• About Us
  • Contact Us
Thursday, August 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସହରରେ ଯେଉଁ କ୍ଷତି ହୋଇଛି ଭରଣା କରିବେ ଅଟୋ ଚାଳକ, ଭଙ୍ଗାଯିବ ବେଆଇନ ଅଟୋ ଷ୍ଟାଣ୍ଡ

by Voice of Victims
August 20, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସହରରେ ଯେଉଁ କ୍ଷତି ହୋଇଛି ଭରଣା କରିବେ ଅଟୋ ଚାଳକ, ଭଙ୍ଗାଯିବ ବେଆଇନ ଅଟୋ ଷ୍ଟାଣ୍ଡ

ଭୁବନେଶ୍ୱର : ମାଷ୍ଟରକ୍ୟାଣ୍ଟିନରେ ହିଂସା ପରେ ସହରରେ ଯେଉଁ କ୍ଷତି ହୋଇଛି ତାକୁ ଭରଣା କରିବେ ଅଟୋ ଚାଳକ । ଗୁଣ୍ଡାଗିରିରେ ସାମିଲ ଥିବା ଅଟୋ ଚାଳକମାନେ କରିଥିବା ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯିବ । ଅରାଜକତାକୁ ପ୍ରଶ୍ରୟ ଦିଆଯିବ ନାହିଁ । ସେମାନେ ଆଇନକୁ ହାତକୁ ନେଇଛନ୍ତି । ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି । ସରକାରୀ ଗାଡି ଭାଙ୍ଗିଛନ୍ତି । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତାଙ୍କ ଲାଇସେନ୍ସ ରଦ୍ଦ କରାଯିବ । ସେମାନଙ୍କୁ କ୍ଷମା କରାଯିବ ନାହିଁ । ଏମିତି କି ଗୁଣ୍ଡାଗିରିରେ ସାମିଲ ଥିବା ଅଟୋ ଚାଳକ ମାନେ କରିଥିବା ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯିବ । ଏନେଇ ସରକାର ବିଚାର କରୁଛନ୍ତି । ଯେଉଁ କ୍ଷତି ହୋଇଛି ଏହା ତାଙ୍କ ଠାରୁ ହିଁ ଆଦାୟ ହେବ । ସରକାର ସାଧାରଣ ଲୋକଙ୍କ ସୁରକ୍ଷା ଦେବା ଦାୟିତ୍ବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

ସେହିପରି ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଗିରଫ ଵୋଇଥିବା ବେଳେ ୩୫୪ ଗାଡ଼ି ଜବତ ହୋଇଛି । ୧୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହାସହ ଆଉ ୬୦ ଜଣଙ୍କୁ ଭଲ ବ୍ୟବହାର ପାଇଁ ବଣ୍ଡରେ ଛାଡ଼ି ଦିଆଯାଇଛି । ଘଟଣାରେ ୩୫୪ଟି ଗାଡ଼ି ଜବତ କରିଛି ପୋଲିସ । ଏନେଇ ଖାରବେଳନଗର ଥାନାରେ ୭ଟି ଏଫଆଇଆର୍ ରୁଜୁ ହୋଇଛି । ସାଧାରଣ ଲୋକଙ୍କ ଅଭିଯୋଗ ଆଧାରରେ ୨ଟି, ଆମ ବସ୍ କର୍ମଚାରୀଙ୍କ ଅଭିଯୋଗରେ ୪ଟି ଏବଂ ପୋଲିସ କର୍ମଚାରୀଙ୍କ ଅଭିଯୋଗରେ ଗୋଟିଏ ଏଫଆଇଆର୍ ରୁଜୁ ହୋଇଛି । ମାଷ୍ଟରକ୍ୟାଣ୍ଟିନରେ ଆନ୍ଦୋଳନ ବେଳେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଓ ପୋଲିସ ଉପରେ ଆକ୍ରମଣ ଘଟଣା ପରେ ଆକ୍ସନ୍ ମୋଡ୍ ରେ କମିଶନରେଟ୍ ପୋଲିସ । ଆଇନକୁ ହାତକୁ ନେଇ ହିଂସା ସୃଷ୍ଟି କରୁଥିବା ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Post Views: 1
Share196Tweet123Send
Voice of Victims

Voice of Victims

Recent Posts

  • ବେଣ୍ଟ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ କଙ୍କାଳ ଉଦ୍ଧାର, ରହସ୍ୟ ଘେରରେ ମୃତ୍ୟୁ
  • ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ, ୧୯୮୪ ଦଙ୍ଗା ମାମଲାରେ କାଟୁଥିଲେ ଆଜୀବନ ଜେଲ୍
  • ସହରରେ ଯେଉଁ କ୍ଷତି ହୋଇଛି ଭରଣା କରିବେ ଅଟୋ ଚାଳକ, ଭଙ୍ଗାଯିବ ବେଆଇନ ଅଟୋ ଷ୍ଟାଣ୍ଡ
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହାତ ଖୋଲିଲେ ସରକାର, ବର୍ଷକୁ ମିଳିବ ଦେଢ କୋଟିରୁ ୩ କୋଟି ଟଙ୍କା
  • ଖୁସି ଖବର, ଖୁବ ଶୀଘ୍ର ନନ୍ଦନକାନନରେ ପହଞ୍ଚିବେ ଅଷ୍ଟ୍ରେଲିଆର ରେଡ୍ କଙ୍ଗାରୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In