• About Us
  • Contact Us
Wednesday, November 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

by Voice of Victims
October 11, 2024
in ଦେଶ ବିଦେଶ, ମୁଖ୍ୟ ଖବର
ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭିଏତନାମର ଲାଓ-ପିଡିଆର ଠାରେ ଆସିଆନ-ଭାରତ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟାଫର ଲକ୍ସନଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ। ଦୁଇ ପ୍ରଧାନମନ୍ତ୍ରୀ ବ୍ୟବସାୟ, ନିବେଶ, ପ୍ରତିରକ୍ଷା, ନବୀକରଣୀୟ ଉର୍ଜା, ଶିକ୍ଷା, ଡାଏରୀ, କୃଷି ପ୍ରଯୁକ୍ତି, କ୍ରୀଡ଼ା, ପର୍ଯ୍ୟଟନ, ଅନ୍ତରୀକ୍ଷ ଏବଂ ଲୋକଙ୍କ ସହ ଲୋକଙ୍କର ଭାବ ବିନିମୟ ଆଦି ଅନେକ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। କ୍ରମାଗତ ଉଚ୍ଚସ୍ତରୀୟ ସମ୍ପର୍କ ପ୍ରତିଷ୍ଠା କରାଯାଇଥିବାରୁ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ ହୋଇପାରିଛି। ଏହି ପ୍ରସଙ୍ଗରେ ସେ ନିକଟରେ ଭାରତର ରାଷ୍ଟ୍ରପତିଙ୍କ ନ୍ୟୁଜିଲାଣ୍ଡ ଗସ୍ତ କଥା ମନେ ପକାଇଥିଲେ, ଯାହାକି ଏକ ବଡ଼ ସଫଳତା ଥିଲା। ଆନ୍ତର୍ଜାତିକ ସୌର ମେଣ୍ଟରେ ସାମିଲ ହେବା ନେଇ ନ୍ୟୁଜିଲାଣ୍ଡର ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ। ଦୁଇ ପ୍ରଧାନମନ୍ତ୍ରୀ ବହୁପକ୍ଷୀୟ ମଞ୍ଚରେ ସହଯୋଗକୁ ଅଧିକ ମଜବୁତ୍ କରିବା ନେଇ ନିଜ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ଏବଂ ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କକୁ ଅଧିକ ଶୀର୍ଷକୁ ନେଇଯିବା ଦିଗରେ ପ୍ରତିବଦ୍ଧତାକୁ ମଧ୍ୟ ଦୋହରାଇଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଶ୍ରୀ ଲକ୍ସନଙ୍କୁ ସୁବିଧା ଅନୁସାରେ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ, ଯାହାକୁ ସେ ସ୍ୱୀକାର କରିଥିଲେ।

Post Views: 64
Share198Tweet124Send
Voice of Victims

Voice of Victims

Recent Posts

  • ହିମନ୍ତ ସରକାର ଆଣିଲେ ନୂଆ ନିୟମ, ବହୁବିବାହ କଲେ ଚାକିରିରୁ ଛୁଟି
  • ଆମେରିକା ନିର୍ବାଚନରେ ଟ୍ରମ୍ପଙ୍କ ଦଳକୁ ବଡ଼ ଝଟକା, ହାରିଲା ରିପବ୍ଲିକାନ୍ ପାର୍ଟି
  • ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ଜଗା ଦର୍ଶନ ବନ୍ଦ
  • ରାଜଧାନୀରେ ଚାଞ୍ଚଲ୍ୟ, ପାର୍କରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
  • ସୋଆରେ ଶୋକସଭା: ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In