• About Us
  • Contact Us
Saturday, July 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ, ୧୨ ସେନା ଯବାନ ସହିତ ୧୫ ଜଣଙ୍କ ମୃତ୍ୟୁ

by Voice of Victims
July 25, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ, ୧୨ ସେନା ଯବାନ ସହିତ ୧୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣରେ ୧୨ ସେନା ଜବାନଙ୍କ ସହିତ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ପାକିସ୍ତାନ ଆର୍ମି ତରଫରୁ ବୟାନ ଜାରି କରାଯାଇଛି । ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପାଖ୍ତୁନଖ୍ବା ପ୍ରାନ୍ତରେ ଏକ ସୁରକ୍ଷା ପୋଷ୍ଟ ଉପରେ ଆକ୍ରମଣ ହୋଇଛି । ଗୁରୁବାର ଏବଂ ଶୁକ୍ରବାର ମଧ୍ୟରାତ୍ରିରେ ଇସଲାମିକ୍ ଆତଙ୍କବାଦୀ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ସୁରକ୍ଷା ବାହିନୀର ଚେକ ପୋଷ୍ଟ୍ରେ ପିଟି ଦେବାରୁ ୧୨ ଜଣ ପାକିସ୍ତାନୀ ସୈନ୍ୟଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୧୨ ଜଣ ସୈନ୍ୟ, ଦୁଇ ପୋଲିସକର୍ମୀ ଏବଂ ବନ ବିଭାଗର ପୂର୍ବତନ ଅଧିକାରୀ ସାମିଲ ରହିଛନ୍ତି ।

ଖବର ମୁତାବକ, ଆଫଗାନିସ୍ତାନ ସୀମା ନିକଟସ୍ଥ ଟାଙ୍କ ଜିଲ୍ଲାରେ ପାକିସ୍ତାନୀ ସେନା ଏବଂ ପୋଲିସ ଦ୍ୱାରା ମିଳିତ ଭାବରେ ପରିଚାଳିତ ଏକ ସୁରକ୍ଷା ଚେକ ପୋଷ୍ଟରେ ଆକ୍ରମଣ ହୋଇଛି । ସେନାର ସୂଚନା ଅନୁଯାୟୀ, ପ୍ରଥମେ ସୁରକ୍ଷାକର୍ମୀମାନେ ଆକ୍ରମଣକାରୀଙ୍କୁ ପ୍ରତିହତ କରି ଚେକପୋଷ୍ଟ୍ ଭିତରକୁ ପଶିବାକୁ ଦେଇନଥିଲେ । ଏଥିରେ ବିଫଳ ହୋଇ ଆତଙ୍କବାଦୀମାନେ ବିସ୍ଫୋରକ ଭର୍ତ୍ତି ଗାଡ଼ିଟିକୁ ଚେକ ପୋଷ୍ଟର ପ୍ରାଚୀର ସହ ଧକ୍କା ଦେଇଥିଲେ । ଫଳରେ ଚେକ୍ ପୋଷ୍ଟକୁ ବହୁତ କ୍ଷତି ପହଞ୍ଚିଥିଲା । କୌଣସି ଗ୍ରୁପ ତୁରନ୍ତ ନିଜକୁ ଦାୟୀ କରିନାହିଁ । କିନ୍ତୁ ଏହି ଅଞ୍ଚଳରେ ଟିଟିପିର ବେଶ୍ ଦବାଦବା ରହିଛି ।

ତେବେ ଏହି ବିସ୍ଫୋରଣ ଫଳରେ ୧୫ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୧୨ ଜଣ ସେନାର ଯବାନ ଅଛନ୍ତି । ବିସ୍ଫୋରଣ ପରେ ସେନା ପକ୍ଷରୁ କରାଯାଇଥିବା ଜବାବୀ ଆକ୍ରମଣରେ ୧୨ ଜଣ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହାରି ମଧ୍ୟରେ ପାକିସ୍ତାନ ଆଫଗାନିସ୍ତାନ ସୀମାରେ ପଶି ଆକ୍ରମଣ କରିଛି । ପାକିସ୍ତାନ ଦାବି କରିଛି କି, ଆଫଗାନରେ ପଶି ସେଠାରେ ଥିବା ଆତଙ୍କୀ ଠିକଣାକୁ ଟାର୍ଗେଟ କରିଛି ।

Post Views: 28
Share198Tweet124Send
Voice of Victims

Voice of Victims

Recent Posts

  • ଶଙ୍ଖକ୍ଷେତ୍ର ଫାଉଣ୍ଡେସନର ବଡ ଦାଣ୍ଡରେ ରନ୍ଧାଖାଦ୍ୟ ପରିବେଷଣ ସେବା
  • ବଡ଼ ଏକାଦଶୀରେ ଟାଉନ କ୍ଲବର ୪୦ତମ ଭଜନ ସମାରୋହ : ଭକ୍ତିରସରେ ଝୁମିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର
  • ସମ୍ ଅଲ୍‌ଟିମେଟ୍ ମେଡିକେୟାରରେ ଜଟିଳ ପ୍ରକ୍ରିୟା : ୧୦ ମାସର ଶିଶୁର ଜୀବନ ବଂଚାଇଲେ ଡାକ୍ତର
  • ଦେଶର ପରବର୍ତ୍ତୀ ଶିକ୍ଷାମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାଭିସ୍?: ସଞ୍ଜୟ ରାଉତଙ୍କ ବଡ଼ ଦାବି 
  • ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ବଡ଼ ନିଷ୍ପତ୍ତି: ପ୍ରତିବାଦ ଶେଷ ଘୋଷଣା କଲା CJP

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In