରିୟାକୁ ଜଟିଳ କରାଯାଇଥିଲା ବୋଲି ଯୋଗ୍ୟ ଭୋଟର ମାନେ ତାଲିକାରୁ ବାଦ୍ ପଡିଥିବା ପ୍ରମାଣିତ ହୋଇଛି । ଯୋଗ୍ୟ ଭୋଟରଙ୍କୁ ତାଲିକାରେ ପୁନଃ ସାମିଲ କରିବା ପାଇଁ ବିଜେଡି ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି । ବୁଥ ଅନୁଯାୟୀ ବାଦ୍ ପଡିଥିବା ଭୋଟରଙ୍କ ନାମ ଏବଂ କେଉଁ କାରଣରୁ ବାଦ୍ ପଡିଛନ୍ତି । ତାହାର ତଥ୍ୟ ଦଳୀୟ ବିଏଲଏ ମାନଙ୍କୁ ନିର୍ବାଚନ ଅଧିକାରୀ ପ୍ରଦାନ କରନ୍ତୁ । ତାହାର ଯାଞ୍ଚ କରି ଯୋଗ୍ୟ ଭୋଟରଙ୍କୁ ପ୍ରକାଶିତ ହେବାକୁ ଥିବା ଚୂଡାନ୍ତ ଭୋଟର ତାଲିକାରେ ଯୋଡ଼ା ଯାଉ ବୋଲି ବିଜେଡି ଦାବି କରିଛି ।

Post Views: 9
Share197Tweet123Send
Voice of Victims

Voice of Victims

Recent Posts

  • ଓଡ଼ିଶା-ଆନ୍ଧ୍ର ସୀମାନ୍ତ ବାସୀଙ୍କ ପାଖରେ ଦୁଇଟି ରାଜ୍ୟର ରହିଛି ଭୋଟର୍ କାର୍ଡ: ସରକାରଙ୍କୁ ବିଜେଡିର ଟାର୍ଗେଟ୍
  • ପାରା ତୀରନ୍ଦାଜ ପାୟଲ ନାଗଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କଲା କ୍ରୀଡ଼ା ଓ ଯୁବସେବା ବିଭାଗ
  • ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପୁରୀକୁ ପ୍ରଥମ ସ୍ଥାନ, ରାଜ୍ୟର ପ୍ରଥମ ସ୍ୱଚ୍ଛ ସହର ଭାବେ ଭୁବନେଶ୍ୱରକୁ ମାନ୍ୟତା
  • ରଣପୁର ଓସ୍ତପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ
  • ବିହାରରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ବଡ଼ ଆକ୍ସନ, କାର୍ଯ୍ୟରେ ଅବହେଳା ପାଇଁ ଥରକେ ୧୫ ଅଧିକାରୀ ସସପେଣ୍ଡ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In