• About Us
  • Contact Us
Saturday, November 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ନନ୍ଦନକାନନରେ ଆଖି ବୁଜିଲା ମହାବଳ ‘ସେଫ୍’, ପ୍ରାଣୀଉଦ୍ୟାନରେ ବାଘ ସଂଖ୍ୟା ୨୫କୁ ହ୍ରାସ

by Voice of Victims
November 28, 2026
in ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ନନ୍ଦନକାନନରେ ଆଖି ବୁଜିଲା ମହାବଳ ‘ସେଫ୍’, ପ୍ରାଣୀଉଦ୍ୟାନରେ ବାଘ ସଂଖ୍ୟା ୨୫କୁ ହ୍ରାସ

ଭୁବନେଶ୍ୱର: ନନ୍ଦନକାନନରେ ଆଖି ବୁଜିଲା ମହାବଳ ବାଘ ‘ସେଫ୍’। ପ୍ରାଣୀଉଦ୍ୟାନରେ ବାଘ ସଂଖ୍ୟା ୨୫କୁ ହ୍ରାସ । ପ୍ରାଣୀଉଦ୍ୟାନ ନନ୍ଦନକାନନର ୩୧-ଡି ଖୁଆଡ଼ରେ ରହୁଥିବା ସାଧାରଣ ରଙ୍ଗର ଅଣ୍ଡିରା ମହାବଳ ବାଘ ‘ସେଫ୍’ର ମୃତ୍ୟୁ ହୋଇଛି । ପ୍ରାୟ ୧୬ ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ମୃତ୍ୟୁ ଘଟିଛି । ମୃତ୍ୟୁ ଘଟିଛି । ‘ସେଫ୍’ ଗତ କିଛିଦିନ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଚିକିତ୍ସାଧୀନ ଥିଲା । ଗତ ସେପ୍ଟେମ୍ବର ୧୮ରୁ ଖାଦ୍ୟ ଗ୍ରହଣ ଧିରେ ଧିରେ କମାଇ ଦେଇଥିଲା ।

ତା’ଠାରେ ଯକୃତ ସମସ୍ୟା ମଧ୍ୟ ଦେଖାଦେଇଥିଲା । ପ୍ରାଣୀଉଦ୍ୟାନର ବରିଷ୍ଠ ପଶୁ ଚିକିତ୍ସକଙ୍କ ଟିମ ଏବଂ ଓୟୁଏଟିର ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତା’ର ଚିକିତ୍ସା କରାଯାଉଥିଲା । ଶେଷରେ ଗତକାଲି ଆଖି ବୁଜିଛି ସେଫ୍ । ‘ସେଫ୍’ ୨୦୧୬ ମସିହାରେ ୬ ବର୍ଷ ବୟସରେ ହାଇଦ୍ରାବାଦରୁ ନନ୍ଦନକାନନ ଆସିଥିଲା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ବଂଶ ବୃଦ୍ଧିରେ ମଧ୍ଯ ସେଫ୍ ର ଉଲ୍ଲେଖନୀୟ ଅବଦାନ ରହିଥିଲା ।

ସେଫ୍ ସହ ୩ଟି ବାଘୁଣୀ ବିଜୟା, ଅଙ୍କିତା ଏବଂ ସ୍ନେହା ସହ ୪ ଥର ମିଳନରେ ୮ଟି ବାଘ ଶାବକ ଜନ୍ମ ହୋଇଥିଲେ । ସେଫ୍ ର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୫କୁ ହ୍ରାସ ପାଇଛି । ସେଫ୍ ମୃତ୍ୟୁ ପରେ ନନ୍ଦନକାନନ ଓ ପଶୁ ପ୍ରେମୀଙ୍କ ମହଲରେ ଶୋକର ଖେଳି ଯାଇଛି। ଯାହା ନନ୍ଦନକାନନ ପାଇଁ ଏକ ଅପୂରଣୀୟ କ୍ଷତି ।

Post Views: 6
Share196Tweet123Send
Voice of Victims

Voice of Victims

Recent Posts

  • ଆଜି ବିବାଦୀୟ ସ୍ତମ୍ଭରେ ଜଳିବ ଦୀପ, ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ
  • Xରେ ପୋଷ୍ଟ କରିବା ହେବ ଆହୁରି ସହଜ, ଆସିଲା ୧୮ ମାସର ସିଡ୍ୟୁଲିଂ ସୁବିଧା
  • ATM ନିୟମରେ RBIର ବଡ଼ ପରିବର୍ତ୍ତନ: ଏଣିକି ଗୋଟିଏ ବ୍ୟାଙ୍କ ନୁହେଁ, ଅନେକ ବ୍ୟାଙ୍କରୁ ଟଙ୍କା ନେବେ ATM କମ୍ପାନୀ; ଜାଣନ୍ତୁ ନୂଆ ନିୟମ
  • ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ, ୧୦ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା
  • ବିଜେପିର ସଂଗଠନ ଅଭିଯାନ, ଡିସେମ୍ବର ୧ରୁ ପ୍ରବାସରେ ଯିବେ ମନ୍ତ୍ରୀ ଓ ବିଧାୟକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In