• About Us
  • Contact Us
Thursday, October 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ଯୋଗ୍ୟତା ନଥିଲେ ସ୍କୁଲ-କଲେଜରେ ଶିକ୍ଷକ ନିଯୁକ୍ତି ନାହିଁ

by Voice of Victims
September 9, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ଯୋଗ୍ୟତା ନଥିଲେ ସ୍କୁଲ-କଲେଜରେ ଶିକ୍ଷକ ନିଯୁକ୍ତି ନାହିଁ

ନୂଆଦିଲ୍ଲୀ :  ଯୋଗ୍ୟତା ନଥିଲେ ସ୍କୁଲ-କଲେଜରେ ଶିକ୍ଷକ ନିଯୁକ୍ତି ନାହିଁ । RTE, NCTE ଓ UGC ନିୟମରେ ଧାର୍ଯ୍ୟ ଯୋଗ୍ୟତା ବାଧ୍ୟତାମୂଳକ । ସ୍କୁଲ ଓ କଲେଜରେ ଶିକ୍ଷକ ନିଯୁକ୍ତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଚଳିତ ଆଇନ ଅନୁସାରେ ନିର୍ଦ୍ଧାରିତ ଆବଶ୍ୟକ ଯୋଗ୍ୟତା ନଥିଲେ କୌଣସି ଶିକ୍ଷକଙ୍କୁ ସ୍କୁଲ କିମ୍ବା କଲେଜରେ ନିଯୁକ୍ତ କରାଯିବ ନାହିଁ କିମ୍ବା ଚାକିରିରେ ଜାରି ରଖାଯିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷା ଅଧିକାର ଆଇନ୍, National Council for Teacher Education (NCTE) Act ଏବଂ University Grants Commission (UGC) Act ଅଧୀନରେ ଯେଉଁ ଯୋଗ୍ୟତା ନିର୍ଦ୍ଧାରିତ ହୋଇଛି, ତାହା ପୂରଣ କରିବା ଆବଶ୍ୟକ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଏହି ଅନ୍ତରୀଣ ଆଦେଶ ଆସିଛି ।

ଏହି PILରେ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀଙ୍କ ପ୍ରୋଭିନସିଆଲାଇଜେସନ ସମ୍ପର୍କିତ ବିଭିନ୍ନ ଆଇନଗତ ବ୍ୟବସ୍ଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରାଯାଇଛି ।  ପ୍ରୋଭିନସିଆଲାଇଜେସନର ଅର୍ଥ ହେଉଛି ବେସରକାରୀ କିମ୍ବା ଅଣସରକାରୀ ଶିକ୍ଷାନୁଷ୍ଠାନର ଯୋଗ୍ୟ ଶିକ୍ଷକ ଓ କର୍ମଚାରୀଙ୍କ ସେବାକୁ ଆଇନ କିମ୍ବା ସରକାରୀ ବ୍ୟବସ୍ଥା ମାଧ୍ୟମରେ ସରକାରୀ ବ୍ୟବସ୍ଥା ଅଧୀନକୁ ଆଣିବା ।  ଏହି ପ୍ରକ୍ରିୟାରେ ସ୍ୱଚ୍ଛ, ନିରପେକ୍ଷ ଓ ପ୍ରତିଯୋଗିତାମୂଳକ ନିଯୁକ୍ତି ପରୀକ୍ଷା ବିନା କୌଣସି ଶିକ୍ଷକ କିମ୍ବା କର୍ମଚାରୀଙ୍କୁ ସ୍ଥାୟୀ ସରକାରୀ ସେବାରେ ପ୍ରବେଶ କରାଇବାକୁ ଆଇନ ଅନୁମତି ଦେଇପାରିବ କି ନାହିଁ, PILରେ ତାହା ଉପରେ ପ୍ରଶ୍ନ ଉଠାଯାଇଛି । ଆବେଦନକାରୀଙ୍କ ମତରେ, ସରକାରୀ ଚାକିରି ପାଇଁ ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ମିଳିବା ଦରକାର । କିନ୍ତୁ କୌଣସି ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ପ୍ରତିଯୋଗିତାମୂଳକ ଚୟନ ପ୍ରକ୍ରିୟା ବିନା ସିଧାସଳଖ ସରକାରୀ ସେବାରେ ସାମିଲ କରାଗଲେ ଏହି ନୀତି ପ୍ରଭାବିତ ହୋଇପାରେ ।  PIL ଉପରେ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି ।  ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଅନ୍ତରୀଣ ବ୍ୟବସ୍ଥା ଭାବେ ଶିକ୍ଷକଙ୍କ ପାଇଁ ପ୍ରଯୁଜ୍ୟ RTE, NCTE କିମ୍ବା UGC ଆଇନ ଅଧୀନରେ ନିର୍ଦ୍ଧାରିତ ଯୋଗ୍ୟତାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।  ସୁପ୍ରିମକୋର୍ଟଙ୍କ ବର୍ତ୍ତମାନର ନିର୍ଦ୍ଦେଶ ଏକ ଅନ୍ତରୀଣ ଆଦେଶ । ତେଣୁ ଏହାକୁ ମାମଲାର ଚୂଡ଼ାନ୍ତ ରାୟ ନୁହଁ ।

Post Views: 80
Share201Tweet126Send
Voice of Victims

Voice of Victims

Recent Posts

  • ଭାରତ ଆଉ ଦୁର୍ବଳ ନୁହେଁ, ବିଶ୍ୱରେ ବଢ଼ୁଛି ସାମର୍ଥ୍ୟ: ରାଜନାଥ ସିଂହ
  • ଶଙ୍ଖମୂଳରେ ୧୬ ଟିକିଆ ହାତୀପଲଙ୍କ ଉପଦ୍ରବ, ୬ ମାଣ ଧାନ ଫସଲ ନଷ୍ଟ, ଚିନ୍ତାରେ ଚାଷୀ, ପ୍ରାୟ ୧ ଲକ୍ଷ ଟଙ୍କାର କ୍ଷତି; ସରକାରୀ ସହାୟତା ଦାବି
  • ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ, ପମ୍ପ କର୍ମଚାରୀ ମୃତ
  • Weekly News paper (October 26- November 1)
  • ପେଟ୍ରୋଲ ବଦଳରେ ଇଥାନଲ୍‌ ! E100 ଇନ୍ଧନ ପାଇଁ ରାସ୍ତା ଖୋଲିଲେ କେନ୍ଦ୍ର ସରକାର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In