• About Us
  • Contact Us
Thursday, November 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଗଞ୍ଜାମ ବନ୍ୟାକୁ ନେଇ ମୁହଁ ଖୋଲିଲେ ସୁରେଶ ପୂଜାରୀ, ପୂର୍ବ ସରକାରଙ୍କୁ କଲେ ପ୍ରଶ୍ନ

by Voice of Victims
November 12, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଗଞ୍ଜାମ ବନ୍ୟାକୁ ନେଇ ମୁହଁ ଖୋଲିଲେ ସୁରେଶ ପୂଜାରୀ, ପୂର୍ବ ସରକାରଙ୍କୁ କଲେ ପ୍ରଶ୍ନ

ଭୁବନେଶ୍ବର: ଗଞ୍ଜାମ ବନ୍ୟାକୁ ନେଇ ସୁରେଶ ପୂଜାରୀଙ୍କ ଜବାବ । ପୂର୍ବ ସରକାରଙ୍କୁ ପାଲଟା ପ୍ରଶ୍ନ । ଗଞ୍ଜାମ ବନ୍ୟା ପରିଚାଳନାକୁ ନେଇ ଉଠୁଥିବା ଅଭିଯୋଗର ଜବାବ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବନ୍ୟା ପରିସ୍ଥିତିର ସମୀକ୍ଷା ପରେ ସେ କହିଛନ୍ତି, ଗଣତନ୍ତ୍ରରେ ଅଭିଯୋଗ କରିବାର ଅଧିକାର ସମସ୍ତଙ୍କର ରହିଛି । ତେବେ ବାତ୍ୟା ଅର୍ଣ୍ଣବକୁ ନେଇ ମିଳିଥିବା ପୂର୍ବାନୁମାନ ଅନୁଯାୟୀ ସରକାର ଆବଶ୍ୟକ ପ୍ରସ୍ତୁତି କରିଥିଲେ ବୋଲି ସେ ସ୍ପଷ୍ଟ କରିଛନ୍ତି । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏଥର ଗଞ୍ଜାମ ଜିଲ୍ଲାରେ ଅସ୍ୱାଭାବିକ ଭାବେ ପ୍ରବଳ ବର୍ଷା ହୋଇଛି । ଏଭଳି ବର୍ଷା ପୂର୍ବରୁ ଜିଲ୍ଲାରେ କେବେ ହୋଇନଥିବା ସେ ଦାବି କରିଛନ୍ତି ।

ସରକାରୀ ତଥ୍ୟ ଉପସ୍ଥାପନ କରି ସୁରେଶ ପୂଜାରୀ କହିଛନ୍ତି, ଅକ୍ଟୋବର ୨୮ରେ ଗଞ୍ଜାମରେ ୮୩ ମିମି, ୨୯ରେ ୧୯୧ ମିମି ଏବଂ ପରବର୍ତ୍ତୀ ଦିନ ୬୩ ମିମି ବର୍ଷା ହୋଇଥିଲା । ତିନି ଦିନରେ ମୋଟ ୩୩୭.୬ ମିମି ବର୍ଷା ରେକର୍ଡ କରାଯାଇଥିବା ସେ ସୂଚନା ଦେଇଛନ୍ତି । ବିଶେଷ କରି ଗଞ୍ଜାମର ପାତ୍ରପୁରରେ ସର୍ବାଧିକ ୮୦୪.୮ ମିମି ବର୍ଷା ରେକର୍ଡ ହୋଇଥିବା ମନ୍ତ୍ରୀ କହିଛନ୍ତି । ଏହା ଓଡ଼ିଶା ଇତିହାସର ଚତୁର୍ଥ ସର୍ବାଧିକ ବର୍ଷା ରେକର୍ଡ ବୋଲି ସେ ଦାବି କରିଛନ୍ତି । ଅନ୍ୟପଟେ ବନ୍ୟା ପରିଚାଳନାକୁ ନେଇ ପୂର୍ବ ସରକାରଙ୍କୁ ମଧ୍ୟ ପାଲଟା ପ୍ରଶ୍ନ କରିଛନ୍ତି ସୁରେଶ ପୂଜାରୀ ।

ଭଞ୍ଜନଗର ଅଞ୍ଚଳରେ ଥିବା ଜଳଭଣ୍ଡାରରେ ୬ଟି ଗେଟ୍ ଥିବାବେଳେ ସୋରଡ଼ାରେ କୌଣସି ଗେଟ୍ ନଥିବା ସେ କହିଛନ୍ତି । ଗତ ୨୪ ବର୍ଷର ଶାସନକାଳ ମଧ୍ୟରେ ପୂର୍ବ ସରକାର ଏହି ସମସ୍ୟା ପ୍ରତି କାହିଁକି ଧ୍ୟାନ ଦେଇନଥିଲେ ବୋଲି ମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି । ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମର ଆସିକା, ସୋରଡ଼ା ଓ ଭଞ୍ଜନଗର ସମେତ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନେକ ସ୍ଥାନରେ ଘରେ ପାଣି ପଶିବା ସହ ରାସ୍ତାଘାଟ ଜଳମଗ୍ନ ହୋଇଥିଲା ।  ଏହାପରେ ବନ୍ୟାର କାରଣ, ଜଳଭଣ୍ଡାର ପରିଚାଳନା ଓ ସରକାରୀ ପ୍ରସ୍ତୁତିକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି ।  ଏହି ପରିପ୍ରେକ୍ଷୀରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା ରାଜନୈତିକ ଆଲୋଚନାକୁ ନୂଆ ମୋଡ଼ ଦେଇଛି ।

Post Views: 13
Share197Tweet123Send
Voice of Victims

Voice of Victims

Recent Posts

  • ଗଞ୍ଜାମ ବନ୍ୟା ପାଇଁ ପୂର୍ବ ସରକାରର ୨୪ ବର୍ଷର ବିଫଳତା ଦାୟୀ: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ  
  • ଆସନ୍ତା ୧୪ରେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପକ୍କା ଘର: ରବି ନାରାୟଣ ନାଏକ
  • କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ; ବରଗଡ଼ ଚିନି କଳ ପୁନରୁଦ୍ଧାର ପାଇଁ କଲେ ଆଲୋଚନା
  • ଚାଷୀଙ୍କ ଆର୍ଥିକ ସୁରକ୍ଷା ଓ ଉଦ୍ୟୋଗୀଙ୍କ ସଶକ୍ତୀକରଣ: କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତିକୁ ଓଡ଼ିଶା ବିଜେପିର ସ୍ୱାଗତ
  • ଭୋରୁ ଭୂକମ୍ପରେ ଦୋହଲିଲା ନେପାଳ, ତୀବ୍ରତା ୪.୯

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In