• About Us
  • Contact Us
Monday, August 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ ଦିବ୍ୟାଙ୍ଗ। ତହସିଲଦାରଙ୍କ ଦ୍ବାରସ୍ଥ । ୧୮ଦିନପରେ ବି ସହାୟତା ଶୂନ!

by Voice of Victims
April 19, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ ଦିବ୍ୟାଙ୍ଗ। ତହସିଲଦାରଙ୍କ ଦ୍ବାରସ୍ଥ । ୧୮ଦିନପରେ ବି ସହାୟତା ଶୂନ!

ଢେଙ୍କାନାଳ (ଭି.ଓ.ଭି ): ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରେଗଡ଼ା ଗ୍ରାମର ପପୁନି ମହାରଣା ନିଜେ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ସୋନପୁର , ଭୁବନେଶ୍ୱର ଏବଂ ଗଞ୍ଜାମ ଭଳି ବିଭିନ୍ନ ଅଞ୍ଚଳରୁ ୧୨ ଜଣ ଦିବ୍ୟାଙ୍ଗ ମାନଙ୍କୁ ଏକାଠି କରି ୧୦ ବର୍ଷ ହେବ ମହାଶକ୍ତି ଦୃଷ୍ଟିହୀନ ସେବା ସଂଘ ଗଠନ କରି ବିଭିନ୍ନ ଅଞ୍ଚଳକୁ ଯାଇ ସେଠାରେ ଭଜନ ପରିବେଷଣ କରିଥାନ୍ତି । ସେଠାରୁ ଯାହା ବି ରୋଜଗାର ହୁଏ ସେଥିରେ ନିଜର ପେଟ ପୋଷନ୍ତି। ଏହି ସଂଘରେ ୧୦ ଜଣ ପୁରୁଷ ଥିବା ବେଳେ ୨ ମହିଳା ଅଛନ୍ତି । ବିଗତ ଗୋଟିଏ ବର୍ଷ ହେବ ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମର କମଳ ସାହୁଙ୍କ ଘରେ ଭଡ଼ା ସୂତ୍ରରେ ରହି ସ୍ଥାନୀୟ ବିଭିନ୍ନ ଅଞ୍ଚଳରେ ଭଜନ ପରିବେଷଣ କରିଆସୁଥିଲେ। ଯାହା କିଛି ପ୍ରୋଗ୍ରାମରୁ ମିଳେ ସେଥିରେ ଦୈନଦିନ ପେଟ ପୋଷିବାକୁ ନିଅଣ୍ଟ ।ତେବେ ଗତ ଏପ୍ରିଲ ମାସ ୧ ତାରିଖ ସନ୍ଧ୍ୟାରେ ଢେ଼ଙ୍କାନାଳ ଜିଲ୍ଲାର ଏକ ସ୍ଥାନକୁ ଭଜନ ପରିବେଷଣ କରିବାକୁ ଯାଇଥିବା ବେଳେ ସନ୍ଧ୍ୟାରେ ରହୁଥିବା ଭଡ଼ା ଘରେ କୌଣସି କାରଣକୁ ନେଇ ନିଆଁ ଲାଗିଯାଇଥିଲା।

୩ ଲକ୍ଷ ରୁ ଉର୍ଧ୍ଵ ମୂଲ୍ୟର ସମ୍ପତ୍ତି ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ଭୁବନ ଦମକଳ ବାହନୀ ନିଆଁକୁ ଆୟତ୍ତ କରିଥିଲେ ଓ ମହୁଲପାଳ ରାଜସ୍ୱ ନିରୀକ୍ଷକ କ୍ଷୟକ୍ଷତିର ତଦନ୍ତ କରିଥିଲେ।ଅଗ୍ନିକାଣ୍ଡ ଦିବ୍ୟାଙ୍ଗ ଦୃଷ୍ଟିବାଧିତଙ୍କ ସ୍ୱପ୍ନକୁ ଧ୍ୱଂସ କରିଦେଇଛି। ନିରାଶ୍ରୟ ଅବସ୍ଥାରେ ରହି ସରକାରୀ ସହାୟତା ପାଇଁ ଗୁହାରି କରିଛନ୍ତି। ୧୮ ଦିନ ବିତିଯାଇଥିଲେ ବି ସ୍ଥାନୀୟ ନିର୍ବାଚିତ ପ୍ରତିନିଧି,ପ୍ରଶାସନିକ ଅଧିକାରୀ, ସାମାଜିକ ସ୍ବେଛାସେବୀ ସଂଗଠନ ସହଯୋଗ ର ହାତ ବଢ଼ାଇ ନାହାନ୍ତି। ସରକାରୀ ଅନୁଦାନ ନାମରେ ମିଳିଛି କେବଳ କେବଳ ପ୍ରତିଶୁତି । କୌଣସି ବେସରକାରୀ ସଂଗଠନ ମଧ୍ୟ ଆଗକୁ ଆସିନାହାନ୍ତି।ଅନ୍ୟ ଉପାୟ ନପାଇ ଗତକାଲି ଭୁବନ ତହସିଲ କାର୍ଯ୍ୟାଳୟରେ ସରକାରୀ ସହାୟତା ପାଇଁ ଗୁହାରି କରିବା ସହିତ କେତେକ ସଙ୍ଗୀତ ସରଞ୍ଜାମ ଯୋଗେଇଦେବା ପାଈଁ ଦୃଷ୍ଟି ବାଧିତ ପାପୁନି ମହାରଣା, ରାଜେନ୍ଦ୍ର ରଣା, ମଧୁସ୍ମିତା ସାହୁ ଦିବ୍ୟାଙ୍ଗ ମାନେ ଅନୁରୋ�

Post Views: 45
Share199Tweet124Send
Voice of Victims

Voice of Victims

Recent Posts

  • କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ; ୧୨୦ ମିଟର ତ୍ରିରଙ୍ଗା ସହ ଗୁଞ୍ଜିଲା ‘ଭାରତ ମାତା କୀ ଜୟ’ ଧ୍ୱନି
  • ୧୩ରେ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା
  • ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ, ଯେଉଁ ଚାଷୀ ଆସିପାରିବେନି ସେମାନଙ୍କ ପାଖକୁ ଯିବେ ସରକାର
  • CWG ଚାମ୍ପିଅନ୍ସଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ, ଦେଶକୁ ଦେଲେ ଏଭଳି ବାର୍ତ୍ତା
  • ଭାରତରୁ ରୁଷକୁ ଚାଲିବ ଟ୍ରେନ୍, ସିଧାସଳଖ ନୂଆଦିଲ୍ଲୀରୁ ମସ୍କୋକୁ କରିହେବ ଯାତ୍ରା !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In