• About Us
  • Contact Us
Friday, May 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଶେଷ ହେଲା ବିଧାନସଭା

by Voice of Victims
February 9, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଶେଷ ହେଲା ବିଧାନସଭା

ଭୁବନେଶ୍ବର: ଆଜି ଶେଷ ହୋଇଛି ଷୋଢଶ ବିଧାନସଭାର ଅଧିବେଶନ। ଆଜି ବ୍ୟୟ ମଂଜୁରୀ ବିଲ ପାଶ ହେବା ପରେ ଗୃହକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଏହି ଅଧିବେଶନ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ଚାରିଦିନ ପୂର୍ବରୁ ଅଧିବେଶନକୁ ବନ୍ଦ କରି ଦିଆଯାଇଛି।ତେବେ ଏହି ଅଧିବେଶନ ଶେଷ ହେବା ପରେ କୌଣସି ବିଧାୟକଙ୍କ ମୁହଁ ହସ ନାହିଁ କି ଖୁସି ନାହିଁ। ରାଗ ନାହିଁ କି ଗରମ ନାହିଁ। କାରଣ ହେଲା ଏହା ହେଉଛି ଶେଷ ଅଧିବେଶନ। ପରବର୍ତ୍ତି ଅଧିବେଶନରେ ବସିବାକୁ ହେଲେ ନିର୍ବାଚିତ ହୋଇ ଆସିବାକୁ ପଡିବ। ଏଥିରେ କିଏ ଜିତିବ କିଏ ହାରିବ ଜଣା ନାହିଁ। କାହାକୁ ଟିକେଟ ମିଳିବ କାହାକୁ ମିଳିବ ନାହିଁ ଜଣା ନାହିଁ। ଏହାକୁ ନେଇ ବିଧାୟକମାନେ ଚିନ୍ତା ଗସ୍ତ ଭାବେ ବିଧାନସଭାରୁ ବିଦାୟ ନେଇଛନ୍ତି। ଗୃହ ସରିବା ପରେ ପରସ୍ପର ଆଲୋଚନା ମଧ୍ୟ କରିଛନ୍ତି। ଅନେକ ବିରୋଧୀ ଶାସକ ବିଧାୟକ କୋଳାକୋଳି ମଧ୍ୟ ହୋଇଛନ୍ତି। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଭାଗ୍ୟରେ ଥିଲେ ପୁଣି ଥରେ ଦେଖା ହେବା। ଏକାଠି ହେବା। ଭାଗ୍ୟରେ ନ ଥିଲେ ଆଉ ଏହି ଭିତରକୁ ଆସିପାରିବା ନାହିଁ। ତେବେ ଏହି ବିଧାନ ସଭାକୁ ଆଉ କେବେବି ଆସିପାରିବେ ନାହିଁ ବିଧାୟକ ମଧ୍ୟ ଅଛନ୍ତି। କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ଜଟଣୀ ବିଧାୟକ ସୁରେଶ ରାଉତରାୟ ପୂର୍ବରୁ ଘୋଷଣା କରିସାରିଛନ୍ତି ଯେ, ସେମାନେ ନିର୍ବାଚନ ଲଢେଇ କରିବେ ନାହିଁ। ତେଣୁ ଏହି ଦୁଇ ବିଧାୟକଙ୍କ ବିଧାନସଭା ପ୍ରବେଶ ସବୁଦିନ ପାଇଁ ବନ୍ଦ ହେଲା। ସେହିପରି ଆଉ କେତେକ ବିଧାୟକ ଅଛନ୍ତି ଯେଉଁମାନେ ବୟସାଧିକ ଯୋଗୁଁ ନିର୍ବାଚନ ଲଢିପାରିବେ ନାହିଁ। ହେଲେ ସେମାନେ ନିର୍ବାଚନ ନ ଲଢିବା ପାଇଁ ଘୋଷଣା କରି ନ ଥିଲେ ମଧ୍ୟ ତାଙ୍କୁ ଟିକେଟ ମିଳିବା ନେଇ ସନ୍ଦେହ ରହିଛି। ତେଣୁ ସେମାନେ ମଧ୍ୟ ଆଉ ବିଧାନସଭା ଆସିପାରିବେ ନାହିଁ। ଜଟଣୀ ବିଧାୟକ ସୁରେଶ ରାଉତରାୟ ଆଜି ବିଧାନସଭାରେ ଆଣ୍ଠୁମାଡି ମୁଣ୍ଡିଆ ମାରି ବିଦାୟ ନେଇଛନ୍ତି। ସେ କହିଛନ୍ତି ଯେ, ମୁଁ ଆଉ ବିଧାନସଭା ନିର୍ବାଚନ ଲଢେଇ କରିବି ନାହିଁ। ତେଣୁ ଏହି ପବିତ୍ର ଗୃହକୁ ଆଉ ଆସିବାର ନାହିଁ। ସେଥିପାଇଁ ମୁଣ୍ଡିଆ ମାରି ଏହି ଗୃହରୁ ସବୁଦିନ ପାଇଁ ବିଦାୟ ନେଉଛି। ମୋର ଦୁଇ ପୁଅ ଅଛନ୍ତି। ସେମାନେ ଏଥର ନିର୍ବାଚନ ଲଢିବେ। ଶେଷ ଅଧିବେସନ ହୋଇଥିବାରୁ ସବୁ ବିଧାୟକ ଏକାଠି ହୋଇ ଏକ ଫଟୋ ଉଠାଇଥିଲେ। ଯାହା ତାଙ୍କ ସାରା ଜୀବନର ଏକ ସ୍ମୃତି ହୋଇ ରହିବ। ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ନେଇ ଏହି ଫଟୋ ସେସନ କରାଯାଇଛି। ତାହାକୁ ସବୁ ବିଧାୟକଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଏହାକୁ ସେମାନେ ସନ୍ତକ କରି ରଖିବେ।

Post Views: 29
Share198Tweet124Send
Voice of Victims

Voice of Victims

Recent Posts

  • ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଏବଂ ଭିସିକେ, ମୁଖ୍ୟମନ୍ତ୍ରୀ ହେବ ବିଜୟ
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବେ ଶୁଭେନ୍ଦୁ ଅଧିକାରୀ, ଆସନ୍ତାକାଲି ୧୧ଟାରେ ଶପଥ ଗ୍ରହଣ
  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In