• About Us
  • Contact Us
Tuesday, September 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସୋଆ ଆଇଡିଆଥନ୍ ୨୦୨୬: ବିକଶିତ ଭାରତ ୨୦୪୭ ନିମନ୍ତେ ନବସୃଜନକୁ ପ୍ରୋତ୍ସାହନ

by Voice of Victims
September 7, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସୋଆ ଆଇଡିଆଥନ୍ ୨୦୨୬: ବିକଶିତ ଭାରତ ୨୦୪୭ ନିମନ୍ତେ ନବସୃଜନକୁ ପ୍ରୋତ୍ସାହନ

ଭୁବନେଶ୍ୱର, ସେପ୍ଟେମ୍ବର ୭: ଯୁବ ଉଦ୍‌ଭାବକମାନଙ୍କର ସୃଜନଶୀଳ ଚିନ୍ତାଧାରାକୁ ବାସ୍ତବ ଜୀବନର ବିଭିନ୍ନ ସମସ୍ୟାର ସମାଧାନରେ ପରିଣତ କରିବା ଲକ୍ଷ୍ୟରେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଭ୍ୟନ୍ତରୀଣ ହାକାଥନ୍ ‘ସୋଆ ଆଇଡିଆଥନ୍ ୨୦୨୬’ ଆୟୋଜିତ ହୋଇଯାଇଥିବାବେଳେ ଏଥିରେ ମୋଟ ୪୫୭ଟି ଦଳ ଅଂଶଗ୍ରହଣ କରିଥିଲେ । ସୋଆର ଛାତ୍ରଛାତ୍ରୀମାନଙ୍କ ପାଇଁ ଆୟୋଜିତ ଏହି ଦୁଇ ପର୍ଯ୍ୟାୟ ବିଶିଷ୍ଟ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ସେପ୍ଟେମ୍ବର ୧ ଓ ୨ ତାରିଖରେ ଅନ୍‌ଲାଇନ୍ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିବା ବେଳେ ସେପ୍ଟେମ୍ବର ୫ ତାରିଖରେ ଅଫ୍‌ଲାଇନ୍ ଫାଇନାଲ୍ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା । ଅନ୍‌ଲାଇନ୍ ପର୍ଯ୍ୟାୟରେ ସ୍କ୍ରିନିଂ ଓ ବହୁସ୍ତରୀୟ ମୂଲ୍ୟାୟନ ପରେ ଶ୍ରେଷ୍ଠ ୫୦ଟି ଦଳକୁ ଅଫ୍‌ଲାଇନ୍ ଫାଇନାଲ୍ ନିମନ୍ତେ ମନୋନୀତ କରାଯାଇଥିଲା । ଏହି ଦଳଗୁଡ଼ିକ ସେମାନଙ୍କର ଅଭିନବ ଚିନ୍ତାଧାରାକୁ ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସଆଇଏଚ୍‌) ୨୦୨୬ ଚୟନ ପ୍ରକ୍ରିୟାରେ ବିଚାର ପାଇଁ ଦାଖଲ କରିବାର ସୁଯୋଗ ପାଇବେ ।

ଏହି କାର୍ଯ୍ୟକ୍ରମ ସୋଆର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନବସୃଜନ, ସମସ୍ୟା ସମାଧାନ ଏବଂ ବୈଷୟିକ ଉତ୍କର୍ଷତାର ସଂସ୍କୃତିକୁ ସୁଦୃଢ଼ କରିବା ପ୍ରତି ସୋଆର ପ୍ରତିବଦ୍ଧତାକୁ ପୁନଃ ପ୍ରତିପାଦିତ କରିଛି । ଅଫ୍‌ଲାଇନ୍ ଫାଇନାଲରେ ମନୋନୀତ ୫୦ଟି ଦଳ ସେମାନଙ୍କର ଅଭିନବ ଚିନ୍ତାଧାରା ଓ ପ୍ରୋଟୋଟାଇପ୍‌ଗୁଡ଼ିକୁ ଏକ ଅଭିଜ୍ଞ ବିଚାରକ ମଣ୍ଡଳୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ବିଚାରକ ମଣ୍ଡଳୀଙ୍କ ମଧ୍ୟରେ ୱିପ୍ରୋ, ଟିସିଏସ୍‌, ଏଆଇସି-ସୋଆ ଫାଉଣ୍ଡେସନ୍‌, ଦୂରସଂଚାର ବିଭାଗ ଏବଂ ଇନ୍‌ଫୋସିସ୍ ସମେତ ବିଭିନ୍ନ ସଂସ୍ଥାର ଶିଳ୍ପ ବିଶେଷଜ୍ଞ ଓ ପେସାଦାର ବ୍ୟକ୍ତିମାନେ ସାମିଲ ଥିଲେ । ସାମାଜିକ ଆବଶ୍ୟକତା ସହ ପ୍ରକଳ୍ପର ସମ୍ପୃକ୍ତି, କାର୍ଯ୍ୟକାରିତାର ସମ୍ମାବନା, ନୂତନତ୍ୱ ଓ ଅଭିନବତା, ପ୍ରୋଟୋଟାଇପ୍‌ର ପ୍ରସ୍ତୁତି, ଉପସ୍ଥାପନାର ସ୍ପଷ୍ଟତା ଏବଂ ଦଳଗତ କାର୍ଯ୍ୟ ଭଳି ବିଭିନ୍ନ ମାନଦଣ୍ଡ ଆଧାରରେ ଦଳଗୁଡ଼ିକର ମୂଲ୍ୟାୟନ କରାଯାଇଥିଲା । ବିଚାରକ ମଣ୍ଡଳୀଙ୍କ ସାମଗ୍ରିକ ମୂଲ୍ୟାୟନ ପରେ ଶ୍ରେଷ୍ଠ ୧୦ଟି ଦଳକୁ ସୋଆ ଆଇଡିଆଥନ୍ ୨୦୨୬ରେ ବିଜେତା ଘୋଷଣା କରାଯାଇଥିଲା ।

ଅଭିନବ ଚିନ୍ତାଧାରା ଓ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବିଜେତ ଦଳଗୁଡ଼ିକୁ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳକୁ ୩୦ ହଜାର ଟଙ୍କା, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ପାଇଥିବା ଦଳକୁ ଯଥାକ୍ରମେ ୨୦ ହଜାର ଓ ୧୦ ହଜାର ଟଙ୍କାର ପ୍ରଦାନ କରାଯାଇଥିଲା । ଚତୁର୍ଥରୁ ଦଶମ ସ୍ଥାନ ହାସଲ କରିଥିବା ପ୍ରତ୍ୟେକ ଦଳକୁ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ସମେତ ସୋଆ ଆଇଡିଆଥନ୍‌ର ଅର୍ଗାନାଇଜିଂ ଚେୟାର ଏବଂ ଏସଆଇଏଚ୍ ୨୦୨୬ର ସିଙ୍ଗଲ ପଏଂଟ ଅଫ୍ କଂଟାକ୍ତଟ (ଏସ୍‌ପିଓସି) ପ୍ରଫେସର ମନୋରଞ୍ଜନ ପାଢ଼ୀ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ଏବଂ ଏଆଇସି-ସୋଆ ଫାଉଣ୍ଡେସନ୍‌ର ସିଇଓ ଶ୍ରୀମତି ଲୋପା ମିଶ୍ର ଜାନା ।

କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନ ଦୂରସଂଚାର ବିଭାଗର ସହକାରୀ ମହାନିର୍ଦ୍ଦେଶକ (ଟେକ୍ନୋଲୋଜି) ଶ୍ରୀ ପଙ୍କଜ ସାହୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଆଇଟିଇଆରର ଅତିରିକ୍ତ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା ଏବଂ ସୋଆ ଆଇଡିଆଥନ୍ ୨୦୨୬ର ରେଜିଷ୍ଟ୍ରେସନ୍ ଚେୟାର ଡକ୍ଟର ଆଶିଷ କୁମାର ପତି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ପ୍ରଫେସର ଡି.ଏନ୍ ଥାଟୋଇ, ଅତିରିକ୍ତ ଡିନ୍ (ଏକାଡେମିକ୍ସ), ପ୍ରଫେସର ଦେବାହୁତି ମିଶ୍ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଏବଂ ପ୍ରଫେସର ଅଜିତ କୁମାର ନାୟକ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇନ୍‌ଫର୍ମେସନ ଟେକ୍ନୋଲୋଜି ବିଭାଗର ମୁଖ୍ୟଙ୍କୁ ନେଇ ଗଠିତ ପରାମର୍ଶଦାତା କମିଟି କୌଶଳଗତ ମାର୍ଗଦର୍ଶନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଅନେକ ଅଧ୍ୟାପକ ଓ ବିଭିନ୍ନ ଦଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏସ୍‌ଆଇଏଚ୍ ନିର୍ଦ୍ଦେଶାବଳୀ ଅନୁଯାୟୀ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ଡକ୍ୟୁମେଂଟେସନ୍ ଡକ୍ଟର ସାୟନ୍ତନ ଗୁହା ଏବଂ ତାଙ୍କ ଟିମ୍ ପରିଚାଳନା କରିଥିଲେ ଓ ସୋଆର ମାନବ ସମ୍ବଳ ମୁଖ୍ୟ ଡକ୍ଟର ଶଶାଙ୍କ ଚୌଧୁରୀ ସମସ୍ତ ସହଯୋଗ କରିଥିଲେ ।

ଅନ୍‌ଲାଇନ୍ ପଞ୍ଜୀକରଣ, ଟିମ୍ ପରିଚାଳନା ଏବଂ ବିଭିନ୍ନ ପ୍ରଶ୍ନର ସମାଧାନ ଡକ୍ଟର ଆଶିଷ କୁମାର ପତି ଓ ତାଙ୍କ ଦଳ ଦ୍ୱାରା ପରିଚାଳିତ ହୋଇଥିଲା । ସ୍କ୍ରିନିଂ ଓ ମୂଲ୍ୟାୟନ ପ୍ରକ୍ରିୟାକୁ ଡକ୍ଟର ଅଳକାନନ୍ଦା ତ୍ରିପାଠୀଙ୍କ ନେତୃତ୍ୱାଧୀନ ଦଳ ସମନ୍ୱୟ କରିଥିବା ବେଳେ ବିଚାରକମାନଙ୍କ ସମନ୍ୱୟ ଦାୟିତ୍ୱ ଡକ୍ଟର ଭାରତ ଜ୍ୟୋତି ରଞ୍ଜନ ସାହୁ ଓ ତାଙ୍କ ସହଯୋଗୀମାନେ ପରିଚାଳନା କରିଥିଲେ । ଅନ୍‌ଲାଇନ୍ ସଫ୍ଟୱେୟାର ଏବଂ ବୈଷୟିକ ସହାୟତା ଡକ୍ଟର ଅୟେସ ଚିନ୍ମୟ, ଡକ୍ଟର ଅମରଜିତ ହାତି ଓ ସେମାନଙ୍କ ଦଳ ପ୍ରଦାନ କରିଥିବା ବେଳେ ଲଜିଷ୍ଟିକ୍‌ସ ଓ ଆତିଥ୍ୟ ପରିଚାଳନା ଡକ୍ଟର ବିଶ୍ୱରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱାଧୀନ ଦଳ ସୁଚାରୁରୂପେ ସମ୍ପାଦନ କରିଥିଲେ । ଶିକ୍ଷାନୁଷ୍ଠାନଗୁଡ଼ିକୁ ପରବର୍ତୀ ପିଢ଼ିର ଉଦ୍‌ଭାବକ, ସମସ୍ୟା ସମାଧାନକାରୀ ଏବଂ ପରିବର୍ତନକାରୀଙ୍କୁ ଗଢ଼ି ତୋଳିବାରେ ପ୍ରୋତ୍ସାହିତ କରୁଥିବା ସ୍ମାର୍ଟ ଇଣ୍ଡିଆ ହାକାଥନ୍ ଭଳି ପରିବର୍ତନକାରୀ ପଦକ୍ଷେପକୁ ସମର୍ଥନ କରିଥିବାରୁ ସୋଆ ପକ୍ଷରୁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପ୍ରତି କୃତଜ୍ଞତା ପ୍ରକାଶ କରାଯାଇଛି ।

ପ୍ରଯୁକ୍ତି, ନବସୃଜନ ଏବଂ ଶିକ୍ଷା ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପ୍ରତି ଏଭଳି ପଦକ୍ଷେପ ଯୁବପିଢ଼ିଙ୍କୁ ସଶକ୍ତ କରିବା ସହ ଦେଶର ନବନୃଜନ ଇକୋସିଷ୍ଟମ୍‌କୁ ସୁଦୃଢ଼ କରୁଛି । ବାସ୍ତବ ଜୀବନର ସମସ୍ୟା ପାଇଁ ପ୍ରଯୁକ୍ତି ନିର୍ଭର ସମାଧାନ ଉଦ୍‌ଭାବନ କରିବାରେ ଯୁବ ପ୍ରତିଭାମାନଙ୍କୁ ପ୍ରେରଣା ଓ ସୁଯୋଗ ପ୍ରଦାନ କରି ସୋଆ ଆଇଡିଆଥନ୍ ୨୦୨୬ ‘ବିକଶିତ ଭାରତ ୨୦୪୭’ର ସ୍ୱପ୍ନକୁ ସାକାର କରିବା ଦିଗରେ ଅବଦାନ ରହିଛି ।

Post Views: 12
Share196Tweet123Send
Voice of Victims

Voice of Victims

Recent Posts

  • ଗଣେଶ ପୂଜା ପାଇଁ ଉତ୍ସବମୁଖର ବାଲିପାଟଣା, ମୂର୍ତ୍ତିରେ ଶେଷ ସ୍ପର୍ଶ, ମଣ୍ଡପ ସଜାଣି ଜୋରଦାର
  • ଅଧା ହୋଇଯିବ ପେଟ୍ରୋଲ ଓ ଡିଜେଲ ଦାମ୍, କ୍ରୁଡ୍ ଅଏଲ ଦାମ୍ କମାଇବାକୁ ପ୍ରତିଶ୍ରୁତି ଦେଲେ ଟ୍ରମ୍ପ
  • ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ମନ୍ତବ୍ୟ ସମ୍ପର୍କିତ ମାମଲା: ରାହୁଲ ଗାନ୍ଧୀଙ୍କୁ ହାଇକୋର୍ଟରୁ ଝଟକା
  • OMVD କନଷ୍ଟେବଳ ଆଶୁତୋଷ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ସୁଲଭ ମୂଲ୍ୟରେ ଶ୍ରୀଜଗନ୍ନାଥଙ୍କ ଜମି ବନ୍ଦୋବସ୍ତ, ସାଧାରଣ ଓ ସେବାୟତ ପରିବାର ପାଇଁ ଭିନ୍ନଭିନ୍ନ ଦର ଧାର୍ଯ୍ୟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In