• About Us
  • Contact Us
Saturday, August 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଥମୁନି ପଶ୍ଚିମବଙ୍ଗ ୱାକଫ୍ ହିଂସା: ଗଲାଣି ୩ ଜୀବନ, ବିଜେପି କହିଲା, ‘ସୁରକ୍ଷିତ ନାହାନ୍ତି ହିନ୍ଦୁ’

by Voice of Victims
April 13, 2025
in ଦେଶ ବିଦେଶ, ମୁଖ୍ୟ ଖବର
ୱାକଫ ବିଲ୍ କୁ ବିରୋଧ କରି ମୁର୍ଶିଦାବାଦରେ ହିଂସାକାଣ୍ଡ, ତିନି ମୃତ୍ୟୁ, ଉତ୍ତେଜନା ଜାରୀ

ମୁର୍ଶିଦାବାଦ: ୱାକଫ୍ ଆଇନ ନେଇ ଥମୁନି ବିବାଦ। ବିରୋଧୀ ଏହାକୁ ସମାଲୋଚନା ଜାରି ରଖିଥିବା ବେଳେ ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଛି ୱାକଫ୍ ହିଂସା। ମୁର୍ଶିଦାବାଦ ଜିଲ୍ଲାରେ ୱାକଫ୍ (ସଂଶୋଧନ) ଆଇନ ଉପରେ ହିଂସା ଦିନକୁ ଦିନ ଉଗ୍ର ରୂପ ନେଉଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶାନ୍ତି ପାଇଁ ନିବେଦନ କରିଥିବା ବେଳେ ବିଜେପି, ହିଂସାରେ ହିନ୍ଦୁ ଅସୁରକ୍ଷିତ ଅଛନ୍ତି ବୋଲି ଅଭିଯୋଗ କରିଛି।

ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦରେ ଓ୍ବାକଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଏବଂ ଆକ୍ରୋଶ ଦିନକୁ ଦିନ ବଢୁଥିବା ବେଳେ ହିଂସାରେ ଅତି କମରେ  ତିନି ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ଏପଟେ ଓ୍ବାକଫ୍ ଆଇନକୁ ନେଇ ଜାରି ରହିଥିବା ହିଂସାକୁ ନିୟନ୍ତ୍ରଣ ପାଇଁ ଅର୍ଦ୍ଧସାମରିକ ବଳ ମୁତୟନ ନେଇ ଆଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ ।

ସେପଟେ ଅର୍ଦ୍ଧସାମରିକ ବାହିନୀ ନିର୍ଜନ ରାସ୍ତାରେ ପାଟ୍ରୋଲିଂ କରୁଥିଲେ ମଧ୍ଯ ଗତକାଲି ବଙ୍ଗଳାର ହିଂସାଗ୍ରସ୍ତ ମୁର୍ଶିଦାବାଦ ଜିଲ୍ଲାର ଅନେକ ସ୍ଥାନରେ ଧ୍ୱଂସର ଦୃଶ୍ୟ ଦେଖିବାକୁ ମିଳିଥିଲା।  ଦୋକାନ ବଜାର ଭଙ୍ଗାରୁଜା ହେବା ସହ ନିଆଁ ଜଳିଥିଲା। ଶୁକ୍ରବାର ପ୍ରାର୍ଥନା ପରେ ଘଟିଥିବା ହିଂସା ତୃତୀୟ ଦିନରେ ମଧ୍ୟ ଜାରି ରହିଥିବା ବେଳେ,  ଏଥିରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ରାତିସାରା ଚଢାଉ ପରେ ହିଂସା ସହିତ ଜଡିତ ଆହୁରି ୧୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ଗିରଫଙ୍କ ସଂଖ୍ୟା ୧୫୦କୁ ବୃଦ୍ଧି ପାଇଛି ବୋଲି କହିଛି ପୋଲିସ। ଏଥିସହିତ ପୋଲିସ ଏହା ମଧ୍ୟ କହିଛି ଯେ ସୁତି, ଧୂଲିଆନ୍, ସମସେରଗଞ୍ଜ ଏବଂ ଜାଙ୍ଗିପୁର ଅଞ୍ଚଳରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି।

ଅନ୍ୟପକ୍ଷରେ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶାନ୍ତି ପାଇଁ ଅପିଲ କରି ପରୋକ୍ଷରେ କିଛି ରାଜନୈତିକ ଦଳକୁ ରାଜନୈତିକ ଲାଭ ପାଇଁ ଧର୍ମର ଅପବ୍ୟବହାର କରିବାକୁ ଚେଷ୍ଟା କରୁଥିବା ପାଇଁ ଦାୟୀ କରିଥିବାବେଳେ ହିଂସା ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେପି। ଏହାକୁ ନେଇ ବଙ୍ଗଳାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ହିନ୍ଦୁମାନେ ସୁରକ୍ଷିତ ନୁହଁନ୍ତି, ବୋଲି ଅଭିଯୋଗ କରିଛନ୍ତି।ଶୁକ୍ରବାରର ପ୍ରତିବାଦ ସମୟରେ ଧୂଲିଆନରେ ଅତି କମରେ ୩୫ଟି ହିନ୍ଦୁ ଦୋକାନ ପୋଡ଼ି ଦିଆଯାଇଥିଲା ବୋଲି ଦାବି କରିଛନ୍ତି। ବିଜେପି ସଭାପତି ଏବଂ କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର ରାଜ୍ୟରେ ୱାକଫ ଆଇନ ବିରୋଧରେ ଚାଲିଥିବା ହିଂସା ପଛରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅକ୍ଷମତା ଏବଂ ତାଙ୍କ ତୁଷ୍ଟିକରଣ ରାଜନୀତିକୁ ଦାୟୀ କରିଛନ୍ତି। ସେ ରାଜ୍ୟ ଶାସନ କରିବାକୁ ଯୋଗ୍ୟ ନୁହଁନ୍ତି… ପୋଲିସ ତାଙ୍କ ନିୟନ୍ତ୍ରଣକୁ ଆସୁଛି। ମମତା ବାନାର୍ଜୀଙ୍କ ପୋଲିସ ମୁସଲମାନମାନଙ୍କୁ ହାତଛଡ଼ା କରିଦେଇଛନ୍ତି। ସେମାନେ ଲୁଟ୍ କରିପାରିବେ, ମହିଳାଙ୍କ ସହିତ ଦୁଷ୍କର୍ମ କରିପାରିବେ, ହିନ୍ଦୁଙ୍କ ଘର ଭାଙ୍ଗିପାରିବେ ଏବଂ ଯାହା ଚାହିଁବେ ତାହା କରିପାରିବେ ବୋଲି ଅଭିଯୋଗ କରିଛନ୍ତି।

ତେବେ ଏଇ ହିଂସା କାଣ୍ଡରେ ଏବେ ପର୍ଯ୍ୟନ୍ତ ତିନିଜଣଙ୍କର ମୃତ୍ୟୁ ହୋଇଥିବା କହିଛି ପୋଲିସ। ମୃତକଙ୍କ ମଧ୍ୟରେ, ଶନିବାର ଦିନ ଜଣେ ବାପା ଏବଂ ପୁଅ – ହରଗୋବିନ୍ଦ ଦାସ ଏବଂ ଚନ୍ଦନ ଦାସଙ୍କୁ  ଭିଡ଼ ଦ୍ୱାରା ଚକଟି ହୋଇ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ପ୍ରତିବାଦକାରୀ ଗୁଳିରେ ଆହତ ହୋଇଥିଲେ। ଶୁକ୍ରବାର ଦିନ ସତିରେ ପୋଲିସ ଗୁଳି ଚଳାଇବାରୁ ୧୭ ବର୍ଷୀୟ ଇଜାଜ ଅହମ୍ମଦ ଶେଖଙ୍କୁ ଗୁଳି ଲାଗିଥିଲା। ଶନିବାର ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ନୂତନ ପ୍ରଣୀତ ୱାକଫ ଆଇନ ବିରୋଧରେ ପ୍ରତିବାଦ ହିଂସାତ୍ମକ ହେବା ସହିତ ଅତି କମରେ ୧୮ ଜଣ ପୋଲିସ ଅଧିକାରୀ ଏଥିରେ ଆହତ ହୋଇଛନ୍ତି।

ହିଂସା ପ୍ରଭାବିତ ମୁର୍ଶିଦାବାଦରେ ସ୍ଥାନୀୟ ଭାବରେ ପ୍ରାୟ ୩୦୦ ବିଏସଏଫ କର୍ମଚାରୀଙ୍କ ବ୍ୟତୀତ, ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧରେ ଆଉ ୫ ଟି କମ୍ପାନୀ ମୁତୟନ କରାଯାଇଛି। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ, ସୁତି ଏବଂ ଶମସେରଗଞ୍ଜ ଭଳି ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳରେ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି। କେନ୍ଦ୍ରୀୟ ବାହିନୀର କର୍ମଚାରୀମାନେ ସାରା ରାତି ପ୍ରଭାବିତ ଅଞ୍ଚଳରେ ପାଟ୍ରୋଲିଂ କରିଥିଲେ ଏବଂ ପୀଡିତଙ୍କ ପରିବାର ସହିତ କଥା ହୋଇଥିଲେ।

Post Views: 72
Share198Tweet124Send
Voice of Victims

Voice of Victims

Recent Posts

  • ହରୀପ୍ରୀୟା ଇଂରାଜୀ ମିଡିୟମ୍ ବିଦ୍ୟାଳୟରେ ପାଳିତ ହେଲା ସ୍ୱାଧୀନତା ଦିବସ
  • ପତାକା ଉତ୍ତୋଳନ ପୂର୍ବରୁ ବିଦ୍ୟୁତ୍ ଆଘାତରେ ଶିକ୍ଷକ ମୃତ
  • ପତଞ୍ଜଳି ଯୋଗପୀଠ ପକ୍ଷରୁ ସ୍ବାଧୀନତା ଦିବସ ପାଳନ
  • ଇଣ୍ଡୋନେସିଆରେ ୭.୭ ତୀବ୍ରତାର ଭୂକମ୍ପ, ୨ ମୃତ, ସୁନାମି ସତର୍କତା ଜାରି
  • ଲଘୁଚାପ ପରେ ପୁଣି ଲଘୁଚାପ, ରାଜ୍ୟର ୩୦ ଜିଲ୍ଲାକୁ ବର୍ଷା ସତର୍କତା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In